ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ ଅନିଶ୍ଚିତତା ଲାଗି ରହିଥିଲା। ତେବେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ସହ ପାଗ ସ୍ବାଭାବିକ ହେବା ପରେ ଘାଟି ରାସ୍ତା ଖୋଲିବା ନେଇ ଆଶା ସଞ୍ଚାର ହୋଇଥିଲା।
ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳର ଅନୁଧ୍ୟାନ ଅନୁଯାୟୀ, ଘାଟିର ପୁରୁଣା ରାସ୍ତା ସେତେଟା କ୍ଷତିଗ୍ରସ୍ତ ହୋଇନାହିଁ। କେବଳ ସମ୍ପ୍ରସାରଣ କରାଯାଉଥିବା ରାସ୍ତାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେଣୁ ପୁରୁଣା ରାସ୍ତାରେ ଯାନବାହନ ଚଳାଚଳ କଲେ ବର୍ତ୍ତମାନ ପାଇଁ କୌଣସି ବିଶେଷ ଅସୁବିଧା ନାହିଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।
ଅନ୍ୟପକ୍ଷରେ ପାଗ ସ୍ବାଭାବିକ ହେବା ପରେ ରାସ୍ତା ଉପରେ ପଡ଼ିଥିବା ବଡ଼ ବଡ଼ ପଥର ଓ ମାଟି ହଟାଇବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଏନେଇ ଶୁକ୍ରବାର ପ୍ରଶାସନ ପକ୍ଷରୁ ଘାଟି ରାସ୍ତା ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଶନିବାରଠାରୁ ପୁଣିଥରେ କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚଳାଚଳ ଆରମ୍ଭ ହୋଇଛି।
Dharitri – Odisha’s No.1 Odia Daily

