୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲେ ହାତୀପଲ, ଜଣେ ଆହତ

କେନ୍ଦୁଝର,୨୯ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅଧିନସ୍ଥ ଲକ୍ଷ୍ମୀପଶି ବିଟ ଅଞ୍ଚଳରେ ହାତୀ ପଲ ପଶି ଘର ଭାଙ୍ଗିବା ସହିତ ଘର ଭିତରେ ଥିବା ଧାନ, ଚାଉଳକୁ ଖାଇ ଘରେ ଥିବା ଜିନିଷକୁ ଦଳି ଚକଟି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ଚମ୍ପୁଆ ବନଚଳରେ ରହୁଥିବା ୨୨ ଗୋଟି ହାତୀ ମଧ୍ୟରୁ ୯ ଗୋଟି ହାତୀ ଅଲଗା ହୋଇ ବାହାରି ଆସି ଝୁମ୍ପୁରା ବ୍ଲକର ମଣଦା ଗ୍ରାମରେ ପଶିଥିଲେ। ସେହି ଗ୍ରାମର ବିନତୀ ବେଟକାର, ଉଦ୍ଧବ ବେଟକାର, ନବୀନ ପୂର୍ତୀ, ବିନୋଦ ବେଟକାର, ବୁଲୁ ବେଟକାରଙ୍କ ଘରର କାନ୍ଥ ଭାଙ୍ଗିବା ସହିତ ଘରେ ରହିଥିବା ଧାନ ଚାଉଳକୁ ଖାଇ ଯାଇଥିବା ଦେଖିବାକୁ ମିଳିଛି। ତାକୁ ଆକଳନ କରି କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ବନପାଳ ସୂଚନା ପ୍ରଦାନ କରିଛନ୍ତି। ହାତୀପଲ ମଣଦା ଗ୍ରାମରୁ ବାହାରୀ ସୋଲଗୋଡ ଜଙ୍ଗଲରେ ଭୋର ସମୟରେ ପ୍ରବେଶ କରିଥିଲେ। ସୋଲଗୋଡା ଗ୍ରାମର ବନ୍ଦ ବେଟକାର(୫୨) ଜଙ୍ଗଲରୁ ଭୋର ସମୟରେ ଛତୁ ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ହାତୀ ଦଳ ସହିତ ମୁହିଁମୁହିଁ ହୋଇଯାଇଥିଲେ। ନନ୍ଦ ବେଟକାରଙ୍କୁ ହାତୀ ପଲ ଶୁଣ୍ଢରେ କଚାଡି ଦେବା ଫଳରେ ତାଙ୍କୁ ଗଭୀର ଆଘାତ ଲାଗିଛି । ବନ ବିଭାଗ ଆହତ ବ୍ୟକ୍ତିଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri