୬ ସ୍ଥାନରେ ଇକୋ ରିଟ୍ରିଟ୍‌ ଆରମ୍ଭ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଇକୋ ରିଟ୍ରିଟ୍‌ ଏକ ବେଞ୍ଚ୍‌ମାର୍କ ସ୍ଥାପନ କରିବ। ପର୍ଯ୍ୟଟକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ତଥା ଚମତ୍କାର ଅନୁଭୂତି ପ୍ରଦାନ କରିବ। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ସର୍ବୋତ୍ତମତାକୁ ଆବିଷ୍କାର କରିବା ପାଇଁ ପର୍ଯ୍ୟଟକଙ୍କ ଲାଗି ଏହା ଏକ ଗେଟ୍‌ୱେ ଭାବେ କାର୍ଯ୍ୟ କରିବ। ଓଡିଶା ଏବେ ଭାରତର ଏକ ଅଗ୍ରଣୀ ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ସ୍ପଟ୍‌ଲାଇଟ୍‌ରେ ରହିଛି ବୋଲି ଗୁରୁବାର ଓଡ଼ିଶା ପର୍ଯ୍ୟଟନର ଶ୍ରେଷ୍ଠ ୩ଟି ଫ୍ଲାଗ୍‌ଶିପ୍‌ ଇଭେଣ୍ଟକୁ ଭର୍ଚ୍ଚୁଆଲରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ପ୍ରଥମେ କୋରାପୁଟ ଜିଲାର ପୁତସିଲ୍‌, ଗଞ୍ଜାମ ଜିଲାର ସୋନାପୁର, କଟକ ଜିଲାର ସାତକୋଶିଆ, କେନ୍ଦ୍ରାପଡ଼ା ଜିଲାର ଭିତରକନିକା, ସମ୍ବଲପୁର ଜିଲାର ହୀରାକୁଦ ଓ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ପରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱାଦଶ ସଂସ୍କରଣ ଓ ସନ୍ଧ୍ୟାରେ କୋଣାର୍କ ମହୋତ୍ସବର ୩୩ତମ ସଂସ୍କରଣକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓଡ଼ିଶାର ଶ୍ରେଷ୍ଠ ପର୍ଯ୍ୟଟନ ପ୍ରୟାସର ସଫଳତା କାମନା କରିଥିଲେ।
ସେ କହିଲେ, ପର୍ଯ୍ୟଟନ କ୍ଷେତ୍ରରେ ଏହି ସ୍ବତନ୍ତ୍ର ପ୍ରୟାସର ଆକାର ଓ ବ୍ୟାପକତାକୁ ପ୍ରତି ବର୍ଷ ବୃଦ୍ଧି କରାଯାଉଛି। ଇକୋ ରିଟ୍ରିଟ୍‌ ମାଧ୍ୟମରେ ଓଡ଼ିଶାର ସ୍ଥାୟୀ ଇକୋ ଟୁରିଜମ୍‌କୁ ପ୍ରୋତ୍ସାହିତ କରାଯିବା ଉଲ୍ଲେଖନୀୟ ପଦକ୍ଷେପ। କ୍ରମାଗତ ଭାବରେ ସଫଳତାର ସହିତ ତିନୋଟି ସଂସ୍କରଣର ଆୟୋଜନ କରିବା ପରେ ଓଡିଶା ସରକାରଙ୍କ ଫ୍ଲାଗସିପ୍‌ ଇକୋ ରିଟ୍ରିଟ ଏହାର ପରିବେଶ ନିରନ୍ତର ମଡେଲ ପାଇଁ ପର୍ଯ୍ୟଟନ ତଥା ପର୍ଯ୍ୟଟନ ଭ୍ରାତୃଭାବ ଦ୍ୱାରା ବହୁ ପ୍ରଶଂସା କରାଯାଇଛି। ଚଳିତ ବର୍ଷ ଇକୋ ରିଟ୍ରିଟ ପର୍ଯ୍ୟଟକଙ୍କ ପାଇଁ ଓଡିଶାର ପର୍ଯ୍ୟଟନ ତଥା ଆତିଥ୍ୟର ସର୍ବୋତ୍ତମ ସ୍ଥାନ ଅନୁସନ୍ଧାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ପର୍ଯ୍ୟଟନ ଋତୁରେ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌କୁ ପରିଚାଳନା କରାଯାଉଥିବାବେଳେ କୋଣାର୍କ ଇକୋ ରିଟ୍ରିଟ୍‌ ଆସନ୍ତା ୮ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହା ୩ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ। ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥି ପର୍ଯ୍ୟଟକଙ୍କୁ ପ୍ରକୃତିର ନିକଟସ୍ଥ ଗନ୍ତବ୍ୟସ୍ଥଳୀ, ସଂସ୍କୃତି, ଐତିହାସିକ ଓ ସ୍ଥାପତ୍ୟଗୁଡିକୁ ଭ୍ରମଣ ପାଇଁ ମାର୍ଗଦର୍ଶନ ଦିଆଯିବ। ଏଥିସହିତ ଆଡ୍ରେନାଲାଇନ୍‌-ଇଣ୍ଡ୍ୟୁସିଙ୍ଗ୍‌ ୱାଟର ସ୍ପୋର୍ଟସ୍‌, ଏଟିଭି ରାଇଡ୍‌, ବିଚ୍‌ ଭଲିବଲ, ଆର୍‌ଚେରୀ ଆଦିର ସୁବିଧା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri