ନରହନ୍ତା ହାତୀ ଦଳରେ ମିଶିଲା

ଢେଙ୍କାନାଳ ଅଫିସ,୧୦ା୧: ଅନୁଗୋଳ ଜିଲାରେ ୪ଟି ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳ ଜିଲାରେ ପ୍ରବେଶ କରି ସୋମବାର ହିନ୍ଦୋଳ ରେଞ୍ଜ ତର୍କାବେଡା ଜଙ୍ଗଲରେ ଏକ ହାତୀ ଦଳରେ ମିଶିଯାଇଥିବା ଜଣାପଡିଛି। ତଥାପି ଉକ୍ତ ନରହନ୍ତା ହାତୀକୁ ନେଇ ବନବିଭାଗର ଚିନ୍ତା ବଢିବାରେ ଲାଗିଛି। ହାତୀଟିର ଗତିବିଧି ଉପରେ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି।
ହାତୀ ଆକ୍ରମଣରେ ଅନୁଗୋଳ ଜିଲାରେ ଗୋଟିଏ ଦିନରେ ୪ଜଣଙ୍କ ମୃତ୍ୟୁ ପରେ ଢେଙ୍କାନାଳ ଜିଲା ପ୍ରଶାସନ ସତର୍କ ହୋଇଉଠିଛି। ଜିଲାର ହାତୀ ଉପଦ୍ରବ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସତର୍କ କରାଇବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବାକୁ ସମସ୍ତ ଉପଖଣ୍ଡର ଉପଜିଲାପାଳ, ସମସ୍ତ ତହସିଲଦାର ଓ ବନ ଅଧିକାରୀଙ୍କୁ ଜିଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସନ୍ଧ୍ୟାରେ, ରାତି ଓ ଭୋର ସମୟରେ ବାହାରକୁ ନ ଯିବା ପାଇଁ ଜିଲାପାଳ ନିବେଦନ କରିଛନ୍ତି। ଏଥିସହିତ ହାତୀ ଉପଦ୍ରବ ଅଞ୍ଚଳର ରାସ୍ତାରେ ଲୋକମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସାଇରନ ବଜାଇବା ସହିତ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଜିଲାପାଳ, ଜିଲା ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ କହିଛନ୍ତି, ଯେହେତୁ ପଡ଼ୋଶୀ ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ୪ଜଣଙ୍କ ଜୀବନହାନି ଘଟିଛି, ଏହାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି ା ସମସ୍ତ ଉପଜିଲାପାଳ ଓ ତହସିଲଦାରଙ୍କୁ ହାତୀ ଥିବା ଅଞ୍ଚଳର ଲୋକମାନଙ୍କୁ ମାଇକ ଦ୍ୱାରା ସଚେତନ କରିବା ପାଇଁ କୁହାଯାଇଛି। ସେହିପରି ବନବିଭାଗ ପକ୍ଷରୁ ମଧ୍ୟ ପାଟ୍ରୋଲିଂକୁ କଡାକଡି କରିବା ସହିତ ଲୋକମାନେ ଯେପରି ହାତୀକୁ ବିଚଳିତ ତଥା ହଇରାଣ କରିବେ ନାହିଁ ସେ ନେଇ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି। କାରଣ ହାତୀ ବିଚଳିତ ହେଲେ ଅଧିକ ହିଂସ୍ର ହୋଇ କ୍ଷୟକ୍ଷତି କରାଇବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?