ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ଇଡିର ଜେରା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ଚେର କେଉଁଆଡ଼େ ଲମ୍ବିଛି ତାହାର ଖୋଳତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକ ପରେ ଜଣଙ୍କୁ ଜେରା କରି ତଥ୍ୟ ହାସଲ କରୁଛି ଇଡି। ଏହାରି ଭିତରେ ମଙ୍ଗଳବାର ଅର୍ଚ୍ଚନା ରହୁଥିବା ଘର ମାଲିକ ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ଇଡି ଜେରା କରିଛି। ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୭ରେ ଅର୍ଚ୍ଚନା ଓ ପ୍ରମୋଦଙ୍କ ମଧ୍ୟରେ ଘଟିଥିବା କିଛି ରୋଚକ ଘଟଣାକୁ ନେଇ ଇଡି ପଚରାଉଚରା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅର୍ଚ୍ଚନା ଭୁବନେଶ୍ୱର ଆସିବା ପରେ ୨୦୧୬ରୁ ପ୍ରାୟ ୧୧ ମାସ ଧରି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପ୍ରମୋଦଙ୍କ ଘରେ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଭଡ଼ାରେ ରହୁଥିଲେ। ଏପରିକି ଉପର ମହଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ରହୁଥିଲେ। ସେତେବେଳେ ୯ ହଜାର ଟଙ୍କା ମାସିକ ଭଡ଼ା ଥିଲା। ୨ ମାସ ଟଙ୍କା ଦେବା ପରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଭଡ଼ା ଟଙ୍କା ଦେବା ବନ୍ଦ କରିଦେଇଥିଲେ। ଘର ଛାଡ଼ିବାକୁ କହିବାରୁ ଅର୍ଚ୍ଚନା ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଭଡ଼ା ଟଙ୍କା ନ ଦେବାରୁ ୨୦୧୭ ସେପ୍ଟେମ୍ବରରେ ପ୍ରମୋଦ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାର ୨ମାସ ପରେ ପ୍ରମୋଦଙ୍କ ନାମରେ ଅର୍ଚ୍ଚନା ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଅର୍ଚ୍ଚନା ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ, ହିରୋଇନ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରମୋଦ ତାଙ୍କର ଅଶ୍ଳୀଳ ଫଟୋ ଉଠାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏପରିକି ସେ ଗର୍ଭବତୀ ଥିବା ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଅନ୍ୟପକ୍ଷରେ ଏହି ଅଭିଯୋଗ ପରେ ଉଭୟଙ୍କ ମଧ୍ୟରେ ମାମଲାର ରଫାଦଫା ହୋଇଥିଲା ବୋଲି କୁହାଯାଉଛି। ଏହା ପଛରେ ବଡ଼ ଡିଲ୍‌ ହୋଇଥିବା ଇଡି ସନ୍ଦେହ କରିଛି।
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରମୋଦ ନୟାପଲ୍ଲୀସ୍ଥିତ ଇଡିର ଆଞ୍ଚଳିକ କାର୍ଯ୍ୟାଳୟରେ ହାଜର ହେବା ସମୟରେ ଗଣମାଧ୍ୟମକୁ କହିଥିଲେ, ଅର୍ଚ୍ଚନା ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ଜେରା ପରେ ବାହାରିବା ପରେ ସବୁ କହିବି ବୋଲି କହିଥିଲେ। ତେବେ ଇଡି ତାଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିବା ସୂଚନା ମିଳିଛି। ଅର୍ଚ୍ଚନା କେତେ ଟଙ୍କା ଭଡ଼ା ଦେଉଥିଲେ, କିଏ କିଏ ତାଙ୍କ ଘରକୁ ଆସୁଥିଲେ, କି ପରିଚୟ ଦେଉଥିଲେ, ୫ ବର୍ଷ ତଳର ମାମଲାକୁ ନେଇ ଟଙ୍କା ଡିଲ୍‌ ହୋଇଥିଲା କି ଏପରି ବିଭିନ୍ନ ଦିଗକୁ ନେଇ ପ୍ରମୋଦଙ୍କୁ ଇଡି ପଚରାଉଚରା କରି ତଥ୍ୟ ପାଇଛି। ଅନ୍ୟପଟେ ଜେଲରେ ଦିନ କାଟୁଥିବା ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁ ବୁଧବାର କୋର୍ଟରେ ହାଜର ହେବେ। ଏହାପରେ ଉଭୟଙ୍କୁ ଅଧିକ ପଚରାଉଚରା ଲାଗି ଇଡି ରିମାଣ୍ଡରେ ଆଣିବ। ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣିବା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ଥରେ ଡାକି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରିଛି। ଏପରିକି ଶ୍ରଦ୍ଧାଞ୍ଜଳି ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଡକାଇ ନାଗ-ଚାନ୍ଦ ଦମ୍ପତିଙ୍କ ସହ ଇଡି ଚତୁଃମୁଖୀ ଜେରା କରିପାରେ ବୋଲି କୁହାଯାଉଛି। ତେବେ ଅର୍ଚ୍ଚନା ରିମାଣ୍ଡରେ ଆସିବା ପରେ କିଛି ବଡ଼ବଡ଼ିଆ ଜେରା ହେବାକୁ ଆସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri