Posted inଜାତୀୟ

ନିର୍ବାଚନରେ ଉପହାର ମାମଲା: ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ପ୍ରଶ୍ନ କଲେ ସିଜେଆଇ…

ନୂଆଦିଲ୍ଲୀ, ୨୪।୮ : ର୍ନିବାଚନ ସମୟରେ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଲୋଭାଣିଆ ପ୍ରତିଶ୍ରୁତି ନେଇ ଶୁଣାଣି ସୁପ୍ରିମକୋର୍ଟରେ ବୁଧବାର ହୋଇଛି। ଏନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା କହିଛନ୍ତି ଯେ କେନ୍ଦ୍ର ସରକାର କାହିଁକି ଏହି ପ୍ରସଙ୍ଗରେ ବିଚାର କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରୁ ନାହାନ୍ତି। ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ସୋଲିସିଟର ଜେନେରାଲ ଏସ.ଜି ମେହେଟ୍ଟା କହିଛନ୍ତି, ମାମଲା ଏବେ ଆପଣଙ୍କ ସମ୍ମୁଖରେ ରହିଛି। ସରକାର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିକାଶ ସିଂ କମିଟି ଗଠନ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆରଏମ ଲୋଡାଙ୍କ ନାମ ପରାମର୍ଶ ଦେଇଥିଲେ।

ଅପରପକ୍ଷରେ ସୋଲିସିଟର ଜେନେରାଲ କମିଟି ଗଠନ ପାଇଁ ପୂର୍ବତନ ସୋଲିସିଟର ଜେନେରାଲ ବିନୋଦ ରାୟଙ୍କ ନାମ ଉପସ୍ଥାପନ କରିଥିଲେ। ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ହିମା କୋହଲି ଏବଂ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ରମନା କହିଛନ୍ତି, ମୁଁ ଏହି ମାମଲାକୁ ଏକ ନୂତନ ବେଞ୍ଚକୁ ପଠାଉଛି, ଯାହା ମନିଫେଷ୍ଟୋ ମାମଲାରେ ଦିଆଯାଇଥିବା ପୂର୍ବ ନିଷ୍ପତ୍ତି ଉପରେ ଦୃଷ୍ଟି ଦେବେ।

ସିଜେଆଇ କହିଛନ୍ତି, ସବୁଠାରୁ ବଡ ସମସ୍ୟା ହେଉଛି କମିଟିର ନେତୃତ୍ୱ କିଏ ନେବେ। ଏହା ହେଉଛି ରାଜନୈତିକ ଦଳ ଯାହା ପ୍ରତିଶୃତି ଦେଇଥାଏ ଏବଂ ଏହି ପ୍ରସଙ୍ଗ ବ୍ୟକ୍ତିଗତ ନୁହେଁ। ଯେପରି ମୁଁ ନର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ, ମୁଁ ୧୦ ଟି ଭୋଟ ମଧ୍ୟ ପାଇବି ନାହିଁ । ବର୍ତ୍ତମାନର ବ୍ୟବସ୍ଥାରେ ପାର୍ଟି ଗୁରୁତ୍ୱପୂର୍ଣ୍ଣ । ସିଜେଆଇ କହିଛନ୍ତି ଯେ ଆଜିର ବିରୋଧୀ ଦଳ ଆସନ୍ତାକାଲି କ୍ଷମତାକୁ ଆସିପାରେ। ସେମାନେ ଶାସନକୁ ପରିଚାଳନା କରିବେ। ତେଣୁ ମାଗଣା ଉପହାର ଯାହା ଅର୍ଥନୀତିକୁ ନଷ୍ଟ କରିପାରେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ତେଣୁ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଜାତିଗତ ଜନଗଣନା ହେବ

ପାଟନା,୨ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଘୋଷଣା କରିଛନ୍ତି। ପାଟନାସ୍ଥିତ ରାଜ୍ୟ ସେକ୍ରେଟାରିଏଟ୍‌ରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ...

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ...

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ...

ଭାଜପା ଉପରେ ଆକ୍ରମଣ ତ ଦୂରର କଥା ତାକୁ ଛୁଇଁଲେ ଲଜ୍ୟା ଲାଗିବ: ମମତା

କୋଲକାତା,୨୪ ।୯: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଘର ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ମୃତ ଶରୀରକୁ ନେଇ...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା...

ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା

ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍‌। ମଥାରେ ବଡ ବିନ୍ଦି, ଲାଲ...

ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ପନ୍ନ

ଚଣ୍ଡିଗଡ,୭।୭: ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡା. ଗୁରୁପ୍ରୀତ କୌରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ମଧ୍ୟାହ୍ନ...

Advertisement
Archives

Model This Week