ଭୂକମ୍ପ ଯୋଗୁ ଶେଷ ହେଲା ଆର୍ମେନିଆ-ତୁର୍କୀ ଶତ୍ରୁତା: ୩୦ ବର୍ଷ ପରେ ଖୋଲିଲା ସୀମା…

ଆଙ୍କରା/ୟେରେଭାନ,୧୨।୨ : ସମ୍ପ୍ରତି ତୁର୍କୀ ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶ ଦେଇ ଗତି କରୁଛି। ଗତ ସୋମବାର ଏଠାରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସହର ଧ୍ୱଂସ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ଚାଲିଛି।

ତୁର୍କୀ ସହିତ ଅନେକ ଦେଶର ଶତ୍ରୁତାରେ ଏବେ ନୂଆ ବନ୍ଧୁତାର ଅଧ୍ୟାୟ ଆରମ୍ଭ ହୋଇଛି। ଭୂକମ୍ପ ଯୋଗୁ ଏହା ସମ୍ଭବ ହୋଇ ପାରିଛି। ଅନେକ ଦେଶ ଅଛନ୍ତି ଯେଉଁମାନଙ୍କୀ ତୁର୍କୀ ସହିତ ଭଲ ସମ୍ପର୍କ ନ ଥିଲା। ତେବେ ମଧ୍ୟ ମାନବିକ ସହାୟତା ପାଇଁ ସେମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି।

ଆର୍ମେନିଆ ମଧ୍ୟ ଏହିପରି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ଭୂକମ୍ପ ସହାୟତା ଯୋଗୁ ଆର୍ମେନିଆ ଏବଂ ତୁର୍କୀ ମଧ୍ୟରେ ଥିବା ସୀମା ଫାଟକ ପ୍ରାୟ ୩୦ ବର୍ଷ ପରେ ଖୋଲା ଯାଇଛି। ଆର୍ମେନିଆରୁ ମାନବିକ ସହାୟତା ନେଇ ଟ୍ରକ ଗୁଡ଼ିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ ମୁହାଁ ହୋଇଛି।

ତୁର୍କୀ ନ୍ୟୁଜ ଏଜେନ୍ସି ଆନାଡୋଲୁଙ୍କ ରିପୋର୍ଟ ଅନୁଯାୟୀ, ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦୁଇ ଦେଶ ନିଜର ସୀମା ଖୋଲିଛନ୍ତି।

ତୁର୍କୀର ସ୍ବତନ୍ତ୍ର ଦୂତ ସେରଦାର କିଲିକ ଟୁଇଟ କରି କହିଛନ୍ତି ଯେ ୧୦୦ ଟନ ଖାଦ୍ୟ, ପାନୀୟ,ସମେତ ମାନବିକ ସହାୟତା ନେଇ ପାଞ୍ଚଟି ଟ୍ରକ ଆଲିକନ ସୀମାରୁ ତୁର୍କୀରେ ପହଞ୍ଚିଛି। ଏହି ସମୟରେ ଆର୍ମେନିଆର ନ୍ୟାଶନାଲ ଆସେମ୍ବଲିର ଡେପୁଟି ସ୍ପିକର ରୁବେନ ରୁବିନିଆନ ମଧ୍ୟ କହିଛନ୍ତି ଯେ ମାନବିକ ସହାୟତା ଟ୍ରକ ଆର୍ମେନିଆ-ତୁର୍କୀ ସୀମା ପାର କରି ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଯାଉଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଆର୍ମେନିଆ ଏବଂ ତୁର୍କୀ ଆଜେରବାଇଜାନ ମଧ୍ୟରେ ହୋଇଥିବା ଜାତିଗତ ବିବାଦ ପରେ ୧୯୯୩ମସିହାରୁ ଦୁଇ ଦେଶ ମଧ୍ୟରେ ସୀମା ବନ୍ଦ ରହିଥିଲା। କୁହାଯାଇଛି ଯେ ୧୯୯୦ ଦଶକ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। ଆର୍ମେନୀୟମାନେ କହିଛନ୍ତି ଯେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅଟୋମନ ସାମ୍ରାଜ୍ୟରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆର୍ମେନିଆ ଏହାକୁ ଏକ ନରସଂହାର ବୋଲି ବିବେଚନା କରେ। କୁହାଯାଏ ଯେ ଏହି ସମୟ ମଧ୍ୟରେ ପ୍ରାୟ ତିନି ଲକ୍ଷ ଆର୍ମେନୀୟଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବବୃହତ ସେତୁ ଉଦ୍‌ଘାଟିତ

ଇସ୍ତାନବୁଲ,୧୯।୩: ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ’ ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦ୍‌ଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ଗେଲିବୋଲୁ...

ଇଦ୍‌ ପରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ୍‌

ଇସଲାମାବାଦ,୧୧ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଇଦ୍‌ ପରେ ଆସନ୍ତା ମାସରେ ପାକିସ୍ତାନକୁ ଫେରିପାରନ୍ତି। ଏହି ସୂଚନା ପିଏମ୍‌ଏଲ୍‌-ଏନ୍‌ର ଜଣେ ବରିଷ୍ଠ ନେତା ପ୍ରଦାନ...

ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି...

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ...

ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼

ବାଗଦାଦ,୧୫ା୩(ଏଏଫ୍‌ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍‌ର ଉତ୍ତର ପାର୍ଶ୍ୱରେ ଥିବା ଏହି...

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ...

୩ ହଜାର ୬ ଶହ ବର୍ଷ ତଳେ ବ୍ୟବହୃତ ହେଉଥିଲା ସିଙ୍ଗଲ୍‌ ୟୁଜଡ୍‌ ମାଟିପାତ୍ର: କରାଯାଉଥିଲା ମଦ୍ୟପାନ

ଲଣ୍ଡନ,୧୭।୧୨: ଲଣ୍ଡନ ମ୍ୟୁଜିୟମ୍‌ରେ ୩ ହଜାର ୬ ଶହ ବର୍ଷ ପୁରୁଣା ଏକ ଅଧାଭଙ୍ଗା ମାଟିପାତ୍ର ରହିଛି। ଏହା ଖ୍ରୀଷ୍ଟପୂର୍ବ ୨୭୦୦ରୁ ୧୪୫୦ ମଧ୍ୟରେ ନିର୍ମାଣ...

ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩...

Advertisement
Archives

Model This Week