Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ଟ୍ରିପଲ ଜମ୍ପ ଫାଇନାଲରେ ପ୍ରବେଶ କଲେ ଏଲଡୋଶ ପଲ

ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତର ଏଲଡୋଶ ପଲ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରେ ରହିଥିଲେ। ସେ ଗ୍ରୁପ ପର୍ଯ୍ୟାୟରେ ୬ଷ୍ଠ ଓ ଓଭର ଅଲ ୧୨ତମ ସ୍ଥାନରେ ରହି ରବିବାର ସକାଳ ୬.୫୦ରେ ଖେଳାଯିବାକୁ ଥିବା ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟ୍ରିପଲ ଜମ୍ପ ଇଭେଣ୍ଟରେ ଏଲଡୋଶ ପଲ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି।
୨୫ ବର୍ଷୀୟ ପଲଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୬.୯୯ ମିଟର। ସେ ଏପ୍ରିଲରେ ଖେଳା ଯାଇଥିବା ଫେଡରସନ କମ ଟ୍ରିପଲ ଜମ୍ପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପଲ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଭାରତ ଅନ୍ୟ ଦୁଇ ଖେଳାଳି ପ୍ରବୀଣ ଚିତ୍ରାଭେଲ ଓ ଅବଦୁଲ୍ଲା ଅବୋବାକେର ଏହି ରେସ୍‌ରୁ ବାଦ ପଡିଥିଲେ।
ଏହାପୂର୍ବରୁ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପୂର୍ବରୁ ସୁନା ପୁଅ ନୀରଜ ପ୍ରବେଶ କରିଥିବା ବେଳେ ଏବେ ରୋହିତ ଯାଦବ ମଧ୍ୟ ପଦ ଦୌଡରେ ସାମିଲ ହୋଇଛନ୍ତି। ନୀରଜ ଗ୍ରୁପ ଏର ପ୍ରଥମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ। ରୋହିତ ଗ୍ରୁପ ବିରେ ରହିଥିଲେ। ସେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ରବିବାର ଫାଇନାଲ ପାଇଁ ଟିକେଟ ହାସଲ କରିଛନ୍ତି। ପ୍ରଥମଥର ପାଇଁ ଭାରତର ଦୁଇ ଜାଭେଲିନ ଥ୍ରୋୟର ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଷ୍ଟାଇଲରେ ଜିତିଲା ଆରସିବି

ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍‌ରେ ୧୫୦ ରନ୍‌ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ...

ସ୍ଲୋ-ଓଭର ରେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଜରିମାନା

ଅକ୍‌ଲାଣ୍ଡ, ୯ା୨ (ପି.ଟି.)-ଏଠାରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ବୋଲିଂ ପାଇଁ ନ୍ୟୁଜିଲାଣ୍ଡ ଦଳକୁ ସେମାନଙ୍କ...

ଏହି କାରଣରୁ ଅନେକ ରାତି ଶୋଇପାରି ନ ଥିଲେ ମାଷ୍ଟରବ୍ଲାଷ୍ଟର: ଏବେ କଲେ ଖୁଲାସା

କ୍ରିକେଟର୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକ ଅବସର ନେଇସାରିଥିଲେ ମଧ୍ୟ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ୨୪ ବର୍ଷର କ୍ରିକେଟ୍‌ କ୍ୟାରିୟରର ପ୍ରାରମ୍ଭିକ...

ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭଦୋଦରା,୭।୧୦: ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏଠାରେ ସୋମବାର ମହାରାଷ୍ଟ୍ର ବିପକ୍ଷରେ ଖେଳାଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ...

କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି: ମହଙ୍ଗା ପଡ଼ିଲା ରେପ୍‌ ମନ୍ତବ୍ୟ

ନୂଆଦିଲ୍ଳୀ,୩।୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅନ୍ୟତମ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ଦାୟିତ୍ୱରୁ ହଟାଇଛି। ସୋମବାର ଗୋଆର ବାମ୍ବୋଲିମ୍‌ରେ...

କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୧୯।୫ (ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ପ୍ରଯୋଜକ ତଥା ବ୍ୟବସାୟୀ ଜୋୟିତା ରଏ ଓ ପ୍ରତୀକ...

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ : କୋହଲି, ହାର୍ଦ୍ଦିକ, ଈଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୧-ଅଷ୍ଟ୍ରେଲିଆର ଗାବା ଗଡ଼ରେ ଟିମ୍‌ ଇଣ୍ଡିଆର ମହାବିଜୟ ପାଳନ ହେଉଥିବାବେଳେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର...

ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୧୯।୧: କର ବା ମର ମ୍ୟାଚ୍‌ରେ ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ। ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

Advertisement
Archives

Model This Week