ଆଜିଠାରୁ ଆରମ୍ଭ ଭାରତର ଜି୨୦ ଅଧ୍ୟକ୍ଷତା

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ

 

ପୂର୍ବରୁ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ୧୭ଟି ରାଷ୍ଟ୍ର ଏହାର ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି- ବିଶେଷ କରି ସାମୂହିକ ଆର୍ଥିକ ସ୍ଥିରତା, ଅନ୍ତଃରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାର ସୁସଂଗତୀକରଣ, ରାଷ୍ଟ୍ରମାନଙ୍କ ଋଣଭାର ଉପଶମ ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏଥିରେ ସାମିଲ। ଏହିସବୁ ସଫଳତାରୁ ଆମେ ସଭିଏ ଉପକୃତ ହେବୁ ଏବଂ ଏହି ଧାରାକୁ ଆଗେଇ ନେବୁ।
କିନ୍ତୁ, ଆଜି ଯେତେବେଳେ ଭାରତ ଏହି ଗୁରୁଦାୟିତ୍ୱ ବହନ କରୁଛି, ମୁଁ ନିଜକୁ ନିଜେ ପ୍ରଶ୍ନ କରୁଛି ଜି-୨୦କୁ ଆହୁରି ଆଗେଇ ନେଇ ହେବ କି? ଆମେ କ’ଣ ମୌଳିକ ମାନସିକତାକୁ ଆହୁରି ତ୍ୱରାନ୍ବିତ କରିବାରେ ଉତ୍‌ପ୍ରେରକ ଭୂମିକା ଗ୍ରହଣ କରିପାରିବା, ଯଦ୍ଦ୍ବାରା ଏଥିରୁ ସମଗ୍ର ମାନବ ସମାଜ ସାମଗ୍ରିକ ଭାବେ ଉପକୃତ ହୋଇପାରିବ ? ମୋର ଦୃଢ଼ ବିଶ୍ୱାସ ଯେ ଆମେ ତାହା କରିପାରିବା।
ଆମର ମାନସିକତା ଆମ ପାରିପାର୍ଶ୍ୱିକ ପରିସ୍ଥିତି ଦ୍ୱାରା ହିଁ ଗଢ଼ାହୋଇଛି। ଯଦିଚ ସମଗ୍ର ଇତିହାସରେ ମାନବ ଜାତି ସଦାସର୍ବଦା ଅଭାବ ଭିତରେ ଜୀବନ ବଞ୍ଚତ୍ଆସିଛି। ଆମେ ସୀମିତ ସମ୍ବଳ ସକାଶେ ପରସ୍ପର ମଧ୍ୟରେ ଲଢ଼େଇ କରିଛୁ, କାରଣ ଅନ୍ୟମାନଙ୍କୁ ବଞ୍ଚତ୍ତ କରିବା ଉପରେ ଆମର ଜୀବନ ନିର୍ଭରଶୀଳ। ଚିନ୍ତାଧାରା, ଆଦର୍ଶ ଓ ପରିଚୟକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତା ଏକ ଧାରା ପାଲଟିଛି।
ଦୁର୍ଭାଗ୍ୟର କଥା, ଆମେ ଆଜି ସୁଦ୍ଧା ସେହି ଅପରିବର୍ତ୍ତିତ ମାନସିକତା ମଧ୍ୟରେ ଆବଦ୍ଧ ହୋଇ ରହିଆସିଛୁ। ଆମେ ଦେଖିଛୁ ଯେତେବେଳେ ରାଷ୍ଟ୍ର- ରାଷ୍ଟ୍ର ମଧ୍ୟରେ କୌଣସି ଭୂଖଣ୍ଡ କିମ୍ବା ସମ୍ପଦ ପାଇଁ ଲଢ଼େଇ ଚାଲେ। ଆମେ ଦେଖିଛୁ ଯେତେବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯାଏ। ପୁଣି ଆମେ ଦେଖୁ କିଛି ବ୍ୟକ୍ତିବିଶେଷଙ୍କ ନିକଟରେ ପ୍ରତିଷେଧକ ଟିକା ମହଜୁଦ ଥାଏ, ଯେତେବେଳେ କି କୋଟି କୋଟି ଲୋକ ଆପଦଗ୍ରସ୍ତ ଅବସ୍ଥାରେ ରହିଥା’ନ୍ତି।
କେହି କେହି ଯୁକ୍ତି ବାଢ଼ିପାରନ୍ତି ଯେ ବିବାଦ ଏବଂ ଲୋଭ ହେଉଛି ମଣିଷର ମୌଳିକ ସ୍ବଭାବ। ମୁଁ ସେଭଳି ଯୁକ୍ତି ସହ ସହମତ ନୁହେଁ। ଯଦି ମଣିଷ ସ୍ବଭାବତଃ ସ୍ବାର୍ଥପର ହୋଇଥା’ନ୍ତା, ତେବେ ଏତେସବୁ ଆଧ୍ୟାତ୍ମିକ ପରମ୍ପରାରେ ଐକ୍ୟର ବାର୍ତ୍ତା କେମିତି ସମ୍ଭବ ହୋଇଥା’ନ୍ତା ?
