ମାଲକାନଗିରିରେ ଗଡ଼ ସଜାଡ଼ିବାକୁ ପ୍ରୟାସ, ମାଓବାଦୀ କାର୍ଯ୍ୟକଳାପ ବଢ଼ୁଛି…

ମାଲକାନଗିରି,୮ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଭୁଶୁଡି ପଡିଥିବା ମାଓବାଦୀ ସଂଗଠନ ପୁନଃ ଗଡ ସଜାଡିବାକୁ ପ୍ରୟାସ କରିଛିନ୍ତି ମାଓବାଦୀ। ନିଜ ପୂର୍ବ ସ୍ଥିତି ଫେରିବା ପାଇଁ ସଙ୍ଗଠନର ଉଦ୍ୟମ କରୁଥିବା ବେଳେ ବିଗତ କିଛି ଦିନ ମଧ୍ୟରେ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ବଢିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଜିଲା ସ୍ବାଭିମାନ ଅଞ୍ଚଳ ସମେତ ଆନ୍ଧ୍ର ଓ ଛତିଶଗଡକୁ ଲାଗି ଥିବା ଅନେକ ଗ୍ରାମରେ ସଙ୍ଗଠନର ଛୋଟ ଛୋଟ ଦଳ ଆସି ସ୍ଥିତି ପରଖିବା ନେଇ ପୂର୍ବରୁ ସୂଚନା ମିଳିଥିଲା। ବର୍ତ୍ତମାନ ସଙ୍ଗଠନ ନିଜର ସ୍ଥିତି ଜାହିର କରିବାକୁ ଯାଇ ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ପପୁଲୁର ସମେତ ବିଭିନ୍ନ ସ୍ଥାନରେ ଆନ୍ଧ୍ର ଓଡିଶା ସୀମାନ୍ତ ସଙ୍ଗଠନ ସମ୍ପାଦକ ଗଣେଶଙ୍କ ପକ୍ଷରୁ ତେଲୁଗୁ ଏବଂ ଓଡ଼ିଆ ଭାଷାରେ ଲେଖା ଯାଇଥିବା ଅନେକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।

ତେବେ ଦୀର୍ଘ ଦିନ ପରେ ଜିଲାରେ ମାଓବାଦୀ ପୋଷ୍ଟର ଲାଗିବା, ସଙ୍ଗଠନ ସ୍ଥିତିକୁ ଦର୍ଶାଉ ଥିବା ବେଳେ ଆଗକୁ ନିର୍ବାଚନ ସମୟ ଆସୁଥିବାରୁ ଏହାକୁ ନେଇ ବଢିଛି ଚିନ୍ତା। ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିବା ବେଳେ ବଳ ଗୋଟାଇବା ପ୍ରୟାସରେ ଥିବା ମାଓ ସଙ୍ଗଠନ କାଲିମେଳା ଅଞ୍ଚଳରେ ଲୁଚାଇ ରଖିଥିବା ସହ ସହ ବୋମା, ଗ୍ରେନେଡ୍‌, ଜିଲୋଟିନୀ ଷ୍ଟିକ ଭଳି ଅନେକ ଅସ୍ତ୍ର ଶସ୍ତ୍ର ଓ ସାମଗ୍ରୀକୁ ଜବତ କରିଛି ଜିଲା ପୋଲିସ ଓ ସୁରକ୍ଷା କର୍ମୀ। ତେବେ ଏଥିରୁ ଗୋଟିଏ କଥା କିନ୍ତୁ ସ୍ପଷ୍ଟ ହୋଇଛି, ଜିଲାରେ ମାଓବାଦୀମାନେ ପୁଣି ଏନ୍‌ଜେଆର ଗଡ ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଗତ କିଛିଦିନ ପୂର୍ବରୁ ପପୁଲୁର ଅଞ୍ଚଳରେ ଛତିଶଗଡର ଏକ ଛୋଟ ମାଓବାଦୀ ଦଳ ଯାଇ ସେଠାକାର ସ୍ଥିତି ପରଖିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ମାଓବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ସହ ଜିଲାର କେତେକ ସ୍ଥାନରେ ଯେଉଁଠି ମାଓବାଦୀ ସଂଗଠନ ଦୀର୍ଘ ୮ ବର୍ଷ ଧରି ଭୁଶୁଡି ପଡିଥିଲା, ସେଠାରେ ଛୋଟ ଛୋଟ ଟିମ୍‌ ଆସି ସ୍ଥିତି ପରଖୁଥିବା ନେଇ ସୂଚନା ମିଳିଛି ।

ବିଶେଷ କରି ଆନ୍ଧ୍ର ଓ ଛତିଶଗଡ ଅଞ୍ଚଳର କେତେକ ମାଓବାଦୀ ସଙ୍ଗଠନ ଏଥିରେ ସାମିଲ ଅଛନ୍ତି। ତେବେ ଏନେଇ ଗୋଇନ୍ଦା ସୂତ୍ରରୁ ଖବର ପାଇବା ପରେ ପୋଲିସ ପକ୍ଷରୁ ତଲାସି ଅଭିଯାନକୁ ବଢାଇବା ସହ ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଛି। ତେବେ ଏହାକୁ ନେଇ ଗତ କିଛିଦିନ ପୂର୍ବେ ଛତିଶଗଡ ଓ ମାଲକାନଗିରି ପୋଲିସ ମଧ୍ୟରେ ସମନ୍‌ୟ ବୈଠକ କରି ଜିଲାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳରେ ଚେକ ପୋଷ୍ଟ କରାଯାଇଥିବା ସହ ସିସି ଟିଭି ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?