ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଇଡିର ଚାର୍ଜଶିଟ୍‌

ଭୁବନେଶ୍ୱର,୨୭ା୯(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାର ଆର୍ଥିକ କାରବାର ଦିଗକୁ ନେଇ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ବିରୋଧରେ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌)ରେ ଦ୍ୱିତୀୟ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିସହ ସିଶୋରର ଦୁଇଟି କମ୍ପାନୀ ସିଶୋର୍‌ ସିକ୍ୟୁରିଟି ଲିଃ ଓ ସିଶୋର୍‌ ମଲ୍ଟିପର୍‌ପୋର୍ଜ କୋ-ଅପରେଟିଭ୍‌ ଲିଃର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ପ୍ରଭାତ କୁମାର ଦାଶ ଓ ଅନ୍ୟ ୩ଜଣଙ୍କ ବିରୋଧରେ ମଧ୍ୟ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏନେଇ ଇଡି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସିବିଆଇର ଚାର୍ଜଫ୍ରେମ୍‌ ପରେ ଏବେ ଇଡିର ଚାର୍ଜଶିଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ସିଶୋର କମ୍ପାନୀ ଏକ ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ହୋଇ ମଧ୍ୟ ଲୋକଙ୍କଠାରୁ ବହୁ କୋଟି ଟଙ୍କା ସଂଗ୍ରହ କରି ଠକେଇ କରିଥିଲା। ଏହି ସ୍କାମ୍‌ରେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ୨୦୧୪ରୁ ଏହାର ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଇଓଡବ୍ଲ୍ୟୁର ଏଫ୍‌ଆଇଆର୍‌ ଆଧାରରେ ଇଡି ମଧ୍ୟ ତଦନ୍ତ କରିଥିଲା। ପୂର୍ବରୁ ଇଡି ଏହି ମାମଲାରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ଆଟାଚ୍‌ ମଧ୍ୟ କରିଥିଲା। ତେବେ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୬ରେ ପ୍ରଥମ ଚାର୍ଜଶିଟ୍‌ ଏବଂ ୨୦୧୭ରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି।
ପ୍ରଭାତ ଏହି ଚିଟ୍‌ଫଣ୍ଡ ସ୍କାମ୍‌ରେ ଅଭିଯୁକ୍ତଙ୍କ ସହ ସନ୍ଦେହଜନକ ଜମି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ଏବଂ ସିଶୋର ମୁଖ୍ୟ ପ୍ରଶାନ୍ତଙ୍କ ମଧ୍ୟରେ ଯାଜପୁର ଜିଲା ବେଣୁପୁର ଅଞ୍ଚଳରେ ଏକ ଜମି କାରବାର ଚୁକ୍ତି ହୋଇଥିବାରୁ ସେ ସିବିଆଇ ସ୍କାନରରେ ରହିଥିଲେ। ତାଙ୍କ ନାମରେ ଥିବା ଉକ୍ତ ଜମି ସିଶୋର ଗ୍ରୁପ୍‌କୁ ୨୮ ଲକ୍ଷରେ ବିକ୍ରି ପାଇଁ ୨୦୧୧ରେ ଡିଲ୍‌ ହୋଇଥିଲା। ୨୦୧୨ରେ ଜମି ବାବଦକୁ ପ୍ରଭାତ ଅଗ୍ରୀମ ୨୫ ଲକ୍ଷ ଟଙ୍କା ଆଣିବା ପରେ କୌଣସି କାରଣ ପାଇଁ ଉକ୍ତ ଜମି ବିକ୍ରି ହୋଇପାରି ନ ଥିଲା। ତେଣୁ ଉକ୍ତ ଟଙ୍କା ସିଶୋର ମୁଖ୍ୟଙ୍କୁ ଫେରାଇ ଦିଆଯାଇଥିବା ପ୍ରଭାତ କହିଥିଲେ। ହେଲେ ଉକ୍ତ ଟଙ୍କା ଫେରସ୍ତ ହୋଇ ନ ଥିବା ସିବିଆଇ ପ୍ରମାଣ ପାଇବା ପରେ ପ୍ରଭାତଙ୍କୁ ଏକାଧିକ ଥର ଜେରା କରିଥିଲା। ପରେ ୨୦୧୭ ସେପ୍ଟେମ୍ବର ୧୯ରେ ସିବିଆଇ ପ୍ରଭାତଙ୍କୁ ଗିରଫ କରି ଜେଲ ପଠାଇଥିଲା। ୨୦୧୮ ଜୁନ ୨୬ରେ ପ୍ରଭାତ ଜାମିନରେ ମୁକୁଳିଥିଲେ। ସେପଟେ ତଦନ୍ତବେଳେ ଇଡି ପକ୍ଷରୁ ପ୍ରଭାତଙ୍କ କଟକ ଏସ୍‌ବିଆଇ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍‌ କରାଯାଇଥିବା ଗତବର୍ଷ ଜୁଲାଇରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ୯ବର୍ଷ ପରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଶନିବାର ପ୍ରଭାତ ଏବଂ ତାଙ୍କ ସ୍ତ୍ରୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିବାବେଳେ ମାମଲାର ଶୁଣାଣି ଆସନ୍ତା ନଭେମ୍ବରରେ ଆରମ୍ଭ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?