Odisha Elections 2024

ହାତୀ ସୁରକ୍ଷା ଚିନ୍ତା, ରେଳଲାଇନ୍‌ ଯାଞ୍ଚ

କେନ୍ଦୁଝର,୨୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ରେଳ ଦୁର୍ଘଟଣାରେ ନୀରିହ ହାତୀମାନଙ୍କ ଜୀବନ ଯାଉଥିବାରୁ ଆଉ ଯେଭଳି ଦୁର୍ଘଟଣା ନ ଘଟେ ସେଥିପ୍ରତି ବନ ବିଭାଗ ଓ ରେଳ ବିଭାଗ ମିଳିତ କାମ କରୁଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ ରେଳଲାଇନର ଯୁଗ୍ମ ନିରୀକ୍ଷଣ କରି ହାତୀମାନଙ୍କ ଯାତାୟାତ ସ୍ଥାନଗୁଡ଼ିକ ଚିହ୍ନଟ କରିବା ସହ ସେସବୁ ସ୍ଥାନରେ କିଭଳି ଦୁର୍ଘଟଣା ରୋକାଯାଇ ପାରିବ ସେ ନେଇ ଅନୁଧ୍ୟାନ କରୁଛନ୍ତି। ପୂର୍ବତଟ ରେଲଲାଇନ ତୁଳସୀଚଉରାଠାରୁ ସୀତାବିଞ୍ଜ ପର୍ଯ୍ୟନ୍ତ ବସନ୍ତପୁର ରେଳ ଷ୍ଟେଶନର କନିଷ୍ଠ ଯନ୍ତ୍ରୀ ଅମିତ କୁମାର ଓ ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ଟ୍ରଲିରେ ବସି ନିରୀକ୍ଷଣ କରିଛନ୍ତି। ପୂର୍ବରୁ ଦୁର୍ଘଟଣା ରୋକିବା ପାଇଁ ଉଭୟ ବିଭାଗ ପକ୍ଷରୁ ଆଲୋଚନା କରି ଟ୍ରେନ୍‌ ଚଳାଚଳକୁ ନେଇ ଏସ୍‌ଓପି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri