କାଓନୋମିକ୍ସ ଟେକ୍ନୋଲୋଜିରେ ପୁନରୁଦ୍ଧାର ହେବ ଜଳାଶୟ

କଟକ ଅଫିସ,୨୮ା୪: କଟକ ସହରରେ ଅଧିକାଂଶ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ମଶାବଂଶ ବୃଦ୍ଧି ପାଉଛି। ଫଳରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏକ ଅଭିନବ ଉପାୟରେ ଜଳାଶୟଗୁଡିକୁ ବିଶୋଧନ କରି ବ୍ୟବହାର ଉପଯୋଗୀ ପାଇଁ ଯୋଜନା କରାଯାଇଛି। ଏନେଇ ଆଧୁନିକ ବିଶୋଧନ ପ୍ରକ୍ରିୟା କାଓନୋମିକ୍ସ ଟେକ୍ନୋଲୋଜି ବ୍ୟବହାର କରାଯିବ। ଏହା ଏକ ଆୟୁର୍ବେଦ ପଦ୍ଧତି। ଏହି ପଦ୍ଧତି ମାଧ୍ୟମରେ ସ୍ବତନ୍ତ୍ର ଜ୍ଞାନକୌଶଳ ଉପଯୋଗ କରାଯାଇ ଜଳାଶୟଗୁଡିକର ପାଣି ସ୍ବଚ୍ଛ କରାଯିବ। ଏହାଦ୍ୱାରା ମଶାବଂଶ ଲୋପ ପାଇବ।
ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜଳାଶୟକୁ ସାମିଲ କରାଯାଇଥିବା ସିଏମ୍‌ସି ମେୟର ସୁବାସ ସିଂ ସୂଚନା ଦେଇଛନ୍ତି। ସେଗୁଡିକ ହେଲେ ବିଡାନାସୀ ଡିସ୍‌ପେନ୍‌ସରୀ ପଛପଟରେ ଥିବା ବାଈମୁଣ୍ଡି ନଗର ଜଳାଶୟ, ରାଉଳପଡାର ପାତ୍ର ପୋଖରୀ, ସୂତାହାଟ ଚର୍ଚ୍ଚ ସମ୍ମୁଖ ପୋଖରୀ, କାଫଲା ଫାଣ୍ଡିସ୍ଥିତ ରେବା କଲୋନୀ ପୋଖରୀ, ସିଦ୍ଧେଶ୍ୱର ସାହି ମହାଦେବ ପୋଖରୀ, ବକ୍ସିବଜାର ବଢେଇସାହି ପୋଖରୀ, ଗଣ୍ଡରପୁରସ୍ଥିତ କୋରା ପୋଖରୀ, ଚାଉଳିଆଗଞ୍ଜ ମଠସାହି ପୋଖରୀ ଓ ଚାନ୍ଦିନୀଚୌକ୍‌ର ହାଡଗଡିଆ ପୋଖରୀ। ଏହି ପରିପ୍ରେକ୍ଷୀରେ ଗୁରୁବାର ମେୟର ସିଂ, କମିଶନର ନିଖିଲ ପୱନ କଲ୍ୟାଣ, ଡେପୁଟି ମେୟର ଦମୟନ୍ତୀ ମାଝି ପ୍ରମୁଖ ବ୍ୟାପ୍‌ଟିଷ୍ଟ ଚର୍ଚ୍ଚ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀ ପରିଦର୍ଶନ କରିବା ସହ ତୁରନ୍ତ ବିଶୋଧନ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏ ନେଇ ସେମାନେ ଚର୍ଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
ପ୍ରକାଶଥାଉ କି, କାଓନୋମିକ୍ସ ପଦ୍ଧତିରେ ଆୟୁର୍ବେଦୀୟ ସାମଗ୍ରୀଗୁଡିକୁ ଉପଯୋଗ କରାଯିବ। ଏହାଦ୍ୱାରା ଜଳାଶୟରେ କୌଣସି ରାସାୟନିକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବ ନାହିଁ। ଫଳରେ ସହଜରେ ଜଳାଶୟଗୁଡିକୁ ସ୍ବଚ୍ଛ ଓ ଗାଧୋଇବା ଉପଯୋଗୀ କରାଯାଇପାରିବ। ଏହି ଜ୍ଞାନକୌଶଳ ଉପଯୋଗ ଦ୍ୱାରା ମଶାବଂଶ ଲୋପ ପାଇବା ସହ ସେଠାରେ ଦଳ ଜନ୍ମ ହେବ ନାହିଁ। ଜଳାଶୟରେ ସୃଷ୍ଟି ହୋଇଥିବା ଶିଉଳି ନଷ୍ଟ ହୋଇ ଜୀବାଣୁ ମୁକ୍ତ ହେବ। ଦାୟିତ୍ୱ ନେଇଥିବା ସଂସ୍ଥା ମହାରାଷ୍ଟ୍ରର ବ୍ରିଥ୍‌ଗ୍ରୀନ ୧ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?