ହାତୀ ଆଦାୟ କରୁଛନ୍ତି ଟୋଲ ଟିକସ ! ଭିଡ଼ିଓ ଭାଇରାଲ, ୧ ମିଲିୟନରୁ ଅଧିକ ଭିୟୁ ସହିତ ୯୧ ହଜାରରୁ ଅଧିକ ଲାଇକ…

ଜୋହାନ୍ସବର୍ଗ,୧୮।୧ : ପୃଥିବୀରେ ଥିବା ବିଶାଳ ପ୍ରାଣୀମାନଙ୍କ ମଧ୍ୟରେ ହାତୀର ନାମ ପ୍ରଥମେ ଆସିଥାଏ। ବଡ ଏବଂ ଓଜନିଆ ହେବା ସହିତ ହାତୀ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ ବୋଲି କୁହାଯାଏ। ହାତୀ ଶୀଘ୍ର କାହାକୁ ଆକ୍ରମଣ କରେ ନାହିଁ, କିନ୍ତୁ ଏହାର ସମ୍ମୁଖରେ ସିଂହ ଥିଲେ ମଧ୍ୟ ଏହା ସହିତ ଲଢ଼େଇ କରିବାକୁ ପଛାଏ ନାହିଁ। ଶକ୍ତିଶାଳୀ ହେବା ସହିତ ହାତୀ ମଧ୍ୟ ବହୁତ ଶାନ୍ତ ଏବଂ ବୁଦ୍ଧିମାନ ପ୍ରାଣୀ। ହାତୀର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ହାତୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଜଙ୍ଗଲ ଦେଇ ଆସୁଥିବା କମଳା ଭର୍ତ୍ତି ଟ୍ରକରୁ ସେମାନଙ୍କ ଅଂଶ ବାହାର କରୁଛନ୍ତି। ଯେତେବେଳେ ଲୋକମାନେ ଏହି ଭିଡିଓ ଦେଖିଲେ, ସେମାନେ ହାତୀମାନେ ଟୋଲ ଟିକସ ଆଦାୟ କରୁଥିବା କମେଣ୍ଟ ଦେଇଛନ୍ତି। ବିନା ତାଲିମରେ ଜଙ୍ଗଲରେ ରହୁଥିବା ହାତୀମାୋନ କିଭଳି ଶୃଙ୍ଖଳିତ ଭାବେ ଏଭଳି କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭାଇରାଲ ହେଉଥିବା ଭିଡିଓରେ, ଏକ ଟ୍ରକ କମଳା ବୋଝେଇ କରି ନେଉଛି। କିନ୍ତୁ ରାସ୍ତାରେ ହଠାତ ଏହାର ଚକ ଖରାପ ହୋଇଯାଇଛି ଏବଂ ଡ୍ରାଇଭର ତାଙ୍କ ସାଥୀଙ୍କ ସହିତ ଏହାକୁ ମରାମତି କରୁଛନ୍ତି। କିଛି ସମୟ ମଧ୍ୟରେ ଏକ ହାତୀ ପଲ ପହଞ୍ଚି ଶାନ୍ତିଶୃଙ୍ଖଳାରେ ନିଜର ନିଜର ଭାଗ କାଢ଼ି ନେଉଛନ୍ତି। ସେମାନେ କାହାର କିଛି କ୍ଷତି କରୁ ନାହାନ୍ତି। ଟ୍ରକ ମରାମତି ନ ହେବା ପର୍ଯ୍ୟନ୍ତ, ସେମାନେ ଏହି କାର୍ଯ୍ୟ ଜାରି ରଖିଥିବାର ଦେଖିବାକୁ ମିଳୁଛି।

ଏହି ଭିଡିଓ କ୍ଲିପ ଦକ୍ଷିଣ ଆଫ୍ରିକାର ବୋଲି କୁହାଯାଉଛି, ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୱେଷ୍ଟଫ୍ରିକାନମ୍ୟାନ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିଥିବାବେଳେ ୯୧ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଲୋକମାନେ ଲେଖିଛନ୍ତି ଯେତେବେଳେ ଆପଣ ଜଙ୍ଗଲକୁ ଆସିଛନ୍ତି, ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ।

 

https://www.instagram.com/reel/C2AEvdFrkBa/?utm_source=ig_embed&ig_rid=35138d8f-b928-449f-a00c-a8ee88b0e212


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri