ଉଦ୍‌ଘାଟନର ୮ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି ଶୌଚାଳୟ

କୋକସରା,୫ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୦୧୬-୧୭ ବର୍ଷରେ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଉନ୍ନୟନ ପାଣ୍ଠିରୁ ବ୍ଲକ ପ୍ରଶାସନ ଏକ ସୁଲଭ ଶୌଚାଳୟ ନିର୍ମାଣ କରିଥିଲା। ନିର୍ମାଣ ପରେ ତତ୍କାଳୀନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଏହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ୮ବର୍ଷ ବିତିଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇନାହିଁ।
କୋକସରା ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶତାଧିକ ରୋଗୀ ଓ ତାଙ୍କ ସମ୍ପର୍କୀୟ ସମେତ ବିଭିନ୍ନ କାମ ନେଇ ସ୍ବାସ୍ଥ୍ୟ କର୍ମଚାରୀ, ଆଶା କର୍ମୀ ଆସୁଛନ୍ତି। ହେଲେ ଶୌଚାଳୟ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ରୋଗୀ ଓ ତାଙ୍କ ସମ୍ପର୍କୀୟ ରାତ୍ରିଯାପନ କରୁଥିବା ବେଳେ ଶୌଚାଳୟ ନ ଥିବାରୁ ଡାକ୍ତରଖାନା ନିକଟରେ ଥିବା ମତ୍ସ୍ୟ ବିଭାଗର ପୋଖରୀ ଓ ପଡିଆକୁ ଯାଉଛନ୍ତି। ତେବେ ରାତିରେ ସରୀସୃପ ଭୟ ଥିଲେ ବି ସେମାନେ ବାଧ୍ୟହୋଇ ଯାଉଥିବା କହିଛନ୍ତି।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ରୋଗୀ କଲ୍ୟାଣ ସମିତି ଏହି ଶୌଚାଳୟ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛନ୍ତି। ଅନେକ ସମୟରେ ଶୌଚାଳୟ କାର୍ଯ୍ୟକ୍ଷମ ପାଇଁ ଦାବି ହେଉଥିଲେ ବି ଏଥିପ୍ରତି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ତତ୍ତ୍ୱଦର୍ଶୀ ଦାସଙ୍କୁ ପଚାରିବାରୁ ଶୌଚାଳୟ ଖୋଲିବା ପାଇଁ ବିଭିନ୍ନ ସମୟରେ ବୈଠକରେ ଆଲୋଚନା କରାଯାଇ ଟେଣ୍ଡର କରାଯାଇଛି। ହେଲେ କୌଣସି ଲୋକ ଶୌଚାଳୟ ଖୋଲିବା ପାଇଁ ରାଜି ହେଉନାହାନ୍ତି। ଫଳରେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri