ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର-ଆସିକା ୩୨୬ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଗାଁ ପୋଲ ଉପରେ ରବିବାର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ଗ୍ରାମର ପ୍ରଭାକର ମିଶ୍ର(୫୫)। ଏନେଇ ପ୍ରଭାକରଙ୍କ ସ୍ତ୍ରୀ ସୁନିତା ମିଶ୍ର ପାଟପୁର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଏକ ମାମଲା(ନଂ. ୧୬୭/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସ ପ୍ରଭାକରଙ୍କୁ ଉଦ୍ଧାର କରି ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣ ସମସ୍ତଙ୍କୁ ଖୁସି କରିପାରିବେ ନାହିଁ’: ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବା କାହିଁକି ଏମିତି କହିଲେ କପିଲ ଦେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବାକୁ ନେଇ ବେଶ ହଟଚମଟ ସୃଷ୍ଟି…

ଆବାସ ନାହିଁ କି ରୋଜଗାର ନାହିଁ, ଆମେ ବଞ୍ଚିବୁ କେମିତି?’ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲାପାଳଙ୍କୁ ଗୁହାରି କଲେ ଜନଜାତି

ମହାକାଳପଡ଼ା,୨୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବାତ୍ୟା ଅକ୍ୱାନ ପ୍ରଭାବରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଛି। ଏ ନେଇ…

ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ ମହିଳା, ନଦୀରେ ବୁଡ଼ିଗଲା ଡଙ୍ଗା, ଚାଲିଗଲା ଜୀବନ

ମାଲକାନଗିରି,୨୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ରାଣିଗୁଡ଼ା ଘାଟ ନିକଟ ସାବେରୀ ନଦୀରେ ଏକ ଦେଶୀ ଡଙ୍ଗା। ବୁଡ଼ି ଯିବାର ଜଣେ ମହିଳାଙ୍କ ମୃତ୍ୟୁ…

୨୦ହଜାର ଟଙ୍କା କମିଲା ସୁନା! ଏକ୍ସପର୍ଟ କହିଦେଲେ କେବେ ଲକ୍ଷେ ତଳକୁ ଖସିବ?

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୁପା ଦରରେ ହ୍ରାସ ଥମିବାର ନାଁ ନେଉନାହିଁ। ସାଧାରଣତଃ ଯେତେବେଳେ ଶେୟାର ବଜାର ଖସେ, ସେତେବେଳେ ସୁନା ଦର ବଢ଼ିଥାଏ,…

ଚିକିତ୍ସା ପାଇଁ ଟ୍ରେନ୍‌ରେ ରାୟପୁର ଯାଇ ଘରକୁ ଫେରିନାହାନ୍ତି ବୃଦ୍ଧ, ୫ ଦିନ ପରେ ବି ମିଳୁନି ପତ୍ତା

ଥୁଆମୂଳ ରାମପୁର,୨୧ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଠକୁରା ଗ୍ରାମର ବୃଦ୍ଧ ଲାଚଣ ପରାଭୋଇ ଆଖି ଅପରେଶନ ପାଇଁ ରାୟପୁର ଯାଉଥିବା ବେଳେ ଟ୍ରେନ୍‌ରୁ…

ଗାଡ଼ିରେ ଜାତି ଷ୍ଟିକର ଲଗାଉଥିଲେ ସାବଧାନ! ସରକାର ଜାରି କଲେ କଟକଣା, ଏବେ ଆକ୍ସନ ନେବ RTO

ନୂଆଦିଲ୍ଲୀ,୨୧।୧୧: ଯଦି ଆପଣ ନିଜ କାର୍‌ କିମ୍ୱା ବାଇକ୍‌ରେ ଜାତି ସହ ଜଡ଼ିତ କୌଣସି ଶବ୍ଦ, ନାମ କିମ୍ୱା ଚିହ୍ନ ଲେଖାଇ ଚଳାଉଛନ୍ତି, ତେବେ ଏବେ ଏପରି…

ଭିଜିଲାନ୍ସ ଜାଲରେ ଏମ୍‌ଆଇଏସ୍‌, ଆବାସ ଯୋଜନା ବିଲ୍‌ କରାଇବାକୁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ

ଜୁନାଗଡ଼,୨୧ା୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ…

ପାକିସ୍ତାନ ଗସ୍ତ ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରଶଂସା କଲେ ମୁସାଦିକ ମଲିକ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ଲାଗି ରହିଥିବା ବେଳେ, ଦିଲ୍ଲୀରେ ଦିଆଯାଇଥିବା ଏକ ବିବୃତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଏସସିଓ ସିଭିଲାଇଜେସନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?