ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭ ପ୍ରକାରର ବିନ୍ସ ଉପତ୍ାଦନ କରୁଛନ୍ତି। ପୁରୁଣା ପ୍ରଜାତିର ଶସ୍ୟ ସଂରକ୍ଷଣ କରିବା ଲକ୍ଷ୍ୟରେ ସେ ଏହି ଚାଷ ଜାରି ରଖିଛନ୍ତି। ୨୦୧୬ରୁ ନାରାୟଣନ୍‌ ଚାଷ ଆରମ୍ଭ କରିଥିଲେ। ଓ୍ବାୟନାଡାସ୍ଥିତ ଏମ୍‌. ଏସ୍‌. ସ୍ବାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେଶନସ୍‌ କମ୍ୟୁନିଟି ଆଗ୍ରୋବାୟୋଡାଇଭର୍ସିଟି ସେଣ୍ଟରରୁ ୨୭ ପ୍ରକାର ବିନ୍ସ ବିହନ ଆଣି ପ୍ରଥମେ ୭ ଏକର ଜମିରେ ଚାଷ କରିଥିଲେ। ଏହାପରେ ସେ ରାଜସ୍ଥାନ ଏବଂ ଆସାମର ଚାଷୀମାନଙ୍କଠାରୁ ଅବଶିଷ୍ଟ ବିନ୍ସର ବିହନ ସଂଗ୍ରହ କରିଛନ୍ତି। ନାରାୟଣନ୍‌ଙ୍କ ମା’ ଓ ତାଙ୍କ ସ୍ତ୍ରୀ ତାଙ୍କୁ କୃଷିରେ ସହଯୋଗ କରୁଛନ୍ତି। ସେ ସକାଳ ୫ଟାରୁ ୭ଟା ଯାଏ କ୍ଷେତରେ କାମ କରି ତା’ପରେ ଅଫିସ ବାହାରିଯାଆନ୍ତି। ପୁଣି ଅପରାହ୍ନ ୪ଟାରେ ଫେରି ତାଙ୍କ ମା’ଙ୍କ ସହ କାର୍ଯ୍ୟରେ ଯୋଗଦିଅନ୍ତି। ବିନ୍ସରୁ ସେ ମାସକୁ ୩୫,୦୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ସ୍ଥାନୀୟ ଚାଷୀମାନଙ୍କୁ ସେ ବିନ୍ସ ବିହନ ବି ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଅଞ୍ଚଳରେ ପ୍ରାୟ ୧୧୦ ଜଣ ମହିଳାଙ୍କୁ କିଚେନ ଗାର୍ଡେନରେ ପରିବା ଉପତ୍ାଦନ କରିବା ଲାଗି ଉତ୍ସାହିତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri