ଏଲନ ମସ୍କଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୩୦।୧: ଏଲନ ମସ୍କଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ସେ ମନୋନୀତ ହୋଇଛନ୍ତି । ୟୁରୋପୀୟ ସଂସଦର ସ୍ଲୋଭେନିଆନ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସଏକ୍ସ ଭଳି କମ୍ପାନୀର ମାଲିକ ମସ୍କଙ୍କୁ ଏନେଇ ବଡ଼ ସୁଯୋଗ ମିଳିଛି। ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ବାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି ତାଙ୍କର ଅବଦାନକୁ ସ୍ବୀକୃତି ଦେବା ପାଇଁ କରାଯାଇଛି ।

ପ୍ରସ୍ତାବକୁ ନିଶ୍ଚିତ କରି, ବ୍ରାଙ୍କୋ ଗ୍ରିମ୍ସ କହିଛନ୍ତି, ଆଜି ଏହା ସଫଳତାର ସହିତ ପ୍ରସ୍ତାବିତ ହୋଇଛି ଯେ ଅଭିବ୍ୟକ୍ତି ସୱାଧୀନତା ଏବଂ ଶାନ୍ତିର ମୌଳିକ ମାନବାଧିକାରକୁ ନିରନ୍ତର ସମର୍ଥନ କରିଆସୁଥିବା ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ। ଏହି ମନୋନୟନରେ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି, ’ଏହି ଚ୍ୟାଲେଞ୍ଜିଂ ପ୍ରକଳ୍ପରେ ସାହାଯ୍ୟ କରିଥିବା ସମସ୍ତ ସହ-ପ୍ରସ୍ତାପକ ଏବଂ ସହକର୍ମୀଙ୍କୁ ହୃଦୟରୁ ଧନ୍ୟବାଦ ।

କହିରଖୁଛୁ କି, ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ବହୁତ କଠୋର ଏବଂ ବିସ୍ତୃତ। ନାମଲେଖାର ଶେଷ ତାରିଖ ଜାନୁଆରୀ ୩୧, ଏବଂ ଏହା ସାଧାରଣତଃ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହୁଏ । ଶେଷ ତାରିଖ ପରେ, ଫେବୃଆରୀ ମଧ୍ୟଭାଗରେ ମୂଲ୍ୟାୟନ ପାଇଁ ନୋବେଲ କମିଟି ନିକଟରେ ମନୋନୟନ ଦାଖଲ କରାଯାଏ। କମିଟି ତା’ପରେ ସମସ୍ତ ବୈଧ ନାମାଙ୍କନ ସମୀକ୍ଷା କରେ ଏବଂ ଅଧିକ ଯାଞ୍ଚ ପାଇଁ ପ୍ରାର୍ଥୀମାନଙ୍କର ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରେ। ଏହି ପର୍ଯ୍ୟାୟରେ, ସ୍ଥାୟୀ ପରାମର୍ଶଦାତା ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ବିଶେଷଜ୍ଞ ରିପୋର୍ଟକୁ ବିଚାରକୁ ନିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri