ଏଲନ ମସ୍କ ଓ ଟୁଇଟର

ଜାସନ ଷ୍ଟାନ୍‌ଲେ

 

ଏଲନ ମସ୍କ କାହିଁକି ଟୁଇଟର କିଣିଲେ? ଏଭଳି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ,ବାକ୍‌ ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ଏହାକୁ କିଣିଛନ୍ତି। ପ୍ରଶ୍ନଟି ଜନମାନସରୁ ଦୂର ହେବ ନାହିଁ, କାରଣ ଏଭଳି ଉତ୍ତର ସନ୍ଦେହ ସୃଷ୍ଟି କରିଛି। ଟୁଇଟର କିଣିବା ପରଠାରୁ ମସ୍କ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଏଭଳି କିଛି ଆଦର୍ଶ ବିଚାରଧାରାକୁ ସାଧାରଣରେ ବାରମ୍ବାର ସୂଚିତ କରିଆସୁଛନ୍ତି। ହେଲେ ଏହା ଏତେ ଭ୍ରମାମତ୍କ ଯେ ତାହା ତାଙ୍କ ମାନସିକତା ଉପରେ ଗଭୀର ସନ୍ଦେହ ସୃଷ୍ଟି କରିଛି। ଉଦାହରଣସ୍ବରୂପ, ଟୁଇଟରରୁ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ହଟାଇଦେବା ନିଷ୍ପତ୍ତିକୁ ମସ୍କ ତିରସ୍କାର କରିଥିଲେ। ସେ ଯୁକ୍ତି ବାଢନ୍ତି ଯେ, ଏକ ଦୃଢ ଗଣତନ୍ତ୍ରର ମୂଳ ଆଧାର ହେଉଛି ବାକ୍‌ ସ୍ବାଧୀନତା। କିନ୍ତୁ ଟ୍ରମ୍ପ ନିର୍ବାଚନ ସମ୍ପର୍କରେ ସାଧାରଣରେ ବ୍ୟାପକ ହିଂସକ ଭାଷା ବ୍ୟବହାର କରିବାରୁ ତାଙ୍କ ଅକାଉଣ୍ଟକୁ ହଟାଇ ଦିଆଯାଇଥିଲା। ବାସ୍ତବରେ ଟ୍ରମ୍ପ ନିର୍ବାଚନ ହାରିଯିବା ପରେ ଏକ ମୁକ୍ତ ଏବଂ ଅବାଧ ନିର୍ବାଚନକୁ ଗୁପ୍ତ ଓ ଚଞ୍ଚକତା କାର୍ଯ୍ୟ ବୋଲି ଦାବି କରିବା ଲାଗି ତାଙ୍କୁ ଏକ ପ୍ଲାଟଫର୍ମ ଯୋଗାଇଦେଇ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଏକ ପ୍ରଭାବୀ ପଥ ସମ୍ପର୍କରେ ଚିନ୍ତା କରିବା କଠିନ। ଏବେସୁଦ୍ଧା ରିପବ୍ଲିକାନ ପାର୍ଟିର ନେତା ଟ୍ରମ୍ପଙ୍କୁ ଟୁଇଟର ବ୍ୟବହାର କରି ଗଣତନ୍ତ୍ରକୁ ଆକ୍ରମଣ କରିବାକୁ ସୁଯୋଗ ଦେଇ ତାହାକୁ କିଭଳି ଦୃଢ କରାଯାଇପାରିବ। ନ୍ୟାୟୋଚିତ ନିୟମଗୁଡ଼ିକର ବ୍ୟାପକ ଗ୍ରହଣୀୟତା ଉପରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ନିର୍ଭର କରେ। ଏହା ଭୋଟିଂରେ ଅଧିକ ସ୍ପଷ୍ଟ ଭାବେ ପ୍ରକାଶ ପାଇଥାଏ। ଏଣୁ ଯେଉଁମାନେ ଗଣତନ୍ତ୍ରର ବୈଧତାକୁ ନଷ୍ଟ କରିବାକୁ ଚାହଁୁଛନ୍ତି ସେମାନେ ନିର୍ବାଚନ ବ୍ୟବସ୍ଥାରେ ଥିବା ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଲଗାତର ମିଥ୍ୟା ପ୍ରଚାର କରୁଛନ୍ତି।
ଗଣତନ୍ତ୍ରର ବୈଧତାକୁ ଦୁର୍ବଳ କରିବା ସକାଶେ ଅନ୍ୟ ବାଟସବୁ ଅଛି। ଗଣତନ୍ତ୍ର ରାଜନୈତିକ ସମାନତାର ଆଧାର ଉପରେ ପର୍ଯ୍ୟବସିତ। ‘ଗୋଟିଏ ବ୍ୟକ୍ତି, ,ଗୋଟିଏ ଭୋଟ’ ର ସିଦ୍ଧାନ୍ତ ହିଁ ଏଭଳି ସମାନତାକୁ ଅଧିକ ପ୍ରତୀୟମାନ କରିଥାଏ। ଏ କ୍ଷେତ୍ରରେ ରାଜନୈତିକ ସମାନତାର ବ୍ୟାପକ ଗୁରୁତ୍ୱ ରହିଛି। ଅର୍ଥାତ୍‌, ଗଣତନ୍ତ୍ରରେ ସମସ୍ତଙ୍କ ସ୍ବର ଶୁଣାଯାଇପାରେ। ଦାର୍ଶନିକ ଷ୍ଟିଫେନ୍‌ ଡାରଓ୍ବାଲ କହିଛନ୍ତି ଯେ, ଏକ ଗଣତନ୍ତ୍ରରେ କ୍ଷମତାକୁ ସତ୍ୟ କହିବା ସମ୍ଭବ ହେବା ଦରକାର। ଗଣତନ୍ତ୍ରର ବୈଧତା ବଜାୟ ରଖିବା ମାନେ ଏକ ଗଣତାନ୍ତ୍ରିକ ସୂଚନା କ୍ଷେତ୍ରର ସୁରକ୍ଷା କରିବା। ସୂଚନା କ୍ଷେତ୍ର ହେଉଛି ପାରସ୍ପରିକ ବିଶ୍ୱାସର କ୍ଷେତ୍ର; ଯେଉଁଥିରେ ନାଗରିକମାନେ ଆମତ୍ବିଶ୍ୱାସ ଅନୁଭବ କରନ୍ତି, ଯାହା ଦ୍ୱାରା ସେମାନେ ବାସ୍ତବତା ସମ୍ପର୍କରେ ଏକ ସହଭାଗୀ ସହମତି ଆଧାରରେ ମୁକ୍ତ ଭାବେ ବିତର୍କ ଓ ସମାଲୋଚନା କରିପାରନ୍ତି। ହେଲେ ବାସ୍ତବତାର ସହଭାଗୀ ମନୋଭାବକୁ ଦୁର୍ବଳ କରିବା ପାଇଁ ଅନେକ ସୁବ୍ୟସ୍ଥିତ ପଦ୍ଧତି ଖଞ୍ଜାଯାଇଛି ; ଯାହା ଏକ ଗଣତାନ୍ତ୍ରିକ ସୂଚନା କ୍ଷେତ୍ରର ସମ୍ଭାବନାକୁ ନଷ୍ଟ କରୁଛି। ଅଧିକ ଷଡ଼ଯନ୍ତ୍ରକାରୀ ବିଚାରଗୁଡ଼ିକୁ ପ୍ରଚାର କରୁଥିବା କ୍ଷମତାଶାଳୀ ଲୋକଙ୍କୁ ଏକ ପ୍ଲାଟ୍‌ଫର୍ମ ଦେବା ଏହି ପଦ୍ଧତିଗୁଡ଼ିକ ମଧ୍ୟରୁ ଅନ୍ୟତମ।
ଏଭଳି ଆହୁରି ଅନେକ ଉଦାହରଣ ଅଛି। ଉଭୟ ତମାଖୁ ଶିଳ୍ପ ଏବଂ ଜୀବାଶ୍ମ ଇନ୍ଧନ ଶିଳ୍ପ ପ୍ରାୟୋଜିତ ଗବେଷଣା ଧୂମପାନ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ବୈଜ୍ଞାନିକ ସହମତିରେ ଥିବା ସଂଶୟ ପ୍ରଚାର କରିବାକୁ କିଭଳି ବ୍ୟଗ୍ର ତାହା ‘ମର୍ଚ୍ଚାଣ୍ଟସ୍‌ ଅଫ୍‌ ଡାଉଟ’ରେ ଦର୍ଶାଯାଇଛି। ହାର୍ଭାଡର ଐତିହାସିକ ଆଓମି ଓରେସ୍କିଜ ଏବଂ କାଲଟେକ୍‌ର ଏରିକ କନ୍‌ଓ୍ବେଙ୍କ ଦ୍ୱାରା ଉକ୍ତ ପୁସ୍ତକ ଲିଖିତ। ଫଳରେ ସହମତି ଅଭାବ ଓ ପ୍ରତିବଦ୍ଧତା ଅଭାବରୁ ନୀତିଗୁଡ଼ିକ ପାସ୍‌ ହୋଇପାରିନାହିଁ। ବୈଜ୍ଞାନିକ ସଂଶୟ ପ୍ରଚାର ଦ୍ୱାରା ସାର୍ବଜନୀନ ବିଶ୍ୱାସକୁ ଦୁର୍ବଳ ହୋଇ ଏହି ସବୁ ସମସ୍ୟା ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ପାଇଁ ଏକ ଗଣତାନ୍ତ୍ରିକ ସୂଚନା କ୍ଷେତ୍ରର ସମ୍ଭାବନାକୁ କ୍ଷତି କରିଦେଲା। ଏପରିକି ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ରହିଥିଲେ ବି ଏହାର ପ୍ରଭାବ ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ ପଦକ୍ଷେପଗୁଡ଼ିକୁ ବିରୋଧ କରିବାର ସମ୍ଭାବନା ଦେଖାଯାଇଛି। ସେହିସବୁ ପଦକ୍ଷେପ ପଛରେ ଥିବା ବାସ୍ତବ କାର୍ଯ୍ୟସୂଚୀକୁ ମାନବତାକୁ ଗୌଣ କରିବା ଲାଗି ଏକ ଷଡ଼ଯନ୍ତ୍ର ବୋଲି ଯଦି ବିଶ୍ୱାସ କରିବା ତେବେ ଜଳବାୟୁ ପଦକ୍ଷେପକୁ ବିରୋଧ କରିବାର ସମ୍ଭାବନା ଉପୁଜିବ। ଏକ ପ୍ଲାଟ୍‌ଫର୍ମ ଯୋଗାଇ ତାହାକୁ ବୈଧ କଲେ ତାହା ଭଲ ପ୍ରଚାରକ ହୋଇପାରିବ, କିନ୍ତୁ ଏସବୁ କେବଳ ନିର୍ଦ୍ଦିଷ୍ଟ ରାଜନୈତିକ ବିଷୟ ଯଥା ଜଳବାୟୁ ପରିବର୍ତ୍ତନ ପାଇଁ ଆବଶ୍ୟକ ଗଣତାନ୍ତ୍ରିକ ସୂଚନା କ୍ଷେତ୍ରର ସମ୍ଭାବନାକୁ କ୍ଷତି କରିବ। ଏହି ରଣନୀତିରେ କୌଣସି ପ୍ରସଙ୍ଗରେ ସହମତିର ସମ୍ଭାବନାକୁ ନଷ୍ଟ କରି ଗଣତାନ୍ତ୍ରିକ ବୈଧତାକୁ ଟାର୍ଗେଟ କରିବା ସମ୍ଭବ। ଏଭଳି କରିବାକୁ ସାର୍ବଜନୀନ ରାଜନୈତିକ ପ୍ରସଙ୍ଗର ପ୍ରତ୍ୟେକ କଳ୍ପନୀୟ ସୁଦ୍ଧାନ୍ତଗୁଡ଼ିକ ସମ୍ପର୍କରେ ଷଡ଼ଯନ୍ତ୍ରକାରୀ ବିଚାରଗୁଡ଼ିକ ପ୍ରସାର କରୁଥିବା ସ୍ବରକୁ ଗୁରୁତ୍ୱ ଦେଉଥିବା ଗୋଟିଏ ପ୍ଲାଟଫର୍ମ ଦରକାର। ରୁଷିଆ ସରକାର ସେମାନଙ୍କ ନିୟନ୍ତ୍ରଣାଧୀନ ଆର୍‌ଟି ଟେଲିଭିଜନ ଚ୍ୟାନେଲରେ ଏଭଳି ପ୍ରୟାସ କରିଥିଲେ। ମସ୍କ ଏବେ ଟୁଇଟରରେ ଏହି ରଣନୀତି ଆପଣାଉଛନ୍ତି।
ଜୀବାଶ୍ମ ଇନ୍ଧନ ଶିଳ୍ପ କାହିଁିକି ଜଳବାୟୁ ପରିବର୍ତ୍ତନ ଉପରେ ଥିବା ଗଣତାନ୍ତ୍ରିକ କଟକଣାଯୁକ୍ତ ପଦକ୍ଷେପର ସମ୍ଭାବନାକୁ ଦୁର୍ବଳ କରିବାକୁ ଚାହଁୁଛି ତାହା ସ୍ପଷ୍ଟ ହୋଇଛି। କିନ୍ତୁ ବିଶ୍ୱର ଧନୀ ଲୋକ(ମସ୍କ) କାହିଁକି ଗଣତନ୍ତ୍ରର ବୈଧତାକୁ ଦୁର୍ବଳ କରିବାକୁ ଚାହଁୁଛନ୍ତି ତାହାର ଉତ୍ତର ସ୍ପଷ୍ଟ ହେବା ଉଚିତ। ଏକ ସୁସ୍ଥ ଗଣତନ୍ତ୍ରରେ ଏକ ସହଭାଗୀ ଗଣତାନ୍ତ୍ରିକ ସୂଚନା କ୍ଷେତ୍ର ସତ କହିବାକୁ ସମସ୍ତଙ୍କୁ ଅନୁମତି ଦିଏ। ଏହା ହେଉଛି ରାଜନୈତିକ ସମାନତାର ସାରାଂଶ। ଏକ ସୁସ୍ଥ ଗଣତନ୍ତ୍ରରେ ଏକ ମଧ୍ୟବର୍ଗର ସାମ୍ବାଦିକ ସୁଅଧ୍ୟୟନବଶିଷ୍ଟ ତଥ୍ୟ ପ୍ରକାଶ କରି ବହୁରାଷ୍ଟ୍ରୀୟ କମ୍ପାନୀ କିମ୍ବା ଅତି ଧନୀ ବ୍ୟକ୍ତିମାନଙ୍କ ମୁଖା ଖୋଲିପାରିବେ; ଯାହା ସେମାନଙ୍କ କାର୍ଯ୍ୟକଳାପ, ଟ୍ୟାକ୍ସ ବୃଦ୍ଧିକୁ ରୋକିବା ଲାଗି ଏକ ସହମତି ସୃଷ୍ଟି କରିପାରିବ। ଅନ୍ୟପକ୍ଷରେ ସେମାନଙ୍କ କାର୍ଯ୍ୟ ଲାଗି ସେମାନଙ୍କୁ ଉତ୍ତରଦାୟୀ କରାଯିବ। ଯଦି ଜଣେ ସାମୂହିକ ସଂଶୟ ବା ଅବିଶ୍ୱାସ ଖେଳାଇ ସେହି ସୂଚନା କ୍ଷେତ୍ରକୁ ନଷ୍ଟ କରିବ ତେବେ ଏହି ବାଟରେ କ୍ଷମତାଶାଳୀଙ୍କ ବିରୋଧରେ ନାଗରିକମାନଙ୍କୁ ସଂଗଠିତ କରିବାକୁ ବେଶି ସମୟ ଲାଗିବ ନାହିଁ। କ୍ଷମତାସମ୍ପନ୍ନ ବ୍ୟକ୍ତିମାନଙ୍କ ପାଇଁ, ଗଣତାନ୍ତ୍ରିକ ବୈଧତା ହେଉଛି ଏକ ବିପଦ। କାରଣ ଏହା ସେମାନଙ୍କ କ୍ଷମତାର ବାଟ ଓଗାଳେ। ଏ ଦୃଷ୍ଟିରୁ କାହିଁକି ବିଶ୍ୱର ଜଣେ ସବୁଠୁ କ୍ଷମତାଶାଳୀ ବ୍ୟକ୍ତି ଏହାକୁ ହଟାଇ ଦେବା ଲାଗି ନ ଚାହିଁବ?
ପ୍ରାଧ୍ୟାପକ, ଦର୍ଶନଶାସ୍ତ୍ର, ୟେଲେ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?