ଅତ୍ୟାଧୁନିକ କୃଷିଯନ୍ତ୍ରକୁ ଲୋକପ୍ରିୟ କରାଇବା ପାଇଁ ପ୍ରଚେଷ୍ଟା ଜାରି

ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଡିମିରିଆଠାରେ ଏକ ଟ୍ରାକ୍ଟର ଚାଳିତ ଧାନ ଜମି ହୁଡ଼ା ତିଆରି କରିବା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ନିକଟସ୍ଥ ଗୋଷାଣୀ ନୂଆଗାଁ ଥରେ ପ୍ରତିଷ୍ଠିତ ସିଟ ପ୍ରୋଫାଇଲ କମ୍ପାନୀ ତରଫରୁ ଏହି ପ୍ରକାରର ଅତ୍ୟାଧୁନିକ କୃଷିଯନ୍ତ୍ରକୁ ଆମ ରାଜ୍ୟରେ ଲୋକପ୍ରିୟ କରାଇବା ପାଇଁ ପ୍ରଚେଷ୍ଟା କରାଯାଇଛି। ସାଧାରଣତଃ ରୁଆ ଧାନଚାଷରେ ଜମି କାଦୁଅ କରିବା ସମୟରେ ଜମିର ହୁଡ଼ାଗୁଡ଼ିକୁ କତି କରାଯାଇଥାଏ ଅର୍ଥାତ ଜମିର ହୁଡ଼ା ବା ବନ୍ଧଗୁଡ଼ିକୁ ସୁଦୃଢ଼ କରାଯାଏ। ଯାହାଦ୍ୱାରା ଜମିରେ ପାଣି ଅଧିକ ସମୟ ରହିପାରେ। ଜମିର ଆକାର ସ୍ପଷ୍ଟ ହୋଇଥାଏ ଓ ହୁଡ଼ା ଉପରେ ଚଳ ପ୍ରଚଳ ମଧ୍ୟ ସହଜ ହୁଏ। ଏତ୍‌ଦ ବ୍ୟତୀତ ଜମିର ହୁଡ଼ା ମଧ୍ୟରେ ଥିବା ଅନିଷ୍ଟକାରୀ ପୋକ, ଅନାବନା ଘାସ ଇତ୍ୟାଦି ମଧ୍ୟ ନଷ୍ଟ ହୋଇଯାଏ ଓ ମାଟିରେ ଥିବା ଖାଦ୍ୟ ସାରର ଉପଯୁକ୍ତ ବିନିଯୋଗ ସମ୍ଭବ ହୋଇଥାଏ । ତେବେ ଏହି କାମ କରିବା ପାଇଁ ଅଧିକ ଖର୍ଚ୍ଚ, ସମୟ, ପରିଶ୍ରମ ଓ ଲୋକ ବଳର ଆବଶ୍ୟକତା ପଡ଼ିଥାଏ ଯାହା ସବୁବେଳେ ସମ୍ଭବ ହୋଇ ନ ଥାଏ। ଫଳରେ ଫସଲ ଉତ୍ପାଦନରେ ହ୍ରାସ ହୋଇଥାଏ। ଟ୍ରାକ୍ଟର ଚାଳିତ ଧାନ ଜମି ହୁଡ଼ା ତିଆରି କରିବା ଯନ୍ତ୍ରର ବ୍ୟବହାର ଦ୍ୱାରା ଏହିକାର୍ଯ୍ୟ ଅତି ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ। ଏହି କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଇକରିସାଟ ସଂସ୍ଥାର କୃଷି ଯାନ୍ତ୍ରିକରଣ ପରାମର୍ଶଦାତା ଡଃ ସଂଗ୍ରାମ କେଶରୀ ସ୍ବାଇଁ ଯୋଗଦେଇ ଯନ୍ତ୍ରର କାର୍ଯ୍ୟ ପ୍ରଣାଳୀ ଓ ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ। ଏହି ଯନ୍ତ୍ରରେ ଏକ ସମୟରେ ହୁଡ଼ା ପାଖରୁ ମାଟି କାଟି ହୁଡ଼ା ଉପରେ ଓ ହୁଡ଼ା ଭିତର ପାଖରେ ଲେସି ଦିଆଯାଏ ଓ ଘଣ୍ଟା ପ୍ରତି ପ୍ରାୟ ୧୦୦୦ ମିଟର ବନ୍ଧ କାମ କରାଯାଇପାରେ I ଅଳ୍ପ ସମୟ ମଧ୍ୟରେ ଏହି କାର୍ଯ୍ୟ କରାଯିବା ହେତୁ ଚାଷ କାମ ସଠିକ ସମୟରେ ଆଗେଇ ଚାଲେ ବୋଲି ସ୍ବାଇଁ କହିଛନ୍ତି। ସିଟ୍‌ ପ୍ରୋଫାଇଲ କମ୍ପାନୀର ମୁଖ୍ୟ ପ୍ରଭାତ ରଞ୍ଜନ ସାହୁ ଏହି ଯନ୍ତ୍ରକୁ ନିକଟ ଭବିଷ୍ୟତରେ ସରକାରୀ ରିହାତି ସହ ଆମ ରାଜ୍ୟର ଚାଷୀମାନଙ୍କ ପାଖରେ ପହଞ୍ଚେଇବାର ପ୍ରଚେଷ୍ଟା କରୁଛନ୍ତି ବୋଲି ପ୍ରକାଶ କରିଥିଲେ I ବର୍ତ୍ତମାନ ଚାଷ କାମ ପାଇଁ ଆବଶ୍ୟକ ଅନୁଯାଇ ଲୋକ ବଳର ଅଭାବ ଓ ବର୍ଦ୍ଧିତ ମଜୁରି ହାରକୁ ଦୃଷ୍ଟିରେ ରଖି ଏହିପରି ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି ବୋଲି ସାହୁ ମତ ରଖିଥିଲେ। ଏହି କ୍ଷେତ୍ର ପ୍ରଦର୍ଶନରେ ଆଖପାଖ ଅଞ୍ଚଳରୁ ଶତାଧିକ ଅଗ୍ରଣୀ ଚାଷୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରମିତ କୁମାର ସାହୁ, କୃଷି ବିଭାଗର ପଦସ୍ଥ ଅଫିସର, ସହକୀରୀ କୃଷି ଅଧିକାରୀ କୁମାରୀ ରାଜଲକ୍ଷ୍ମୀ ପାଢ଼ୀ, ବେସରକାରୀ ସଂସ୍ଥାର କର୍ମକର୍ତ୍ତାଗଣ ଇତ୍ୟାଦି ଯୋଗଦେଇ ସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ ୧ ଏବଂ ଗଞ୍ଜାମ ୨ର ବୈଜ୍ଞାନିକମାନେ ଯୋଗଦେଇ ଧାନଚାଷରେ କମ୍‌ ଖର୍ଚ୍ଚ କରି, କମ୍‌ ସମୟରେ କମ୍‌ ପରିଶ୍ରମରେ ଉନ୍ନତମାନର ଜମିର ହୁଡ଼ା ତିଆରି କରିବା ଦ୍ବାରା ଚାଷୀମାନଙ୍କର ଉତ୍ପାଦନ ବୃଦ୍ଧି ପାଇବା ସହ ବିଶେଷ ଭାବରେ ଲାଭାଂଶରେ ଉନ୍ନତି ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

କାଶ୍ମୀର ଓ ଉତ୍ତରାଖଣ୍ଡକୁ ପଛରେ ପକାଇଲେ ଓଡ଼ିଆ ପୁଅ ଶିବପ୍ରସାଦ, ଓଡ଼ିଶା ପାଇଁ ଆଣିଲେ ସୁନାମ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲlଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲଡ଼ ମେଡାଲ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?