ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଙ୍କ ଆପତ୍ତିଜନକ ଫଟୋ ଭିଡ଼ିଓ ଇନଷ୍ଟାଗ୍ରାମ୍ ଜରିଆରେ ହାସଲ କରିବା ପରେ ଟଙ୍କା ପାଇଁ ବ୍ଲାକ ମେଲିଂ କରାଯାଇଥିଲା।ଟଙ୍କା ନଦେବାରୁ ଇନଷ୍ଟାଗ୍ରାମ୍ ରେ ନାବାଳିକା ଙ୍କ ନଗ୍ନ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ସହ ଟଙ୍କା ପାଇଁ ବ୍ଲାକମେଲିଂ ଘଟଣାରେ ସମ୍ପୃକ୍ତ ଯୁବକ ଶୁଭମ୍ ବେହେରା ଙ୍କୁ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି କୃଷ୍ଣମୟୀ ବରାଳ ଶୁକ୍ରବାର ଗିରଫ କରି ବ୍ରହ୍ମପୁର ପୋକସ କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ନାବାଳିକା ଙ୍କୁ ଅଭିଯୁକ୍ତ ଶୁଭମ୍ ଇନଷ୍ଟାଗ୍ରାମ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ନାବାଳିକା ଜଣକ ଇକ୍ୟୁଏଷ୍ଟ ଏସେପ୍ଟ କରିବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ଶୁଭମ୍ ନାବାଳିକା ଙ୍କୁ ଭଲ ପାଉଥିବା ବାହାନା କରି କୌଶଳକ୍ରମେ ମୋବାଇଲ ଇନଷ୍ଟାଗ୍ରାମ୍,ଫେସ୍ ବୁକ୍ ଓ ହୁୱାଟସପ୍ ଜରିଆରେ ତାଙ୍କ ଉଲଗ୍ନ ଫଟୋ ଭିଡିଓ ହାସଲ କରିଥିଲେ।ପରେ ତାଙ୍କୁ ଟଙ୍କା ମାଗିବା ସହ ଧମକ ଦେଇଥିଲେ। ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ର ଶୁଭମ୍ ବେଙ୍ଗାଲୁର ରେ ଶ୍ରମିକ ଭାବେ ଏକ କମ୍ପାନୀରେ କାମ କରୁଥିବା ବେଳେ ନାବାଳିକା ଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଭଲପାଇବା ବାହାନା କରି ତାଙ୍କ ଫଟୋ ଭିଡ଼ିଓ ଉତ୍ତୋଳନ କରିଥିଲେ। ନାବାଳିକା ଙ୍କ ପରିବାର ଲୋକେ ଘଟଣା ଜାଣିବା ପରେ ତାଙ୍କୁ ତାଗିଦ୍ କରିଥିଲେ।ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ଜଣକ ନାବାଳିକା ଙ୍କ ଆପତ୍ତିଜନକ ନଗ୍ନ ଫୋଟ ଭିଡ଼ିଓ ସାମାଜିକ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ରେ ଭାଇରାଲ କରି ଦେଇଥିଲେ।ନାବାଳିକା ଜଣକ ପରିବାର ଲୋକଙ୍କ ସହ ବ୍ରହ୍ମପୁର ସାଇବର ଥାନା କୁ ଯାଇ ସେଗୁଡିକ ଡିଲିଟ କରିବା ପରେ ମଧ୍ୟ ଅଭିଯୁକ୍ତ ଜଣକ ତାଙ୍କ ମୋବାଇଲ ରେ ପୁଣି ଫଟୋ ଭିଡ଼ିଓ ଭାଇରାଲ କରିବା ସହ ତାଙ୍କ ପିଛା ଛାଡି ନଥିଲେ।ପରିବାର ଲୋକେ ଅନ୍ୟ ଉପାୟ ନପାଇ ଗତ ସେପ୍ଟେମ୍ବର ୪ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ଥାନା ମାମଲା ନଂ.୩୭୭/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ନିଜେ ତଦନ୍ତ ଦାୟିତ୍ୱ ନେଇଥିଲେ। ଅଭିଯୁକ୍ତ ମୋବାଇଲ ଫୋନ କୁ ବିକ୍ରି କରିଦେଇଥିବା ବେଳେ ସେ ବ୍ୟବହାର କରୁଥିବା ସିମ୍ କାର୍ଡ କୁ ପୋଲିସ ଜବତ କରିଥିବା ଜଣାପଡ଼ିଛି।

