୧୭ ହାତୀଙ୍କ ଉତ୍ପାତ, ନାକେଦମ ବନ ବିଭାଗ

ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ ବିଭାଗ ନାକେଦମ ହୋଇଥିବା ବେଳେ ଉଖୁଣ୍ଡା ଓ ଚମ୍ପୁଆ ସେକ୍ସନର ସ୍କାଡକୁ ହାତୀ ପଲ ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ ୭ ଗୋଟିଆ ହାତୀ ପଲ ପ୍ରଥମେ ଚମ୍ପୁଆ ସେକ୍ସନରେ ପ୍ରବେଶ କରି ରଜିଆ ଓ କଇଁତା ଅଞ୍ଚଳରେ ଉତ୍ପାତ ଜାରି ରଖିଥିଲେ। ପରେ ଏହି ହାତୀ ପଲ ଟୁଣୁଟୁଣା ଅଞ୍ଚଳରେ ରହି ଖରାଟିଆ ଧାନ ଚାଷ ନଷ୍ଟ କରିବା ପରେ ଗତରାତି ଉଖୁଣ୍ଡା ସେକ୍ସନର ଲକ୍ଷ୍ମୀପଶି ଅଞ୍ଚଳରେ ପ୍ରବେଶ କରି ଲିବ୍ୟା ମୁଣ୍ଡା ଓ ରମେଇ ମୁଣ୍ଡାଙ୍କ ଘର ଭାଙ୍ଗିଥିବା ବନ ବିଭାଗ ସୂଚନା ଦେଇଛି। ହାତୀ ପଲରେ କେତେକ ଛୁଆ ହାତୀ ରହିଥିବାରୁ ହାତୀ ଛୁଆମାନେ ସ୍ଥାନ ଛାଡି ଯାଉ ନ ଥିବା ଜଣାପଡିଛି। ପୂର୍ବରୁ ହାତୀ ପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଜଙ୍ଗଲରୁ ବାହାରି କ୍ଷୟକ୍ଷତି ଘଟାଉଛନ୍ତି। ମାତ୍ର ଏହି ୧୭ଟିକିଆ ହାତୀ ପଲ ଦିନାବେଳା ମଧ୍ୟ ଜଙ୍ଗଲରେ ନ ରହି ଚାରିଆଡେ ବୁଲୁଥିବାରୁ ବନ ବିଭାଗର ଚିନ୍ତା ବଡାଇଦେଇଛି। ଏ ନେଇ ଚମ୍ପୁଆ ଚମ୍ପୁଆ ରେଞ୍ଜର ଶିବ ରାଉତ କହିଛନ୍ତି, ୨୦ରୁ ଅଧିକ ହାତୀ ସ୍କ୍ବାଡ ଓ ପାରା ଷ୍ଟାଫଙ୍କୁ ନେଇ ୩ଟି ଗାଡିରେ ହାତୀ ଘଉଡାଇବା କାର୍ଯ୍ୟ ଚାଲୁ ରହିଛି। ଅଯଥା ଜନ ସାଧାରଣ ହାତୀ ପାଖକୁ ଯାଇ ହଇରାଣ ନ କରିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ନାଁରେ ଠକେଇ, ଥାନାରେ ଅଭିଯୋଗ…

ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର

ଆନନ୍ଦପୁର, ୪/୭ (ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି–ବିରିଡିହା ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri