Posted inଜାତୀୟ

ମଙ୍ଗଳବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୮।୮: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ଭାଜପା ଓ ଶିବସେନାର ବିଦ୍ରୋହୀ ମେଣ୍ଟ ସରକାର ଗଠନ ହୋଇଛି। ଏହି ସରକାର ଗଠନକୁ ଏକ ମାସ ବିତି ଗଲାଣି ତଥାପି ଏଯାଏ ରାଜ୍ୟରେ କ୍ୟାବିନେଟ ବିସ୍ତାର ହୋଇନାହିଁ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ହେବ। ଏହି କ୍ୟାବିନେଟରେ ୨୦ରୁ ଅଧିକ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରହିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଅଗଷ୍ଟ ୧୦ରୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସମ୍ଭାବନା ଅଛି।
ଶିବସେନାରେ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଜୁନ୍‌ ୩୦ରେ ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓ ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଚଳାଇ କରୋନା ଆକ୍ରାନ୍ତ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଲେ ଡାକ୍ତର

ହାଇଦ୍ରାବାଦ, ୧୩।୭- ମହାମାରୀ କରୋନା ଭାଇରସ୍‌ସ୍ଥିତି ଭାରତରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର...

ସାଭରକରଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି

ନୂଆଦିଲ୍ଲୀ,୨୧।୧୦: ସ୍ବାଧୀନତା ସଂଗ୍ରାମୀ ବୀର ସାଭରକରଙ୍କୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ କରି ସାଭରକରଙ୍କ ବାବଦରେ...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

ବଡ଼ ଲୋକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବେଳେ ଛୋଟ ପିଲା ଯାଉଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଥିବା ମଧ୍ୟରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ପୁଣି ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ...

କରୋନା ଭାଇରସ୍‌ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ ହେଲା ଏମ୍ସର ଓପିଡି ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ସୋମବାରଠାରୁ ନିୟମିତ ରୋଗୀଙ୍କ ପାଇଁ ସମସ୍ତ ଓପିଡି...

ନୂଆ ଷ୍ଟ୍ରେନ୍‌ରେ ୭୯୫ ସଂକ୍ରମିତ

ନୂଆଦିଲ୍ଲୀ, ୨୪ା୩: ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲରେ ଦେଖାଦେଇଥିବା କରୋନା ଷ୍ଟ୍ରେନରେ ଭାରତର ୭୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ:ସରିଲା ଶୁଣାଣି, ଆଜି ରାୟ

ନୂଆଦିଲ୍ଲୀ,୩ା୬:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ...

ରାଷ୍ଟ୍ରପତି ପଦ ଗ୍ରହଣ କରିବି ନାହିଁ

ଲକ୍ଷ୍ନୌ,୨୭।୩: ଉତ୍ତରପ୍ରଦେଶରେ ଭାଜପାକୁ ଜିତାଇଦେଲେ ମାୟାବତୀଙ୍କୁ ରାଷ୍ଟ୍ରପତି କରାଯିବ ବୋଲି ଭାଜପା ପକ୍ଷରୁ ମିଥ୍ୟା ପ୍ରଚାର କରାଯାଇଛି। ଏପରି କି ବିଏସ୍‌ପି ସମର୍ଥକମାନଙ୍କୁ ବିଭ୍ରାନ୍ତ କରାଯାଇଛି...

Advertisement
Archives

Model This Week