ପାଟଣା ରେଞ୍ଜକୁ ପୁଣି ଫେରିଲେ ୨୬ ଟିକିଆ ହାତୀପଲ, ଚିନ୍ତାରେ ଗ୍ରାମବାସୀ

ପାଟଣା,୧୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣିଥରେ ୨୬ ଟିକିଆ ବଣୁଆ ହାତୀପଲ କରଞ୍ଜିଆ ରେଞ୍ଜରୁ ଶୁକ୍ରବାର ସନ୍ଧ୍ୟାରେ ଫେରିଛନ୍ତି। ପୂର୍ବରୁ ୫ଦିନ ତଳେ ଏହି ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରବ କରି ୧୧ ଜଣଙ୍କ ଘର ଭାଙ୍ଗି ଦେଇଥିଲେ। ଏହା ସହ ଅନେକ ଫସଲ ନଷ୍ଟ କରିଥିଲେ। ଶୁକ୍ରବାର ରାତ୍ରିରେ ଏହି ହାତୀ ପଲ କରଞ୍ଜିଆ ରେଞ୍ଜରୁ ବାଲିପଶି ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି। ବାଲିପଶି, ମଲାରପଦ, ତିଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ରାଜନଗରସ୍ଥିତ ରାଜାରାଜୁଡା ଅମଳର ପୁରାତନ ରଘୁନାଥ ଜିୟୁ ମଠର ପାଚେରି ଭାଙ୍ଗି ଦେଇଛନ୍ତି। ହାତୀ ପଲ ଗାଁ ନିକଟରେ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏବେ ହାତୀ ପଲ କ୍ଷୀରେଇ ଟାଙ୍ଗିରି ସେକ୍ସନ ଫୁଲପାହାଡ଼ି ଗାଁ ନିକଟରେ ଥିବା ସୂଚନା ମିଳିଛି। କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡାଘାଟିରେ ନୂତନ ହାଟ ଉଦ୍‌ଘାଟିତ

ମାଲକାନଗିରି,୧୭।୧(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡା ଘାଟିରେ ୩୫ ବଣ୍ଡା ଲୋକଙ୍କ ସୁବିଧା ପାଇଁ ଏକ ନୂତନ ହାଟ ବସିଛି। ଏହା ଅଣ୍ଡରାହାଲ ପଞ୍ଚାୟତଠାରୁ ୩...

ଓ୍ବାର୍ଡସଭ୍ୟଙ୍କୁ ଭୁଜାଲିରେ ହାଣି ହତ୍ୟା

ଛେଣ୍ଡିପଦା/ବନ୍ତଳା, ୩୦।୯ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ

କଟକ ଅଫିସ, ୭ା୧- ଅଢେଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ସେବା ସମବାୟ ସମିତି ସମ୍ପାଦକ...

ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ

ପୁରୀ ଅଫିସ,୧୯ା୧: ସତ୍ୟବାଦୀ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର...

ମିଳୁନି ଆଶାନୁରୂପ କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ୍‌, ୧୧।୨:କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା। ଜିଲାରେ ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ ଅର୍ଥକରୀ ଫସଲ ପାଇଁ ପ୍ରୋତ୍ସାହନ ନ...

ନୂତନ ଜ୍ଞାନକୌଶଳରେ ମତ୍ସ୍ୟଚାଷ ଲାଗି ଆହ୍ବାନ

ବାଲେଶ୍ୱର ଅଫିସ, ୧୫।୧୧- ନୂତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟଚାଷ କଲେ ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ,...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଣ୍ଡାରେ ଆକ୍ରମଣ ୩ ଗୁରୁତର, ୧୧ ଅଟକ

ଗୋପାଳପୁର,୩ା୧୨-ବ୍ରହ୍ମପୁର ମହାନଗର ନିଗମ ଆମ୍ବପୁଆ ଦଳିତସାହିରେ ରବିବାର ରାତିରେ କୁଳ ବୈଠକ ବସିିଥିଲା। ଏଥିରେ ଅପର ଗୋଷ୍ଠୀର କେତେଜଣ ଲୋକ ପୂର୍ବ ଶତ୍ରୁତାକୁ ନେଇ ଲଙ୍କାଗୁଣ୍ଡ...

ରାସ୍ତା ଭାଙ୍ଗି ଅଡ଼ୁଆରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌

ଯାଜପୁର ଅଫିସ,୧୨ା୧୧: ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କ୍ଷେତ୍ରରେ ଯାଜପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଚାୟତିରାଜ ବିଭାଗର...

Advertisement
Archives

Model This Week