ପୂର୍ବ ଭାରତକୁ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ କରିବାକୁ ଉଦ୍ୟମ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆତ୍ମନିର୍ଭର ଭାରତ ପାଇଁ ଲଗାତର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଗତ ବର୍ଷଗୁଡିକରେ ଆମେ ରିଫାଇନିଂ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ତୈଳ ଷ୍ଟୋରେଜ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରିଛୁ ବୋଲି ସୋମବାର ଆସାମର ଠାରେ ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପୂର୍ବ ଭାରତକୁ ଅଭିବୃଦ୍ଧିର ଇଞ୍ଜିନ ଭାବେ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ା ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍‌ ଅଏଲର ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଇଣ୍ଡିମାକ୍ସ ୟୁନିଟ୍‌, ଦିବ୍ରୁଗଡର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେକେଣ୍ଡାରୀ ଟ୍ୟାଙ୍କ୍‌ ଫାର୍ମ, ତିନିସୁକିଆର ମାକୁମ ସ୍ଥିତ ହେବେଡା ଗାଁରେ ଥିବା ୧୩୨ କୋଟି ବ୍ୟୟରେ ନିର୍ମିତ ଗ୍ୟାସ୍‌ କମ୍ପ୍ରେସର ଷ୍ଟେସନକୁ ଦେଶ ଉଦ୍ଦ୍ୟେଶରେ ଉତ୍ସର୍ଗ କରାଯାଇଥିବା ବେଳେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ଧମାଜୀ ଇଞ୍ଜିନିୟରିଂ କଲେଜର ଲୋକାର୍ପଣ କରିଛନ୍ତି। ଲୋକାର୍ପିତ ଇଣ୍ଡିଆନ୍‌ ଅଏଲର ବଙ୍ଗାଇଗାଓଁ ସ୍ଥିତ ତୈଳ ବିଶୋଧନାଗାରରେ ଥିବା ଇଣ୍ଡିମାକ୍ସ ୟୁନିଟ୍‌, ମଧୁବନ ସ୍ଥିତ ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ମାକୁମ ସ୍ଥିତ ଗ୍ୟାସ୍‌ କମ୍ପ୍ରେସର ଷ୍ଟେସନ୍‌ ଆସାମ ପାଇଁ ଉର୍ଜା ସୁରକ୍ଷା ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିରେ ଇଣ୍ଡିଆନ୍‌ ଅଏଲ ଗବେଷଣା ଓ ବିକାଶ(ଆର୍‌ଏଣ୍ଡଡ୍‌଼ି) ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ଇଣ୍ଡିମାକ୍ସ ବିକଶିତ କରାଯାଇଛି। ଏହି ୟୁନିଟ୍‌ ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଅଶୋଧିତ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଏଲପିଜି ଏବଂ ଅନ୍ୟାନ୍ୟ ସ୍ବଚ୍ଛ ଇନ୍ଧନର ଉପଲବ୍ଧିକୁ ବୃଦ୍ଧି କରିବ। ସେହିପରି ଅଏଲ୍‌ ଇଣ୍ଡିଆର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ମାକୁମର ଗ୍ୟାସ ଷ୍ଟେସନ ତୈଳ ଏବଂ ଗ୍ୟାସ ପାଇଁ ସୁରକ୍ଷିତ ଏବଂ ପରିବେଶ ସହଯୋଗୀ ସଂରକ୍ଷଣ ନିଶ୍ଚିତ କରିବ। ଏହି ଅଞ୍ଚଳରେ ଉର୍ଜା ଉପଲବ୍ଧି ଏବଂ ଯୋଗାଣ ନିରାପତ୍ତାକୁ ସୁଦୃଢ଼ କରିବ ଏବଂ ଗ୍ୟାସ ଆଧାରିତ ଅର୍ଥନୀତିରେ ଭାରତକୁ ସହଯୋଗ ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଜାପାନ-ଓଡ଼ିଶା ପୁଞ୍ଜିନିବେଶ ଆଲୋଚନାଚକ୍ର ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ଶିଳ୍ପ ଏବଂ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର...

କାଲିଠୁ ଅବିଶ୍ରାନ୍ତ ବର୍ଷିବ

ଭୁବନେଶ୍ୱର,୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ବୁଧବାରଠୁ...

ଶିକ୍ଷା ପାଇଁ ଶୋଇବା ସମୟ କମୁଛି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ଓଡ଼ିଶା ଅଭିବାଭକ ମହାସଂଘ ପକ୍ଷରୁ ‘ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶିଶୁ ସ୍ବାସ୍ଥ୍ୟ’ ଶୀର୍ଷକ କର୍ମଶାଳା ଶୁକ୍ରବାର ଇମେଜ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି।...

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ ଅଫିସ,୨୭ା୧୦: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି...

ମହାତ୍ମାଙ୍କ ସ୍ମୃତି ସାଉଁଟୁଛି ମେରାମଣ୍ଡଳୀ

ଢେଙ୍କାନାଳ ଅଫିସ, ୨।୧୦ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ରେଳଷ୍ଟେଶନକୁ ପୂରିଲାଣି ୯୮ ବର୍ଷ। ୧୯୨୩ରେ ପ୍ରତିଷ୍ଠିତ ଏହି ରେଳଷ୍ଟେଶନ ପାଇଁ ୧୯୩୪ ଥିଲା...

ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି, ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର,୩୦ା୧(ବ୍ୟୁରୋ):କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ...

ସଶକ୍ତୀକରଣ ରାସ୍ତା ଦେଖାଇଲା ‘ଜଜ୍‌ବା’

ବ୍ରହ୍ମପୁର ଅଫିସ୍‌,୧୭ା୯-ଦୃଢ଼ମନା ଯୁବପିଢ଼ିଙ୍କ ବିନା କୌଣସି ଦେଶ ସଶକ୍ତ ହୋଇପାରିବ ନାହିଁ। ଏଣୁ ଅଧିକରୁ ଅଧିକ ଯୁବତୀ ଯୁବକଙ୍କୁ ସଶକ୍ତୀକରଣ କରାଇବାର ଆବଶ୍ୟକତା ରହିଛି। ଯୁବପିଢି...

ଘର ମରାମତି ଲାଗି ଓଡ଼ିଶାର ୩୦ ଲକ୍ଷ ପରିବାରକୁ ମିଳିବ ସହାୟତା

ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଘର ମରାମତି ନେଇ ସହାୟତା ଦେବେ ରାଜ୍ୟ ସରକାର। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

Advertisement
Archives

Model This Week