Posted inଜାତୀୟ

ଗୋଆ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ମୁମ୍ବାଇ,୨ ।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶନିବାର ଗୋଆ ପହଞ୍ଚିଛନ୍ତି । ଯେଉଁଠାରେ ଶିବସେନାର ସମସ୍ତ ଅସନ୍ତୁଷ୍ଟ ବିଧାୟକ ରହିଛନ୍ତି ସେହିଠାରେ ପହଞ୍ଚିଛନ୍ତି ସିନ୍ଧେ । ଏମାନେ ସମସ୍ତେ ସିନ୍ଧେଙ୍କ ସହ ମିଶି ଉଦ୍ଧବ ଠାକରେ ସରକାରକୁ ଭାଙ୍ଗି ଦେଇଛନ୍ତି । କୁହାଯାଉଛି କି ଏକନାଥ ସମସ୍ତ ବିଧାୟକଙ୍କୁ ସାଙ୍ଗରେ ଧରି ମୁମ୍ବାଇ ଫେରିବେ । ତେବେ ଏହା ପୂର୍ବରୁ ଏମାନଙ୍କର ଏକ ବୈଠକ ହୋଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ବି ଏକନାଥ ସିନ୍ଧେ ଗୋଆ ଯାଇଥିଲେ । ଏବେ ଫ୍ଲୋର ଟେଷ୍ଟ ଓ ବିଧାନସଭା ସ୍ପିକର ନିର୍ବାଚନ ପୂର୍ବରୁ ବିଧାୟକମାନେ ମୁମ୍ବାଇ ଫେରିବେ ।
ମିଳିଥିବା ସୂଚନା ଅନୁଯାୟୀ, ସିନ୍ଧେ ଗ୍ରୁପର ସମସ୍ତ ୫୦ ଜଣ ବିଧାୟକ ଦିନ ପ୍ରାୟ ୨ଟାରେ ଏକ ବିଶେଷ ଚାର୍ଟର ବିମାନରେ ମୁମ୍ବାଇ ଫେରିବେ । ଏହା ପୂର୍ବରୁ ଦିନ ୧୨ଟାରେ ବିଧାୟକ ଦୀପକ କେସରକର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି । ରବିବାର ଅର୍ଥାତ୍ ୩ ଜୁଲାଇରେ ବିଧାନସଭାର ବିଶେଷ ଅଧିବେଶନରେ ବିଧାନସଭା ସ୍ପିକର ନିର୍ବାଚନ ହେବ । ସେଥିପାଇଁ ସମସ୍ତ ୫୦ ବିଧାୟକ ଶନିବାର ମୁମ୍ବାଇ ଫେରି ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିିଯୁକ୍ତ ଗିରଫ

ବେଙ୍ଗାଲୁରୁ,୨୩।୩: କର୍ନାଟକ ହିଜାବ ବିବାଦରେ ରାୟ ଶୁଣାଇଥିବା ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କର୍ନାଟକ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ତାମିଲନାଡୁରୁ...

ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ: ୩୦ ମିନିଟ୍‌ ଯାଏ ଅଟକି ରହିଲା ଟ୍ରେନ୍‌

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ପୁଣି ଥରେ ସେମି ହାଇ ସ୍ପିଡ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ବଲସାଡର ଅତୁଲ ରେଲଓ୍ବେ ଷ୍ଟେସନ ନିକଟରେ...

ଭାରତୀୟ ଶିକ୍ଷାର ଗୈରିକୀକରଣ

ନୂଆଦିଲ୍ଲୀ,୬ା୪: ଦେଶର ସାମ୍ପ୍ରଦାୟିକ ସ୍ଥିତି ଉପରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର ଯାଦୁକରୀ ପ୍ରଭାବ ରହିଥିଲା, ହିନ୍ଦୁ-ମୁସଲମାନ ଏକତା ପାଇଁ ଗାନ୍ଧିଜୀଙ୍କ ଅଧ୍ୟବସାୟ ହିନ୍ଦୁ କଠୋରପନ୍ଥୀମାନଙ୍କୁ ଉତ୍ତେଜିତ...

ମୋଦିଙ୍କ କାର୍ଯ୍ୟକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୩ା୪: ବିଶ୍ୱବ୍ୟାପୀ କରୋନା ଆତଙ୍କ ଜାରି ରାହିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ଅଦ୍ୟାବଧି ବିଶ୍ୱରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪୯ ହଜାର...

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ, କହିଲେ ମୋର ଏକ ଅଂଶ ହେଉଛି ଭାରତ

ସାନ ଫ୍ରାନ୍ସିସକୋ,୩ ।୧୨: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ...

୧୦ ବର୍ଷ ଧରି ପ୍ରେମିକାଙ୍କୁ ରୁମ୍‌ରେ ଲୁଚାଇ ରଖିଥିଲେ ପ୍ରେମିକ, ଜାଣିପାରିଲେ ନାହିଁ ପରିବାର ଲୋକ

ପଲକ୍କଡ (କେରଳ), ୧୧।୬: କେରଳର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ୧୦ ବର୍ଷ ଧରି ରୁମ୍‌ରେ ଲୁଚାଇ ରଖିଥିଲେ। ଆଉ ଏ ସମ୍ପର୍କରେ ଟେର ପାଇ...

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ...

ବଜାରରେ ଘଣ୍ଟେ ରହିଲେ ଦେବାକୁ ପଡ଼ିବ ଜରିମାନା ୫୦୦

ନାସିକ୍‌,୧।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଲୋକେ କେତେକ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରୁ ନ ଥିବାରୁ...

Advertisement
Archives

Model This Week