ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଆସିଥିଲା। ପରେ ପାଟଣା ଇଲେକ୍ଟ୍ରି ସେକ୍ସନ ଅଫିସ ପାର୍ଶ୍ୱରେ ଯାଇ ବୈତରଣୀ ନଦୀ ପାର ହୋଇ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ଧାନବେଣୀ ହୁଡ଼ିରେ ରହିଛି। ହାତୀଟି କାହାରି କିଛି କ୍ଷତି କରି ନ ଥିବା ବେଳେ ଧାନବେଣୀ ଓ ଖଜୁରଡ଼ିହା ଅଞ୍ଚଳରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କରଞ୍ଜିଆ ରେଞ୍ଜରୁ ହାତୀଟି ଚାଲି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ଡେପୁଟି ରେଞ୍ଜର ଖଗେଶ୍ୱର ବାରିକ, ପାଟଣା ଫରେଷ୍ଟର ସନାତନ ମିଶ୍ର, ସାହାରପଡ଼ା ବନପାଳ ମୋହିନୀ ମହାନ୍ତ, ଗାର୍ଡ ନିରୂପମା ମହାକୁଡ଼, ତ୍ରିନାଥ ଜେନା, ପାରା ଷ୍ଟାଫ ଏମ୍‌ଡି ୱାସୀମ ପ୍ରମୁଖ ବନ କର୍ମଚାରୀ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଟ୍‌ସ୍ପଟ୍‌ରେ ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଆଜି ୧୦ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୦ା୮: ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍‌ଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ...

ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି...

ଡେଙ୍ଗୁ ନେଲା ମହିଳାଙ୍କ ଜୀବନ: ଏସ୍‌ସିବିରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ

କଟକ ଅଫିସ,୧୪ା୮: ଏସ୍‌ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ବାଳକାଟୀ ଅଞ୍ଚଳର...

ଜମୁଛି ପ୍ରଚାର,ଚାଲିଛି ଅଙ୍କକଷା

ବାରିପଦା ଅଫିସ,୨୨ ।୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ଲାଗି ସହର ଦୁଲୁକୁଛି। ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଜମୁଥିବା ବେଳେ ହାରଜିତ୍‌କୁ ନେଇ...

ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ।...

ହୋଟେଲରୁ ୧୭୪ ଗ୍ରାମ୍‌ ବ୍ରାଉନସୁଗାର ଜବତ: ୨ ଗିରଫ

ଆଠଗଡ଼,୨୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ରାଧାପତିପୁରସ୍ଥିତ ପାରିଜାତ ହୋଟେଲରୁ ରବିବାର ୧୭୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ)ଟିମ୍‌...

ହେଡ୍‌କ୍ୱାର୍ଟର ଛାଡିବା ମହଙ୍ଗା ପଡିଲା, ୮୭ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୧ା୫ (ଡି.ଏନ.ଏ)- କରୋନା ପାଇଁ ଲକ୍‌ଡାଉନ ଘୋଷଣା ପରେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ସରକାରୀ ନିର୍ଦ୍ଦେଶ...

ଚିତ୍ରୋତ୍ପଳା ନଦୀରେ ପ୍ରଥମ ବନ୍ୟାଜଳ, ଚିନ୍ତାରେ ଚାଷୀ

ପାଟକୁରା, ୧୬୯(ଡି.ଏନ୍.ଏ): ପାଟକୁରା ଅଞ୍ଚଳରେ ପ୍ରଭାବିତ ହେଉଥିବା ଚିତ୍ରୋତ୍ପଳା, ପାଇକା ଓ ଲୁଣା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି ଲଘୁଚାପ ବର୍ଷା ଯୋଗୁ ଏପରି...

Advertisement
Archives

Model This Week