ଗୋଟେ ପଟେ ହାତୀ ଆତଙ୍କ, ଆଉ ଗୋଟେ ପଟେ ଜଳକ୍ରୀଡ଼ା ଦେଖିବାକୁ ଲୋକେ ଉତ୍ସାହିତ

କେନ୍ଦୁଝର,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ଲୋକଙ୍କ ଧନଜୀବନର ସୁରକ୍ଷା କରିବାରେ ବିଫଳ ହେଉଛି। ଅନ୍ୟପକ୍ଷରେ ହାତୀ ଉପଦ୍ରବ ବଢୁଥିବାରୁ ଲୋକମାନେ ଭୟ ଆତଙ୍କ ମଧ୍ୟରେ ରହୁଥିବା ବେଳେ ତେଣେ ହାତୀପଲ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି। ସହରାଞ୍ଚଳର ଲୋକମାନେ ମଧ୍ୟ ହାତୀମାନଙ୍କୁ ଦେଖିବାକୁ ଗ୍ରାମ ଓ ଜଙ୍ଗଲ ମୁହାଁ ହେଉଛନ୍ତି। ଫଳରେ ଲୋକଙ୍କ ସୁରକ୍ଷାକୁ ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି।

କେଉଁଠି ଦଳ ଦଳ ହାତୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ତ କେଉଁଠି ହାତୀମାନଙ୍କ ଜଳକ୍ରୀଡ଼ାର ମନରୋମ ଦୃଶ୍ୟ ଦେଖିବା ହାତ ଛଡ଼ା କରୁନାହାନ୍ତି। ଫଳରେ ଅନେକ ଅଞ୍ଚଳ ସତେ ଯେପରି ହାତୀ ସଫାରୀରେ ପରିଣତ ହୋଇଥିବା ମନେ ହେଉଛି। କିନ୍ତୁ ବନ ବିଭାଗ ହାତୀ ନିକଟକୁ ନ ଯିବା ପାଇଁ ବାରଣ କରୁଥିଲେ ହେଁ କେହି ମାନୁନାହାନ୍ତି। ଅନେକ ଅତି ନିକଟକୁ ଯାଇ ହାତୀମାନଙ୍କ ଫଟୋ ଉଠାଉଥିବା ବେଳେ କେତେକ ହାତୀ ସହ ସେଲ୍‌ଫି ଉଠାଉଥିବା ଦେଖିବାକୁ ମିଳୁଛି। ବେଳେ ଆଖପାଖ ଅଞ୍ଚଳର ଲୋକମାନେ ହାତୀମାନଙ୍କୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ପାଟଣା ରେଞ୍ଜକୁ ପଶି ଆସିଥିବା ୨୪ ଟିକିଆ ହାତୀଙ୍କୁ ଘଉଡ଼ାଇବା ପାଇଁ ଲୋକମାନେ ରାତି ଅନିଦ୍ରା ହୋଇ ନିଜ ନିଜର ଫସଲ ଓ ଧନଜୀବନର ସୁରକ୍ଷା ପାଇଁ ଲାଗିରହିଛନ୍ତି। ଏହି ଦଳରେ ଛୁଆ ହାତୀ ରହିଥିବାରୁ ହାତୀମାନେ ସେମାନଙ୍କ ସୁରକ୍ଷା ପାଇଁ ଅନେକ ସମୟରେ ଅଧିକ ଉଗ୍ର ହୋଇ ପଡୁଛନ୍ତି। ଲୋକଙ୍କ ପାଟିତୁଣ୍ଡ, ପଥର ମାଡ଼ ଆଦିରେ ହାତୀମାନେ ଅସ୍ତବ୍ୟସ୍ତ ହୋଇ ଏଣେ ତେଣେ ଧାଉଁଛନ୍ତି। ଦିନ ରାତି ଧାଇଁ ବୁଲୁଥିବା ହାତୀମାନେ ଥକି ଯାଇ ବିଶ୍ରାମ ନେବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଥିଲେ ହେଁ ଜନବସତି ଅଞ୍ଚଳ ଘେରା ରେ ରହିଯାଇଥିବାରୁ ବିଶ୍ରାମ ନେଇପାରୁନାହାନ୍ତି। ଏଣେ ଭୋକ ତେଣେ ଲୋକଙ୍କ ଘଉଡ଼ାରେ ହାତୀପଲ ବ୍ୟତିବ୍ୟସ୍ତ ହୋଇପଡୁଥିବାରୁ ବନବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri