ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନି, କମୁଛନ୍ତିି ପିଲା

ଦଶମନ୍ତପୁର,୧୨ା୮(ଡି.ଏନ.ଏ.):ନିୟମିତ ଭାବେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦେବା ଲାଗି ପ୍ରଦାନ କରାଯାଉଥିବା ଅଣ୍ଡା ହଡ଼ପ କରାଯାଉଥିବାରୁ ବିଦ୍ୟାଳୟ ଆସିବା ପ୍ରତି ସେମାନଙ୍କ ଆଗ୍ରହ କମିଯାଉଛି। ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାରମୁହଁା ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଏଥିରୁ ଦୂରେଇ ରହୁଛନ୍ତି। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରୁ। ଏହି ବ୍ଲକର ପିଣ୍ଡାପଦର ପଞ୍ଚାୟତ ହରିଡା ଗ୍ରାମବାସୀ ଏପରି ଅଭିଯୋଗ ଆଣିଛନ୍ତି। ଏହି ଗ୍ରାମରେ ୨୦୦୩ରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟରେ ୭୦ ଜଣ ଛାତ୍ରୀଛାତ୍ର ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢନ୍ତିି। ସେମାନଙ୍କୁ ଶିକ୍ଷାଦାନ ପାଇଁ ଦୁଇ୨ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ମାତ୍ର ଏହି ଶିକ୍ଷକମାନେ ନିୟମିତ ବିଦ୍ୟାଳୟ ଆସୁନାହାନ୍ତି। ପିଲାଙ୍କୁ ମଧ୍ୟାହ୍ନଭୋଜନରେ ପୁଷ୍ଟିକର ଖାଦ୍ୟ ରୂପେ ସପ୍ତାହକୁ ୩ ଦିନ ଅଣ୍ଡା ତରକାରି ଓ ଭାତ ଦେବା ନିୟମ ଥିବା ବେଳେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁ ନ ଥିବା କେତେଜଣ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟାଳୟ ଶିକ୍ଷକଙ୍କୁ ପଚାରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ଗୋଟାଏରୁ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକମାନେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ବିଦ୍ୟାଳୟ ପାଚିକା ପୂର୍ଣ୍ଣିମା ପାଇକଙ୍କୁ ପଚାରିବାରୁ ସେ ବିଦ୍ୟାଳୟରେ ପିଲାଙ୍କୁ ନିୟମିତ ଅଣ୍ଡା ମିଳୁ ନ ଥିବା ଅଭିଯୋଗକୁ ସ୍ବୀକାର କରି ଦୋକାନରେ ଅଣ୍ଡା ନ ଥିବାରୁ ଦେଇ ହୋଇନାହିଁ ବୋଲି କହିଥିଲେ। ଏସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘଙ୍କୁ ପଚାରିବାରୁ ସେ କହିଲେ, ୧୦ରୁ ୪ଟା ପର୍ଯ୍ୟନ୍ତ ଶିକ୍ଷକମାନେ ବିଦ୍ୟାଳୟରେ ରହିବା କଥା। କାହିଁକି ଆଜି ବନ୍ଦ କରାଯାଇଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ...

ଶୁଖିଲା ପ୍ରକଳ୍ପ, ମେଣ୍ଟୁନାହିଁ ଶୋଷ

ଯାଜପୁର ଅଫିସ,୨୬ା୧୨: ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ନଳକୂପରେ ସୌରଚାଳିତ ପମ୍ପ୍‌ ସଂଯୋଗ କରାଯାଇଛି। ହେଲେ ଅଧିକାଂଶ ପ୍ରକଳ୍ପ ଅଚଳ...

ନାଁକୁ କଟକଣା: ଉପରଠାଉରିଆ ଭାବେ ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତାକୁ ନେଇ ସ୍ଥିତି ଖରାପ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ନୂଆ ନିୟମ ଅନୁପାଳନ କରି ଏହାର ମୁକାବିଲା...

ନାଟଗୋଡ଼ରେ ଚାଲିଛି ରାହୁ ମୂର୍ତ୍ତି ଖୋଦେଇ

ପୁରୀ ଅଫିସ,୨୮।୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆଗେଇ ଚାଲିଛି। ବୁଧବାର ପାଶଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ୱ...

ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ

ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ...

ପିକ୍‌ନିକ୍‌ ହେଲା କାଳ: ନଦୀରେ ବୁଡି ଜଣେ ମୃତ

ରାଉରକେଲା ଅଫିସ/ନୂଆଗାଁ,୧୦।୧: ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ କୋଏଲ ନଦୀର ତେତେରକେଲା ଘାଟରେ ରବିବାର ଅପରାହ୍ନରେ ଘଟିଛି ଅଘଟଣ। ପିକ୍‌ନିକ୍‌ କରିବାକୁ...

କେରେଡ଼ାଗଡ଼ରେ ରଥଯାତ୍ରା

ରାଜନଗର, ୨।୭(ଡି.ଏନ.ଏ.): କରୋନା ମହାମାରୀର ଦୁଇବର୍ଷ ପରେ ରାଜନଗରର କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କୋଭିଡ୍‌ କଟକଣା...

୨ ଡାକ୍ତର, ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୨ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତ...

Advertisement
Archives

Model This Week