କଲଭର୍ଟରେ ଆଶ୍ରିତ ବୃଦ୍ଧ ଦମ୍ପତି ଗଲେ ବୃଦ୍ଧାଶ୍ରମ

ଲୋଇସିଂହା,୧୩।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତର ଏକ ବୃଦ୍ଧ ଦମ୍ପତି ଗତ ଦୁଇସପ୍ତାହ ହେଲା ପିଡବ୍ଲ୍ୟୁଡି ରାସ୍ତାର କଲଭର୍ଟରେ ଆଶ୍ରୟ ନେଇଥିଲେ। ସେମାନେ ହେଲେ ବିରକେଲ ଗ୍ରାମର ହଜାରୁ କାଲସାଏ(୭୦) ଓ ତାଙ୍କ ସ୍ତ୍ରୀ ଝିରିଲି ସାହୁ(୬୫)। ମଙ୍ଗଳବାର ପ୍ରଶାସନିକ ଅବହେଳାକୁ ଦାୟୀ କରି ସାମାଜିକ ଗଣମାଧ୍ୟମରେ ଏହିଦୃଶ୍ୟ ଭାଇରାଲ ହୋଇଥିଲା। ଏହାକୁ ଗଁାର ଜଣେ ବ୍ୟକ୍ତି ଏହିି ଫଟୋଚିତ୍ରକୁ ଜିଲା ପ୍ରଶାସନକୁ ଟ୍ୟାଗ୍‌ କରି ଟୁଇଟ କରିଥିଲେ। ଏହାପରେ ଉପଜିଲାପାଳ କୁମାରନାଗ ଭୂଷଣଙ୍କ ନିର୍ଦ୍ଦେଶରେ ବୁଧବାର ଲୋଇସିଂହା ଅତିରିକ୍ତ ତହସିଲଦାର ସମ୍ପୂର୍ଣ୍ଣାନନ୍ଦ ବେଜ ବିରକେଲକୁ ଯାଇ ସମ୍ପୃକ୍ତ ବୃଦ୍ଧା ଦମ୍ପତିଙ୍କୁ ଭେଟିଥିଲେ। ସେମାନଙ୍କ ସହ ଆଲୋଚନା ପରେ ଥଇଥାନ ପାଇଁ ଦେଓଗାଁ ବ୍ଲକ ସାଲେପାଲିସ୍ଥିତ ବୃଦ୍ଧାଶ୍ରମ ନିଆଯାଇଛି ା
ବିରକେଲ ଗ୍ରାମର ବୃଦ୍ଧ କାଲସାଏ ଦମ୍ପତି ା ତାଙ୍କର ଦୁଇ ଝିଅ ବାହା ହୋଇ ସାରିଛନ୍ତି। ଭୂମିହୀନ ଏହି ଦମ୍ପତି ମୂଲଲାଗି ପରିବାର ପରିପୋଷଣ କରନ୍ତି। ପୁଅ ନଥିବାରୁ ଜଣେ ଝିଅଜ୍ୱାଇଁଙ୍କୁ ପାଖରେ ରଖିଛନ୍ତି। ଅଭାବୀ ପରିବାର ହୋଇଥିବାରୁ ପରିଣତ ବୟସରେ ମଧ୍ୟ ଏହି ବୃଦ୍ଧ ଦମ୍ପତିଙ୍କୁ ମୂଲ ଲାଗିବାକୁ ପଡୁଛି ା ହେଲେ ମାସକ ତଳେ କୌଣସି କାରଣକୁ ନେଇ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା। ଅତିଷ୍ଠ ହୋଇ ବୃଦ୍ଧ ଦମ୍ପତି ଘର ଛାଡି ଗାଁଠାରୁ ୧ କିମି ଦୂରରେ ଏକ ଝୁମ୍ପୁଡି ଘରେ ଆଶ୍ରୟ ନେଇଥିଲେ। ଦୁଇ ସପ୍ତାହତଳେ ଝଡବର୍ଷାରେ ସେହି ଝୁମ୍ପୁଡିଘର ଭାଙ୍ଗି ଯାଇଥିଲା। ଅନ୍ୟନୋପାୟ ହୋଇ ଏହି ବୃଦ୍ଧ ଦମ୍ପତି ତଲିଉଡାର-ସରଗାଡ ପିଡବ୍ଲ୍ୟୁଡି ରାସ୍ତାର ବିରକେଲ ଗାଁ ନିଟସ୍ଥ ତିହାଡି ଘର କ୍ଷେତସୀମାରେ ଥଇବା କଲଭର୍ଟରେ ଆଶ୍ରୟ ନେଇଥିଲେ। ସେଠାରେ ରନ୍ଧାବଢା କରି ରହିଆସୁଥିଲେ। କଲଭର୍ଟର ଉଭୟପଟରେ ବାଉଁଶ ଚାଞ୍ଚିରି ଦେଇଥିଲେ। ମଙ୍ଗଳବାର ଗ୍ରାମର ସାମଜିକ କର୍ମୀ ସାଇଦେବ ପଟେଲଙ୍କ ନଜରକୁ ଆସିବା ପରେ ସେ ସାମଜିକ ଗଣମାଧ୍ୟମରେ ଏଇ ଦୟନୀୟ ସ୍ଥିତିର ସେୟାର କରିଥିଲେ। ଏହି ପୋଷ୍ଟକୁ ନେଇ ଅମରଜିଦ ପଟେଲ ନାମକ ଜଣେ ଯୁବକ ରାଜ୍ୟ ସରକାରଙ୍କ ୫ଟି ସଚିବ, ଜିଲାପାଳ, ସ୍ଥାନୀୟ ବିଧାୟକଙ୍କୁ ବୁଧବାର ଟୁଇଟ କରିଥିଲେ ା ଉକ୍ତ ପୋଷ୍ଟ ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା। ଏ ସମ୍ପର୍କରେ ବିଡିଓ ଆକାଶ ରଞ୍ଜନ ସାହୁ କହିଛନ୍ତି, ବୃଦ୍ଧ ଦମ୍ପତି, ବାର୍ଦ୍ଧକ୍ୟ ଭତ୍ତା,ଖାଦ୍ୟ ସୁରକ୍ଷା ଯୋଜାନରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ହଜାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଛି। ପାରିବାରିକ କଳହରୁ ସେମାନେ କଲଭର୍ଟରେ ଆଶ୍ରୟ ନେଇଥିଲେ ବୋଲି ସେ କହିଛନ୍ତି। ଅତିରିକ୍ତ ତହସିଲଦାର ବେଜଙ୍କୁ ପଚାରିବାରୁ ବୃଦ୍ଧ ଦମ୍ପତି ଏବଂ ଝିଅଜ୍ୱାଇଁ ପୃଥକ ଘର ପାଇଛନ୍ତି। ତଦନ୍ତ ବେଳେ ଝିଅଜ୍ୱାଇଁ ନିଜ ଘରେ ରହୁଥିବାବେଳେ ବୃଦ୍ଧ ଦମ୍ପତିଙ୍କ ଘରେ ତାଲା ପଡିଥିଲା ା ହେଲେ ବୃଦ୍ଧ ଦମ୍ପତି ଘର ଚାବି ରଖି ନ ଥିବା କହିଥିବା ତଦନ୍ତ ଅଧିକାରୀଙ୍କୁ କହିଥିଲେ। କେଉଁ ପରିସ୍ଥିତିରେ ବୃଦ୍ଧ ଦମ୍ପତିଙ୍କ ଘରୁ ଚାଲିଗଲେ ଏବଂ ଘରେ ତାଲା ପଡିବାର କାରଣ କ’ଣ ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri