ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ କଣ୍ଟାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଲଘୁଚାପ ସତ୍ତ୍ୱେ ମତ୍ସ୍ୟଜୀବୀମାନେ ବୋଟ୍‌ ଧରି ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ। ହେଲେ ପ୍ରବଳ ବର୍ଷା ଯୋଗୁ ସେମାନେ ଫେରି ପାରି ନ ଥିଲା।

ଖବର ପାଇ କଣ୍ଟାଇ ମତ୍ସ୍ୟବିଭାଗ ଘଟଣା ସମ୍ପର୍କରେ କୋଷ୍ଟଗାର୍ଡକୁ ସୂଚନା ଦେଇଥିଲେ। କୋଷ୍ଟଗାର୍ଡ ପକ୍ଷରୁ ପ୍ରଥମେ ଡୋନିୟର ଏୟାରକ୍ରାଫ୍ଟ ଜରିଆରେ ସନ୍ଧାନ କରାଯାଇଥିଲା। ସମୁଦ୍ରର ୩୫ ନଟିକାଲ ମାଇଲ(୬୩ କି.ମି.) ମଧ୍ୟରେ ସେମାନଙ୍କୁ ଠାବ କରିଥିଲା। ପରେ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ‘ଅନମୋଲ’ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ : ୫ ଗିରଫ

ଜୁନାଗଡ଼, ୭।୧୦(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ବୁଧବାର ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣକୁ ଗିରଫ କରିଛି।...

ମୋ ସ୍କୁଲ ଯୋଜନାରେ ଆଉ ୫୦୮ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାରେ ୧୬ଟି ଜିଲାର ଆଉ ୫୦୮ଟି ବିଦ୍ୟାଳୟକୁ ସାମିଲ କରାଯାଇଛି। ଏହି ଜିଲାଗୁଡ଼ିକ ହେଲା...

କରୋନା ଭୟ, ଫିକା ପଡ଼ିଲା ହୋଲି: ଶୁଭେଚ୍ଛା ବାର୍ତ୍ତାରେ ଅଟକିଲା

ଦାରିଙ୍ଗବାଡ଼ି,୧୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ହୋଲିପର୍ବ କେବଳ ଶୁଭେଚ୍ଛା ବାର୍ତ୍ତାରେ ଅଟକି ରହିଛି ।  ଜଣେ ଜଣକୁ ଶୁଭେଚ୍ଛା ବାର୍ତ୍ତାକୁ ସୋସିଆଲ...

ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ରେଲ୍‌ଓ୍ବେରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର...

ମାନସିକ ରୋଗୀଙ୍କୁ ଏକ୍ସପାଏରି ମେଡିସିନ

କଟକ ଅଫିସ, ୩।୭: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ମେଡିସିନ। ଏହି ମେଡିସିନ ଖାଇ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର...

ନିରାଡ଼ମ୍ବରରେ ଶୀତଳଷଷ୍ଠୀ ଥାଳଉଠା ପର୍ବ ସମ୍ପନ୍ନ

ସମ୍ବଲପୁର,୨୭।୪(ବ୍ୟୁରୋ)-ପରମ୍ପରାନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ରବିବାର ଗୋଧୂଳୀ ଲଗ୍ନରେ ସମ୍ପନ୍ନ ହୋଇଛି । ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର...

ଶିକ୍ଷାନୁଷ୍ଠାନର ୫କି.ମି. ମଧ୍ୟରେ ହେବ ଡିଇଏଲ୍‌ଇଡି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ଡିଇଏଲ୍‌ଇଡି (ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ) ପରୀକ୍ଷାର୍ଥୀମାନେ ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ...

ପୋଲିସ ଟାର୍ଗେଟରେ ଫେରାର ୨୨

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀରେ ନୂଆ ଅପରାଧ ସାମ୍ରାଜ୍ୟ ଗଢ଼ିଥିବା କେବିଏନ୍‌ ଗ୍ୟାଙ୍ଗ୍‌ ଏବେ କମିଶନରେଟ ପୋଲିସର ନିଦ ହଜାଇଛି। ବନ୍ଧୁକ, ଖଣ୍ଡା, ଭୁଜାଲି ବୁଲାଇ ଭୟ ଓ...

Advertisement
Archives

Model This Week