ସେହିଭଳି ଗୋଟିଏ ପରମ୍ପରା, ଯାହାକି ଭାରତରେ ବେଶ୍‌ ଲୋକପ୍ରିୟ ଏବଂ ତାହା ହେଉଛି ସମସ୍ତ ଜୀବନ୍ତ ପ୍ରାଣୀ ଏପରି କି ନିର୍ଜୀବ ପଦାର୍ଥ, ସେହି ପାଞ୍ଚଗୋଟି ମୂଳ ତତ୍ତ୍ୱରୁ ହିଁ ଉତ୍ପନ୍ନ ଯାହାକୁ ଆମେ ପଞ୍ଚତତ୍ତ୍ୱ ବୋଲି କହୁ ଏବଂ ସେଗୁଡ଼ିକ ହେଲା – ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଏହି ସକଳ ତତ୍ତ୍ୱ ମଧ୍ୟରେ ସନ୍ତୁଳନ ଓ ସମନ୍ବୟ ରକ୍ଷା ଆମର ପାର୍ଥିବ, ସାମାଜିକ ଏବଂ ପାରିବେଶିକ ସୁସ୍ଥତା ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ।
ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏହି ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ। ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି, ଯାହାକୁ ଆମେ ସାମୂହିକ ଭାବେ ସ୍ବୀକାର କରିବାରେ ବିଫଳ ହୋଇଛୁ।
ଆଜି, ଆମେ ବିଶ୍ୱର ସମସ୍ତ ମାନବ ସମାଜ ନିମନ୍ତେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ଉତ୍ପାଦନ କରିବା ଲାଗି ସକ୍ଷମ। ଆଜି, ଆମେ ନିଜର ବଞ୍ଚତ୍ରହିବାର ସ୍ଥିତି ନିମନ୍ତେ ଆଉ ସଂଘର୍ଷ କରିବାର କୌଣସି ଆବଶ୍ୟକତା ନାହିଁ। ଆମ ସମୟ ଏକ ଯୁଦ୍ଧର କାଳ ହେବା ଅନୁଚିତ। ଏହା ବାସ୍ତବ ସତ୍ୟ, ଏହା କଦାଚିତ୍‌ ହେବା ଉଚିତ ନୁହେଁ!
ଆଜି, ଆମେ ଯେଉଁ ବୃହତ୍‌ ବିପଦର ସାମ୍ନା କରୁଛୁ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ- ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ ଏସବୁ ସମସ୍ୟାକୁ କଦାପି ସମାଧାନ କରିହେବ ନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ।
ସୌଭାଗ୍ୟର କଥା, ଆଜିର ପ୍ରଯୁକ୍ତିବିଦ୍ୟା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଏହିସବୁ ସମସ୍ୟାର ମୁକାବିଲା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି। ଭର୍ଚୁଆଲ ଦୁନିଆରେ ଆମମାନଙ୍କ ଉପସ୍ଥିତି ଡିଜିଟାଲ୍‌ ପ୍ରଯୁକ୍ତିର ବିଶାଳ ଆକାରକୁ ପ୍ରଦର୍ଶିତ କରୁଛି।
ବିଶ୍ୱର ଏକ ଷଷ୍ଠାଂଶ ଲୋକଙ୍କ ନିବାସସ୍ଥଳୀ, ତାହା ପୁଣି ବ୍ୟାପକ ଭାଷା, ଧର୍ମ, ପରମ୍ପରା ଓ ବିଶ୍ୱାସଗତ ବିଭିନ୍ନତା ସତ୍ତ୍ୱେ; ସେହି ଦୃଷ୍ଟିରୁ ବିଚାର କଲେ ଭାରତ ହେଉଛି ଏକ କ୍ଷୁଦ୍ର ବିଶ୍ୱ। ସାମୂହିକ ନିଷ୍ପତ୍ତି ଗ୍ରହଣର ପ୍ରାଚୀନତମ ପରମ୍ପରା ହେଉଛି ଗଣତନ୍ତ୍ରର ମୌଳିକ ଡିଏନ୍‌ଏକୁ ଭାରତର ଅବଦାନ। ଗଣତନ୍ତ୍ରର ଜନନୀଭାବେ, ଭାରତର ରାଷ୍ଟ୍ରୀୟ ସହମତି କୌଣସି ଆଦେଶ ବଳରେ ନୁହେଁ, ବରଂ କୋଟି କୋଟି ନାଗରିକଙ୍କ ମୁକ୍ତ କଣ୍ଠରୁ ନିଃସୃତ ସ୍ବର ହିଁ ଏହାର ସ୍ବରୂପ।
ଆଜି, ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ବିଶାଳତମ ରାଷ୍ଟ୍ର। ଆମର ନାଗରିକ କୈନ୍ଦ୍ରିକ ସୁଶାସନର ମଡେଲ ସବୁଠାରୁ ଅବହେଳିତ ନାଗରିକଙ୍କର ମଧ୍ୟ ଯତ୍ନ ନିଏ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରେ। ଆଉ ମଧ୍ୟ ଏହା ଆମ ବିଚକ୍ଷଣ ବୁଦ୍ଧିମତ୍ତାଯୁକ୍ତ ଯୁବଗୋଷ୍ଠୀଙ୍କ ସୃଜନଶୀଳତାର ପରିପ୍ରକାଶ ପାଇଁ ଯତ୍ନବାନ୍‌ ହୋଇଥାଏ।
ଆମେ କେତେବେଳେ ଉପରୁ ତଳ ଶାସନ ବ୍ୟବସ୍ଥା ଜରିଆରେ ରାଷ୍ଟ୍ରୀୟ ବିକାଶର ପରିକଳ୍ପନା କରିନାହୁଁ ବରଂ ଏହା ସର୍ବଦା ଏକ ନାଗରିକ ନେତୃତ୍ୱାଧୀନ ‘ଜନ ଆନ୍ଦୋଳନ’। ଜନସାଧାରଣଙ୍କ ପାଇଁ ଡିଜିଟାଲ୍‌ ଉତ୍ପାଦ ସୃଷ୍ଟି କରିବାରେ ଆମେ ସଦାବେଳେ ପ୍ରଯୁକ୍ତିକୁ ପ୍ରାଧାନ୍ୟ ଦେଇଆସିଛୁ ଏବଂ ତାହା ମୁକ୍ତ ଓ ସମାବେଶୀ। ସାମାଜିକ ସୁରକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଇଲେକ୍ଟ୍ରୋନିକ ପେମେଣ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ତାହା ବୈପ୍ଳବିକ ପ୍ରଗତି ହାସଲ କରିବା ସହିତ ଲୋକମାନଙ୍କୁ ଏହାର ସୁଫଳ ପ୍ରଦାନ କରିଛି। ଏହିସବୁ କାରଣ ଯୋଗୁ, ଭାରତର ଅନୁଭୂତି ବୈଶ୍ୱିକ ସମସ୍ୟାବଳୀର ସମାଧାନ ନିମନ୍ତେ ଉପାୟ ବାହାର କରିବାରେ ସହାୟକ ହୋଇପାରିବ।
ଜି-୨୦ ଅଧ୍ୟକ୍ଷତା ଅବଧି ମଧ୍ୟରେ, ଆମେ ଭାରତର ସ୍ବକୀୟ ଅନୁଭୂତି, ଅଧ୍ୟୟନ ଏବଂ ମଡେଲଗୁଡ଼ିକୁ ଅନ୍ୟମାନଙ୍କ ପାଇଁ, ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କ ଲାଗି ଉଦାହରଣ ଭାବେ ଉପସ୍ଥାପନ କରିବୁ।
ଜି-୨୦ରେ ଆମର ଅଗ୍ରାଧିକାର କେବଳ ଜି-୨୦ ସହଯୋଗୀ ରାଷ୍ଟ୍ରଙ୍କ ସହିତ ବିଚାରବିମର୍ଶ ଭିତ୍ତିରେ ନୁହେଁ ବରଂ ଆମର ସହଗାମୀ ବିଶ୍ୱର ଦକ୍ଷିଣ ଗୋଲାର୍ଦ୍ଧର ରାଷ୍ଟ୍ର, ଯେଉଁମାନଙ୍କ ସ୍ବର ପ୍ରାୟତଃ କର୍ଣ୍ଣଗୋଚର ହୋଇ ନ ଥାଏ, ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବୁ।
ଆମେ ‘ଏକ ବିଶ୍ୱ’ର ସମସ୍ୟା ସମାଧାନ ଉପରେ ଅଗ୍ରାଧିକାର ପ୍ରଦାନ କରିବୁ। ଏଥି ସହିତ ଆମର ‘ଏକ ପରିବାର’ ଭିତରେ ସମନ୍ବୟ ରକ୍ଷାପୂର୍ବକ ଭବିଷ୍ୟତ ଆଶା ଚରିତାର୍ଥ କରିବୁ। ବିଶ୍ୱର ଅସୁସ୍ଥତାକୁ ଦୂର କରିବା ନିମନ୍ତେ ଆମେ ପୋଷଣୀୟ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବୁ ଯାହାକି ପ୍ରକୃତି ପ୍ରତି ଭାରତର ‘ପ୍ରତିବଦ୍ଧତା’ ଆଧାରରେ ହେବ।
ମାନବୀୟ ପରିବାର ମଧ୍ୟରେ ସମନ୍ବୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେ ବୈଶ୍ୱିକ ଖାଦ୍ୟ, ସାର ଏବଂ ଔଷଧୀୟ ଉତ୍ପାଦ ଯୋଗାଣକୁ ରାଜନୀତିମୁକ୍ତ ରଖିବା ନିମନ୍ତେ ଆହ୍ବାନ ଜଣାଇବୁ ଯଦ୍ଦ୍ବାରା ଭୂ-ରାଜନୈତିକ କାରଣରୁ ମାନବୀୟ ସଙ୍କଟ ଉପନୀତ ହେବନାହିଁ। ଆମ ନିଜ ପରିବାର ଭଳି, ଯାହାର ଆବଶ୍ୟକତା ସର୍ବାଧିକ ତାଙ୍କ ପ୍ରତି ଯେଉଁଭଳି ଆମେ ପ୍ରଥମେ ଚିନ୍ତା କରିଥାଉ, ତାହାର ଅନୁରୂପ ପ୍ରଦର୍ଶନ ପାଇଁ ଆମେ ପ୍ରୟାସୀ ହେବୁ।
ଆମର ଭବିଷ୍ୟତ ବଂଶଧରମାନଙ୍କ ମନରେ ଆଶା ସଂଚାରିବା ନିମନ୍ତେ ଗଣବିଧ୍ୱଂସୀ ମାରଣାସ୍ତ୍ର ଏବଂ ବୈଶ୍ୱିକ ନିରାପତ୍ତା ପ୍ରତି ଉତ୍ପନ୍ନ ବିପଦର ଆଶଙ୍କାକୁ ଦୂର କରିବା ଲାଗି ଆମେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଆପୋସ ଆଲୋଚନା କରିବା ପାଇଁ ପ୍ରୋତ୍ସାହିତ କରିବୁ।
ଭାରତର ଜି-୨୦ କାର୍ଯ୍ୟସୂଚୀ ହେବ ସମାବେଶୀ, ଆକାଂକ୍ଷୀ, କ୍ରିୟାଶୀଳ ଓ ନିଷ୍ପତ୍ତି ଭିତ୍ତିକ। ଆସନ୍ତୁ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ଉପଶମ, ସମନ୍ବୟ ଓ ଆଶାର ଅଧ୍ୟକ୍ଷତାରେ ପରିଣତ କରିବା ନିମନ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା।
ଆସନ୍ତୁ, ଏକ ମାନବକୈନ୍ଦ୍ରିକ ଜଗତୀକରଣର ନୂତନ ଆଦର୍ଶକୁ ରୂପ ପ୍ରଦାନ କରିବା ନିମନ୍ତେ ପରସ୍ପର ସହ ହାତ ମିଳାଇ କାର୍ଯ୍ୟ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?