ଭୂକମ୍ପ ମୃତ୍ୟୁ ୩୭ ହଜାର ଟପିଲା

ଆଡିୟାମାନ (ତୁର୍କୀ),୧୪।୨ : ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପକୁ ୧୭୪ ଘଣ୍ଟାରୁ ଅଧିକ ସମୟ ବିତିଥିବାବେଳେ ଏବେ ବି ଭଗ୍ନାବଶେଷ ତଳୁ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି। ଇତିମଧ୍ୟରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। କେବଳ ତୁର୍କୀରେ ମୃତ୍ୟୁସଂଖ୍ୟା ୩୧,୬୪୩ରେ ପହଞ୍ଚିବାବେଳେ ସିରିଆରେ ୫,୭୧୪ ଜଣଙ୍କ ଜୀବନ ଯାଇଛି। ଭଗ୍ନାବଶେଷ ତଳୁ ଅଧିକ ମୃତଦେହ ମିଳୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି। ଭୂକମ୍ପରୁ ବର୍ତ୍ତିଯାଇଥିବା ଲୋକମାନେ ଶୂନ ଡିଗ୍ରୀ ତାପମାତ୍ରାରେ ଏବେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଭୂକମ୍ପ ବିପର୍ଯ୍ୟୟ ଅଞ୍ଚଳରୁ ବିପନ୍ନମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସେମାନଙ୍କ ନିଖୋଜ ଆତ୍ମୀୟଙ୍କୁ ଫେରିପାଇବା ଆଶାରେ ଭଙ୍ଗା ଘରେ ଅପେକ୍ଷା କରି ରହିଛନ୍ତି। ପ୍ରଥମ ଭୂକମ୍ପର ୧୭୪ ଘଣ୍ଟା ପରେ ସୋମବାର ଉଦ୍ଧାରକାରୀମାନେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଗାଜିଆଣ୍ଟେପ୍‌ ପ୍ରଦେଶର ଏକ ୫ ମହଲା ବିଲ୍ଡିଂର ଭଗ୍ନାବଶେଷ ତଳୁ ବାହାର କରିଛନ୍ତି। ସେହିପରି ଅନ୍ୟ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଆଦିୟାମେନ୍‌ ପ୍ରଦେଶରୁ ଉଦ୍ଧାର କରାଯାଇଛି। ସିରିଆକୁ ବିଶେଷ ସହାୟତା ମିଳୁ ନ ଥିବାବେଳେ ସେଠାର ବିପନ୍ନମାନେ ରିଲିଫ ପାଇବା ପାଇଁ ସଂଘର୍ଷ ଚଳାଇଛନ୍ତି।
ଭୂକମ୍ପର ସପ୍ତାହେ ପରେ ମଧ୍ୟ ଅନେକ ବାସହରା ଲୋକେ ରାସ୍ତାରେ ପଡ଼ିରହିଛନ୍ତି। କେତେଜଣ ସେମାନଙ୍କ ଆତ୍ମୀୟମାନଙ୍କୁ ଫେରିପାଇବା ଲାଗି ଭୁଶୁଡ଼ି ପଡ଼ିଥିବା ଘର ଆଗରେ ଅପେକ୍ଷା କରି ରହିଛନ୍ତି। ଭୂକମ୍ପ କେନ୍ଦ୍ରସ୍ଥଳଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ମାଲାତ୍ୟା ପ୍ରଦେଶର ପୋଲାଟ ଗ୍ରାମରେ ଗୋଟିଏ ବି ଘର ବର୍ତ୍ତିନାହିଁ। ସ୍ଥାନୀୟ ଲୋକେ ଭଙ୍ଗା ଘର ମଧ୍ୟରୁ ରେଫ୍ରିଜରେଟର, ଓ୍ବାଶିଂ ମେଶିନ୍‌ ଆଦି ଆସବାବପତ୍ର ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଯଥେଷ୍ଟ ଟେଣ୍ଟ ଯୋଗାଇ ଦିଆଯାଇ ନ ଥିବାରୁ ଗୋଟିଏ ଗୋଟିଏ ଟେଣ୍ଟରେ ୩ରୁ ୪ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ଆକ୍ରମଣ କରି ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ପୁଟିନ୍‌

ମସ୍କୋ,୨୫।୨: ୟୁକ୍ରେନ ଉପରେ ଆକ୍ରମଣ କରି ଏବେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ରୁଷିଆ ରାଜଧାନୀ ମସ୍କୋ ସମେତ ଦେଶର...

ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ଆଲଡ୍ରିନ ୯୩ତମ ଜନ୍ମ ଦିନରେ କଲେ ବିବାହ…

ଓ୍ବାଶିଂଟନ,୨୧।୧ : ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ବଜ ଆଲଡ୍ରିନ ତାଙ୍କର ୯୩ ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି।...

ଭୋକରେ ମରୁଛନ୍ତି ୪ ସେକେଣ୍ଡରେ ଜଣେ

ନ୍ୟୁୟର୍କ,୨୧ା୯: ବିଶ୍ୱରେ ଖାଦ୍ୟ ସଙ୍କଟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଖାଦ୍ୟ ଅଭାବରୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି। ଏ ନେଇ ୨୦୦ରୁ...

୩ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ନାଇରୋବି, ୧୦ା୧୨: କରୋନା ଯୋଗୁ ବିଶ୍ୱବ୍ୟାପୀ ଲକଡାଉନ ପ୍ରଭାବରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ମାତ୍ରା ହ୍ରାସ ପାଇଥିଲେ ହେଁ ଏବେ ଏହାର ସ୍ତର ବଢ଼ୁଛି। ଚଳିତ...

ତାମିଲଙ୍କ ସମର୍ଥନ ପାଇଁ ଆହ୍ବାନ କଲେ ରାଷ୍ଟ୍ରପତି ବିକ୍ରମସିଂଘେ: ଭାରତ ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତ…

କଲମ୍ବୋ,୧୧।୨ : ଶ୍ରୀଲଙ୍କାରେ ଜାତିଗତ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶନିବାର କହିଛନ୍ତି। ସଂଘର୍ଷ ପ୍ରଭାବିତ ଉତ୍ତର...

ପ୍ରଚାର ପାଇଁ ଟ୍ରମ୍ପ୍‌ ପାଖରେ ଟଙ୍କା ଅଭାବ

ଓ୍ବାଶିଂଟନ, ୯।୯: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କାର ଅଭାବ...

ଆମେରିକା ଦୂତାବାସ ନିକଟରେ ୨ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨।୩: ଇରାକର ବାଗଦାଦ୍‌ଠାରେ ଥିବା ଆମେରିକା ଦୂତାବାସ ନିକଟସ୍ଥ ଗ୍ରୀନ୍‌ ଜୋନ୍‌ରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ହେବାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା...

ମାଲିକଙ୍କୁ ଖାଇଗଲେ କୁକୁର

ଡଲାସ, ୧୨।୭:ଟେକ୍ସାସ୍‌ର ୫୭ ବର୍ଷୀୟ ଫ୍ରେଡି ମାକ୍‌ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍‌ ନିଖୋଜ ଥିଲେ। ଡିଏନ୍‌ଏ ପରୀକ୍ଷାରୁ ତାଙ୍କୁ...

Advertisement
Archives

Model This Week