ଏଲନ୍‌ ମସ୍କ କେବଳ ଜଣେ କର୍ମଚାରୀ… Tesla CEOଙ୍କୁ ନେଇ ଏ କ’ଣ କହିଦେଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୧୮।୨: ଟେସ୍‌ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ ଶକ୍ତି ଏବଂ ନିଷ୍ପତ୍ତି ନେବାର ଅଧିକାର ମସ୍କଙ୍କ ପାଖରେ ଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ହେଲେ ଏବେ
ହ୍ବାଇଟ୍‌ ହାଉସ୍‌ ଏକ କୋର୍ଟ ଡକ୍ୟୁମେଣ୍ଟରେ ସ୍ପଷ୍ଟ କରିଛି ଯେ ମସ୍କଙ୍କ ପାଖରେ କୌଣସି ସରକାରୀ ନିଷ୍ପତ୍ତି ନେବାର ଅଧିକାର ନାହିଁ। ତାଙ୍କୁ ସରକାରୀ ନିଷ୍ପତ୍ତି ନେବାର କ୍ଷମତା ଆନୁଷ୍ଠାନିକ ଭାବରେ ଦିଆଯାଇନାହିଁ। ସେ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ ଏବଂ ତାଙ୍କର ନିର୍ଦ୍ଦେଶ ପାଳନ କରିବାର କାମ କରିପାରିବେ।
ହ୍ବାଇଟ ହାଉସ୍‌ ପ୍ରଶାସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜୋଶୁଆ ଫିସର ସ୍ପଷ୍ଟ କରିଛନ୍ତି ଯେ ଏଲନ ମସ୍କ ଜଣେ ହ୍ବାଇଟ ହାଉସ କର୍ମଚାରୀ। କିନ୍ତୁ ସେ ଜଣେ ଅସ୍ଥାୟୀ ସ୍ବତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତାର ଭୂମିକା ଦିଆଯାଇଛି, କିନ୍ତୁ ସେ ନିଜେ କୌଣସି ସରକାରୀ ନୀତି କିମ୍ବା ନିଷ୍ପତ୍ତି ନେଇପାରିବେ ନାହିଁ।
ଏହାଛଡ଼ା ଅନ୍ୟ ବରିଷ୍ଠ ହ୍ବାଇଟ ହାଉସ୍‌ ପରାମର୍ଶଦାତାଙ୍କ ପରି ମସ୍କଙ୍କ ଭୂମିକା କେବଳ ପରାମର୍ଶ ଦେବା ପର୍ଯ୍ୟନ୍ତ ସୀମିତ। ମସ୍କ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା ପାଇଁ କାମ କରନ୍ତି, କିନ୍ତୁ ତାଙ୍କର କୌଣସି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ଅଧିକାର ନାହିଁ। ଡକ୍ୟୁମେଣ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମସ୍କଙ୍କ କାମ ହ୍ବାଇଟ ହାଉସ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ।
ଫିସର ଆହୁରି କହିଛନ୍ତି ଯେ ’ୟୁଏସ ଡଜ୍‌ ସର୍ଭିସ’ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ (Executive Office of the President) ର ଏକ ଅଂଶ। ସେ କହିଛନ୍ତି ଯେ ’ୟୁଏସ୍‌ ଡଜ୍‌ ସର୍ଭିସ୍‌ ଟେମ୍ପରାରୀ ଅର୍ଗାନାଇଜେଶନ (US DOGE Service Temporary Organization) ସେବା ଅସ୍ଥାୟୀ ସଂଗଠନ’ ଏହି ସେବା ଅଧୀନରେ ଆସେ। କିନ୍ତୁ ଏହା ହ୍ବାଇଟ ହାଉସ କାର୍ଯ୍ୟାଳୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଏହି ବିବୃତ୍ତି ସ୍ପଷ୍ଟ କରିଦେଲା ଯେ ସରକାରୀ ପ୍ରଶାସନରେ ମସ୍କଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri