ଜଙ୍ଗଲ ଜଗିବେ ହାତୀ

ଢେଙ୍କାନାଳ ଅଫିସ,୩୧ା୩: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟକୁ ଜଗିବେ ହାତୀ। ଏଥିପାଇଁ କପିଳାସ ପ୍ରାଣୀ ଉଦ୍ୟାନରେ ଥିବା ୫ ହାତୀଙ୍କୁ ତାଲିମ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। ତାଲିମ ସମ୍ପୂର୍ଣ୍ଣ ହେଲେ ଉକ୍ତ ହାତୀଙ୍କୁ ଜଙ୍ଗଲ ଜଗିବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।
୧୨୫୫୯.୫୯ ହେକ୍ଟର ବିଶିଷ୍ଟ କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଏପ୍ରିଲ ୨ରେ ଅଭୟାରଣ୍ୟ ମାନ୍ୟତା ମିଳିଥିଲା। ଏହି ସଂରକ୍ଷିତ ଜଙ୍ଗଲରେ ଶାଳ, ଶାଗୁଆନ, କୁରୁମ, ଧଉରା, ଫାସି ଆଦି ଅନେକ ପ୍ରକାରର ମୂଲ୍ୟବାନ ଗଛ ଏବଂ ଔଷଧୀୟ ଉଦ୍ୟାନ ରହିଛି। ହାତୀ, ହରିଣ, ଭାଲୁ, ଶମ୍ବର, କୁଟୁରା, ବାର୍‌ହା, ପାହାଡିମୂଷା, ଝିଙ୍କ, ସରିସୃପ ଆଦି ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ଏହା ଆବାସସ୍ଥଳି। କିନ୍ତୁ ଶିକାରୀ ଓ କାଠ ମାଫିଆଙ୍କ ଉପଦ୍ରବ ବଢୁଥିବାରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ କପିଳାସ ପ୍ରାଣୀ ଉଦ୍ୟାନର ରେସ୍‌କ୍ୟୁ ସେଣ୍ଟରରେ ଗୋଟିଏ ଦନ୍ତା ହାତୀ (କାର୍ତ୍ତିକ) ଓ ୪ ଛୁଆଙ୍କୁ ମିଶାଇ ମୋଟ ୫ ହାତୀ ରହିଛନ୍ତି। ତନ୍ମଧ୍ୟରୁ ଦନ୍ତାହାତୀ କାର୍ତ୍ତିକକୁ ୨୦୧୦ ଜୁଲାଇ ୭ରେ କଟକ ଜିଲା ଆଠଗଡ ଡିଭିଜନରୁ ଉଦ୍ଧାର କରି ଅଣାଯାଇଥିଲା। ଛୁଆ ହାତୀ ଚନ୍ଦୁକୁ ବରଗଡ ଡିଭିଜନରୁ ୨୪ ଡିସେମ୍ବର ୨୦୧୧ରେ, ଉମାକୁ ୪ ସେପ୍ଟେମ୍ବର ୨୦୧୨ରେ ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ, ହିରୋକୁ ୨୦୧୮ରେ ସମ୍ବଲପୁର ଜିଲା ବାମରା ସଂରକ୍ଷିତ ଜଙ୍ଗଲରୁ ଏବଂ ପଦ୍ମାକୁ ୨୦୨୦ ଡିସେମ୍ବର ୩୧ରେ ବ୍ରହ୍ମପୁର ଡିଭିଜନ ଟମଣା ସେକ୍ସନରୁ ଉଦ୍ଧାର କରାଯାଇଥିଲା। ଛତିଶଗଡ଼, ଆସାମ, କେରଳ ଆଦି ରାଜ୍ୟରେ ହାତୀମାନଙ୍କୁ ଦିଆଯାଉଥିବା ତାଲିମ ଢାଞ୍ଚାରେ କପିଳାସ ପ୍ରାଣୀ ଉଦ୍ୟାନର ରେସ୍‌କ୍ୟୁ ସେଣ୍ଟରରେ ଥିବା ଉକ୍ତ ୫ ହାତୀଙ୍କୁ ଜଙ୍ଗଲ ଜଗିବା ତାଲିମ ଦିଆଯିବା ଆରମ୍ଭ ହୋଇଛି। ଏଥିପାଇଁ ଆସାମରୁ ଆସିଥିବା ଦୁଇଜଣ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ରେସକ୍ୟୁ ସେଣ୍ଟରରେ ନିୟୋଜିତ କରାଯାଇଛି। ତାଲିମ ପରେ ମାହୁନ୍ତ ହାତୀଙ୍କୁ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ବୁଲାଇବେ। ଏପରିକି ଅନ୍ୟ ହାତୀ ଆକ୍ରମଣ ଉଦ୍ୟମ କଲେ ତାଲିମପ୍ରାପ୍ତ ହାତୀମାନେ କିପରି ଭୟଭୀତ ହେବେ ନାହିଁ, ଜଙ୍ଗଲର ଅପହଞ୍ଚ ସ୍ଥାନକୁ କିପରି ଯାଇହେବ, ଶିକାରୀ ଓ କାଠ ଚୋରଙ୍କ କବଳରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖିହେବ ସେ ଦିଗରେ ତାଲିମ ପ୍ରଦାନ କରାଯାଉଛି। ବର୍ତ୍ତମାନ କାର୍ତ୍ତିକ ଓ ଚନ୍ଦୁ ତାଲିମ ନେଉଛନ୍ତି। ଖୁବ୍‌ଶୀଘ୍ର ଏହି ଦୁଇହାତୀ କପିଳାସ ଅଭୟାରଣ୍ୟକୁ ଜଗିବା ପାଇଁ ପାଟ୍ରୋଲିଂରେ ସାମିଲ ହେବେ। ଅନ୍ୟ ୩ ହାତୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି, କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ରେସକ୍ୟୁ ସେଣ୍ଟରରେ ଥିବା ହାତୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ଆସନ୍ତା ଡିସେମ୍ବର ସୁଦ୍ଧା କାର୍ତ୍ତିକ ଓ ଚନ୍ଦୁ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଆସାମରୁ ଦୁଇଜଣ ମାହୁନ୍ତ ସେମାନଙ୍କୁ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri