Posted inଫୁରସତ

କୁନି ଝିଅ ସହ ତାଳ ଦେଇ ଡ୍ୟାନ୍ସ କରୁଛି ହାତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯାହାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି। ଏମିତି ଭିଡିଓକୁ ଲୋକେ ବାରମ୍ବାର ଦେଖିଥାନ୍ତି। ଅଧିକାଂଶ ଲୋକ ବନ୍ୟଜନ୍ତୁ କିମ୍ବା ଗୃହପାଳିତ ପଶୁ ସହିତ ଜଡ଼ିତ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ବିଶେଷକରି ହାତୀ ବିରାଟକାୟ ଜନ୍ତୁ। ଏହି ସମୟରେ ଏକ ଛୋଟ ଝିଅ ସହିତ ହାତୀର ସୁନ୍ଦର ଭିଡିଓ ଭାଇରାଲ ହେଉଛି।

ପୃଥିବୀର ବୃହତ୍ତମ ପ୍ରାଣୀମାନଙ୍କ ମଧ୍ୟରେ ହାତୀ ଅନ୍ୟତମ। ଯାହାର ଓଜନ ୩ କ୍ୱିଣ୍ଟାଲରୁ ୧୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ହୋଇଥାଏ। ଭାଇରାଲ ହେଉଥିବା ଭିଡିଓରେ ଛୋଟ ଝିଅର ଡ୍ୟାନ୍ସ ଷ୍ଟେପ୍‌ ଦେଖିବା ପରେ ଏତେ ଖୁସି ଦେଖାଯାଏ ଯେ ସେ ନିଜେ ମଧ୍ୟ ସେହିଭଳି ନାଚିବାକୁ ଚେଷ୍ଟା କରୁଛି। ଲୋକମାନେ ଏହି ସୁନ୍ଦର ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

ଭିଡିଓରେ ଛୋଟ ଝିଅଟି ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଛି। ତା’ ସାମ୍ନାରେ ଏକ ହାତୀ ଠିଆ ହୋଇଛି। ଝିଅଟି ହାତୀ ସାମ୍ନାରେ ଡ୍ୟାନ୍ସର କିଛି ଷ୍ଟେପ୍‌ ଦେଖାଉଛି। ହାତୀଟି ଝିଅଟିର ଷ୍ଟେପ୍‌ ଦେଖି ସେପରି କରୁଛି। ଯାହା ଖୁବ୍‌ ଚମତ୍କାର ଢଙ୍ଗରେ। ହାତୀଟି ତା’ ବଡ଼ବଡ଼ କାନ ହଲାଉଛି। କୁନିଝିଅଟି ଏହା ଦେଖି ଖୁସି ହେଉଛି। ଉଭୟଙ୍କ ଗତିବିଧି ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଖୁସି ହେଉଛନ୍ତି।

ଭିଡିଓକୁ ଆଇପିଏସ୍‌ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରି ଏକ ମଜାଳିଆ କ୍ୟାପଶନ ଲେଖିଛନ୍ତି, କିଏ ଭଲ ନାଚିଲା? ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୪ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୧୫୦୦ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଲୋକମାନେ ଏହା ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ କହିଛନ୍ତି, ଏହି ଭିଡିଓ ସେମାନଙ୍କ ମନୋବଳକୁ ସତେଜ କରିଥିବାବେଳେ କିଛି ଲୋକ କହିଛନ୍ତି ଦୁହେଁ ବହୁତ ଭଲ ଡ୍ୟାନ୍ସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri