ଗୋଟେ ପଟେ ହାତୀ ଆତଙ୍କ, ଆଉ ଗୋଟେ ପଟେ ଜଳକ୍ରୀଡ଼ା ଦେଖିବାକୁ ଲୋକେ ଉତ୍ସାହିତ

କେନ୍ଦୁଝର,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ଲୋକଙ୍କ ଧନଜୀବନର ସୁରକ୍ଷା କରିବାରେ ବିଫଳ ହେଉଛି। ଅନ୍ୟପକ୍ଷରେ ହାତୀ ଉପଦ୍ରବ ବଢୁଥିବାରୁ ଲୋକମାନେ ଭୟ ଆତଙ୍କ ମଧ୍ୟରେ ରହୁଥିବା ବେଳେ ତେଣେ ହାତୀପଲ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି। ସହରାଞ୍ଚଳର ଲୋକମାନେ ମଧ୍ୟ ହାତୀମାନଙ୍କୁ ଦେଖିବାକୁ ଗ୍ରାମ ଓ ଜଙ୍ଗଲ ମୁହାଁ ହେଉଛନ୍ତି। ଫଳରେ ଲୋକଙ୍କ ସୁରକ୍ଷାକୁ ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି।

କେଉଁଠି ଦଳ ଦଳ ହାତୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ତ କେଉଁଠି ହାତୀମାନଙ୍କ ଜଳକ୍ରୀଡ଼ାର ମନରୋମ ଦୃଶ୍ୟ ଦେଖିବା ହାତ ଛଡ଼ା କରୁନାହାନ୍ତି। ଫଳରେ ଅନେକ ଅଞ୍ଚଳ ସତେ ଯେପରି ହାତୀ ସଫାରୀରେ ପରିଣତ ହୋଇଥିବା ମନେ ହେଉଛି। କିନ୍ତୁ ବନ ବିଭାଗ ହାତୀ ନିକଟକୁ ନ ଯିବା ପାଇଁ ବାରଣ କରୁଥିଲେ ହେଁ କେହି ମାନୁନାହାନ୍ତି। ଅନେକ ଅତି ନିକଟକୁ ଯାଇ ହାତୀମାନଙ୍କ ଫଟୋ ଉଠାଉଥିବା ବେଳେ କେତେକ ହାତୀ ସହ ସେଲ୍‌ଫି ଉଠାଉଥିବା ଦେଖିବାକୁ ମିଳୁଛି। ବେଳେ ଆଖପାଖ ଅଞ୍ଚଳର ଲୋକମାନେ ହାତୀମାନଙ୍କୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ପାଟଣା ରେଞ୍ଜକୁ ପଶି ଆସିଥିବା ୨୪ ଟିକିଆ ହାତୀଙ୍କୁ ଘଉଡ଼ାଇବା ପାଇଁ ଲୋକମାନେ ରାତି ଅନିଦ୍ରା ହୋଇ ନିଜ ନିଜର ଫସଲ ଓ ଧନଜୀବନର ସୁରକ୍ଷା ପାଇଁ ଲାଗିରହିଛନ୍ତି। ଏହି ଦଳରେ ଛୁଆ ହାତୀ ରହିଥିବାରୁ ହାତୀମାନେ ସେମାନଙ୍କ ସୁରକ୍ଷା ପାଇଁ ଅନେକ ସମୟରେ ଅଧିକ ଉଗ୍ର ହୋଇ ପଡୁଛନ୍ତି। ଲୋକଙ୍କ ପାଟିତୁଣ୍ଡ, ପଥର ମାଡ଼ ଆଦିରେ ହାତୀମାନେ ଅସ୍ତବ୍ୟସ୍ତ ହୋଇ ଏଣେ ତେଣେ ଧାଉଁଛନ୍ତି। ଦିନ ରାତି ଧାଇଁ ବୁଲୁଥିବା ହାତୀମାନେ ଥକି ଯାଇ ବିଶ୍ରାମ ନେବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଥିଲେ ହେଁ ଜନବସତି ଅଞ୍ଚଳ ଘେରା ରେ ରହିଯାଇଥିବାରୁ ବିଶ୍ରାମ ନେଇପାରୁନାହାନ୍ତି। ଏଣେ ଭୋକ ତେଣେ ଲୋକଙ୍କ ଘଉଡ଼ାରେ ହାତୀପଲ ବ୍ୟତିବ୍ୟସ୍ତ ହୋଇପଡୁଥିବାରୁ ବନବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri