ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା

ବଣାଇଁ, ୨୨ା୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରେଞ୍ଜ ଅଧୀନ ଧରଣୀଧର ସେକ୍ସନରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ବୃଦ୍ଧି ପାଉଛି। ହାତୀ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ଚାଉଳ ଖାଇ ନଷ୍ଟ କରିବା ଏକ ନିତି ଦିନିଆ ଘଟଣା ସାଜିଛି। ବଣାଇଁ ରେଞ୍ଜର ତଳିତା, ସାନ ଗୋଗୁଆ, ଭାଙ୍ଗଡିହି, ବାଞ୍ଚିକୁସୁମ, ଜକୈକଳା, କେଲୋ, ଧରଣୀଧରପାଲି ଆଦି ଗ୍ରାମରେ ୨ଟି ଗୋଠଛଡା ହାତୀ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ଗତ କିଛିଦିନ ତଳେ ଏହି ୨ହାତୀ ଜକୈକଳା ଗ୍ରାମରେ ଘର ଭାଙ୍ଗିବା କାରଣକୁ ନେଇ ଗ୍ରାମବାସୀ ୨ଦିନ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବନବିଭାଗ ଲୋକଙ୍କ ସହାୟତାରେ ହାତୀ ୨ଟିକୁ ଘଉଡାଇ ଦେଇଥିଲେ। ୩ ସପ୍ତାହ ନ ପୁରୁଣୁ ସୋମବାର ପୁଣି ଏହି ହାତୀ ୨ଟି ବଡପୋଷ ଗ୍ରାମର ସୁଦର୍ଶନ କିଷାନଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଉମା କିଷାନଙ୍କ ଆଳୁ ବଗିଚାକୁ ମାଡିଦଳି ନଷ୍ଟ କରିଦେଇଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ହାତୀ ଘଉଡାଇବା ପାଇଁ ବ୍ୟାପକ ଅର୍ଥ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଥିଲେ ହେଁ କାହିଁକି ଏଥିରେ ବ୍ୟତିକ୍ରମ ଦେଖାଯାଉଛି ତାହାର ସମୀକ୍ଷା କରିବା ଆବଶ୍ୟକ ହୋଇପଡିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ସଭା ସମିତି କରି ହାତୀ ଉପଦ୍ରବ ସମ୍ପର୍କରେ ସମୀକ୍ଷା, ସ୍ବତନ୍ତ୍ର ସ୍କାର୍ଡ ଗଠନ, ସବୁ ବ୍ୟବସ୍ଥା ଆଜି ଫେଲ ମାରିବା କାରଣରୁ ଆଗାମୀ ଦିନରେ ଅଞ୍ଚଳବାସୀ ଯେ କୌଣସି ଅଘଟଣ ଘଟାଇ ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ନିପନ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ।...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri