Posted inଜାତୀୟ

ଆଗୁଆ ନିର୍ବାଚନ ସଙ୍କେତ

ନୂଆଦିଲ୍ଲୀ,୨ା୯: ଭାରତରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯାଇପାରିବ କି ନାହିଁ ସେନେଇ ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଉକ୍ତ ପ୍ୟାନେଲର ମୁଖ୍ୟ ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଯୁକ୍ତ କରାଯାଇଛି। ଜାତୀୟ ସ୍ତରରେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ କରାଯିବା ପ୍ରସ୍ତାବକୁ ନେଇ ବିତର୍କ ଜାରି ରହିଥିବାବେଳେ ଏହାକୁ ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅଚାନକ ସଂସଦର ଅଧିବେଶନ ଡାକି କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଢ଼ାଯିବା ପରେ ରାଜନୈତିକ ମହଲରେ ଉଷ୍ମତା ବୃଦ୍ଧି ପାଇଛି।
କେନ୍ଦ୍ର ସରକାର ଗୁରୁବାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। କିନ୍ତୁ କ’ଣ ପାଇଁ ହଠାତ୍‌ ଏହି ଅଧିବେଶନ କରାଯାଇଛି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ଏହାର ଦିନକ ପରେ ଆଉ ଏକ ବିସ୍ମୟକର ନିଷ୍ପତ୍ତି ନେଇଛନ୍ତି। ତାହା ହେଲା, ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ’ ବିଲ୍‌କୁ ଏହି ଅଧିବେଶନ ବେଳେ ଆଗତ କରାଯିବ। ତେବେ ସରକାରଙ୍କ ପକ୍ଷରୁ ଏନେଇ କେହି ସ୍ପଷ୍ଟ କରିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଅବସରରେ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ନିର୍ବାଚନ ପରିଚାଳନାଗତ ଖର୍ଚ୍ଚ ଓ ପ୍ରଶାସନିକ ବୋଝ ହ୍ରାସ ଦିଗରେ ଏହା ବେଶ୍‌ ସହାୟକ ହେବ ବୋଲି ମୋଦି କହିଆସିଛନ୍ତି। ଭାଜପା ମଧ୍ୟ ୨୦୧୪ ଲୋକ ସଭା ନିର୍ବାଚନ ବେଳେ ନିଜ ଇସ୍ତାହାରରେ ଏହାକୁ ସ୍ଥାନିତ କରିଥିଲା। ୨୦୧୭ରେ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହି ମିଶନକୁ ସମର୍ଥନ ଜଣାଇ ମତ ଦେଇଥିଲେ। ୨୦୧୮ରେ ତତ୍କାଳୀନ ରାଷ୍ଟ୍ରପତି କୋବିନ୍ଦ ପାର୍ଲାମେଣ୍ଟକୁ ସମ୍ବୋଧିତ କରି କହିଥିଲେ, ବାରମ୍ବାର ନିର୍ବାଚନ କରାଯିବା ଦ୍ୱାରା ମାନବ ସମ୍ବଳ ଉପରେ ବିପୁଳ ଚାପ ସୃଷ୍ଟି ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁ ଅନେକ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ଦେଶ ସ୍ବାଧୀନ ହେବା ପରଠୁ ୧୯୬୭ ପର୍ଯ୍ୟନ୍ତ ପ୍ରଥମେ କିଛି ପର୍ଯ୍ୟାୟ ଧରି ଏକକାଳୀନ ଲୋକ ସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଗକୁ ଅନୁରୂପ ଭାବେ ଲୋକ ସଭା ଓ ବିଧାନସଭା ନିର୍ବାଚନ କରାଇବା କେତେ ସମ୍ଭବ ହେବ, ଏଥିପାଇଁ କ’ଣ ସବୁ ଆବଶ୍ୟକ ହେବ ସେନେଇ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଅନୁଧ୍ୟାନ କରିବେ। ବିଶେଷଜ୍ଞ ଏବଂ ବିଭିନ୍ନ ଦଳର ନେତାମାନଙ୍କ ସହ ମଧ୍ୟ ସେ ବିଚାରବିମର୍ଶ କରିପାରନ୍ତି। ଇତିମଧ୍ୟରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା କୋବିନ୍ଦଙ୍କୁ ଭେଟି ଏହା ଉପରେ ଆଲୋଚନା କରିଛନ୍ତି।

ସମ୍ବିଧାନ ସଂଶୋଧନ ଜରୁରୀ

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ’ ନୀତି ବା ଦେଶବ୍ୟାପୀ ଏକକାଳୀନ ନିର୍ବାଚନ କରାଇବା ସମ୍ପର୍କିତ ବିଲ୍‌ ଆଗତ ହୋଇପାରେ। ତେବେ ଏଥିପାଇଁ ସମ୍ବିଧାନରେ ଅନୂ୍ୟନ ୫ଟି ସଂଶୋଧନ ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଗୁଡ଼ିକ ହେଲା:
୧. ଅନୁଚ୍ଛେଦ ୮୩(୨): ଲୋକ ସଭାର ଅବଧି ୫ ବର୍ଷରୁ ଅଧିକ ବଢ଼ିବା ଅନୁଚିତ। କିନ୍ତୁ ଏହାକୁ ଆଗୁଆ ଭଙ୍ଗ କରାଯାଇପାରେ।
୨. ଅନୁଚ୍ଛେଦ ୮୫(୨)(ବି): ଭଙ୍ଗ ଘୋଷଣା ସହ ଚାଲିଥିବା ଗୃହର ଅବଧି ଶେଷ ହୋଇଥାଏ ଏବଂ ସାଧାରଣ ନିର୍ବାଚନ ପରେ ଏକ ନୂଆ ଗୃହ ଗଠନ କରାଯାଏ।
୩. ଅନୁଚ୍ଛେଦ ୧୭୨(୧): ଏକ ରାଜ୍ୟ ବିଧାନସଭାକୁ ଭଙ୍ଗ କରା ନ ଗଲେ ଏହା ୫ ବର୍ଷ ପର୍ଯ୍ୟନ୍ତ ଚାଲିବ।
୪. ଅନୁଚ୍ଛେଦ ୧୭୪(୨)(ବି): ବିଧାନସଭାକୁ ଭଙ୍ଗ କରିବା କ୍ଷମତା ରାଜ୍ୟପାଳଙ୍କର ରହିଛି। କ୍ୟାବିନେଟର ପରାମର୍ଶକ୍ରମେ ସେ ଏହାକୁ ଭଙ୍ଗ କରିଥାଆନ୍ତି। ସରକାରଙ୍କ ସଂଖ୍ୟାଗରିଷ୍ଠତାକୁ ନେଇ ସନ୍ଦେହ ଥିଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିବା ଉପରେ ନିଜ ବୁଦ୍ଧି ପ୍ରୟୋଗ କରିବେ।
୫. ଅନୁଚ୍ଛେଦ ୩୫୬: ରାଜ୍ୟଗୁଡ଼ିକରେ ରାଷ୍ଟ୍ରପତି ଶାସନ ଜାରି କରିବା।
ସମ୍ବିଧାନ ସଂଶୋଧନ ପାଇଁ ଗୃହର ଦୁଇ-ତୃତୀୟାଂଶ ସଦସ୍ୟ ଭୋଟ ଦେବା ଲାଗି ଉପସ୍ଥିତ ରହିବା ଜରୁରୀ। ସବୁ ରାଜନୈତିକ ଦଳ ଓ ରାଜ୍ୟ ସରକାରଗୁଡ଼ିକର ସହମତି ଆବଶ୍ୟକ। ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ ହେବା ପରେ ଏହାକୁ ଅଧା ଭାରତର ରାଜ୍ୟ ବିଧାନସଭାରେ ସମର୍ଥନ ମିଳିବା ଜରୁରୀ। ସମ୍ବିଧାନ ସଂଶୋଧନ ପରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ବିପୁଳ ସମ୍ବଳ ଆବଶ୍ୟକ। ନିର୍ବାଚନ ପରିଚାଳନା ସକାଶେ ୨୫ ଲକ୍ଷ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଏବଂ ୨୫ ଲକ୍ଷ ଭୋଟର-ଭେରିଫାଏଡ୍‌ ପେପର ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି) ଆବଶ୍ୟକ। ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନିକଟରେ ମାତ୍ର ୧୨ ଲକ୍ଷ ଇଭିଏମ୍‌ ରହିଛି।

କେଉଁ ରାଜ୍ୟରେ ଆଗୁଆ ଭୋଟ ହୋଇପାରେ

ଆସନ୍ତା ନଭେମ୍ବର-ଡିସେମ୍ବରରେ ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ଆସନ୍ତା ବର୍ଷ ମେ’-ଜୁନ୍‌ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସହ ଏହି ୫ ରାଜ୍ୟ ବିଧାନସଭା ପାଇଁ ଭୋଟ କରାଯାଇପାରେ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ଲୋକ ସଭା ନିର୍ବାଚନ ସହ ବିଧାନସଭା ଭୋଟ ହେବାର ଅଛି। କିନ୍ତୁ ମୋଦି ସରକାରଙ୍କ ସଦ୍ୟ ପଦକ୍ଷେପ ପରେ ଲୋକ ସଭା ସହ ଆଉ କେତେକ ରାଜ୍ୟ ବିଧାନସଭା ନିର୍ବାଚନ ଆଗୁଆ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅରୁଣାଚଳରେ ଭାଜପା ଏକାକୀ କ୍ଷମତାରେ ଥିବାବେଳେ ସିକିମରେ ମେଣ୍ଟ କରି ସରକାର ଗଢ଼ିଛି। ମହାରାଷ୍ଟ୍ର ଓ ହରିୟାଣାରେ ଭାଜପା ଅନ୍ୟ ଦଳ ସହ ମେଣ୍ଟ କରି କ୍ଷମତାରେ ଅଛି। ଏହି ୨ ରାଜ୍ୟ ସମେତ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ ସରକାର ଚାଲିଥିବା ଝାଡ଼ଖଣ୍ଡରେ ମଧ୍ୟ ଲୋକ ସଭା ନିର୍ବାଚନ ସାଙ୍ଗକୁ ଭୋଟ ହୋଇପାରେ।

ଦେଶରେ ଏକକ ନିର୍ବାଚନ ନୂଆ ନୁହେଁ

ଦେଶରେ ଏକକ ନିର୍ବାଚନ ନୂଆ ନୁହେଁ। ୧୯୫୦ରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ଲୋକ ସଭା ଓ ସବୁ ରାଜ୍ୟ ବିଧାନସଭାର ନିର୍ବାଚନ ଏକକାଳୀନ କରାଯାଇଥିଲା। ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ପ୍ରତି ୫ ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ଦେଶବାସୀ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଭୋଟ ଦେଇଥିଲେ। କେତେକ ନୂଆ ରାଜ୍ୟ ଗଠନ କରାଯିବା ପରେ ଅନ୍ୟ କିଛି ରାଜ୍ୟର ବିଧାନସଭାକୁ ୧୯୬୮-୬୯ରେ ଭଙ୍ଗ କରାଯାଇଥିଲା। ଏଥିସହ ଲୋକ ସଭା ଓ ବିଧାନସଭା ନିର୍ବାଚନ ପୃଥକ୍‌ ଭାବେ କରାଯାଇଥିଲା। ୧୯୮୩ରେ ନିର୍ବାଚନ କମିଶନ ନିଜ ବାର୍ଷିକ ରିପୋର୍ଟରେ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୯୯ରେ ଲ’ କମିଶନ ନିଜ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରିଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର କ୍ଷମତାକୁ ଆସିବା ପରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ୨୦୧୮ରେ ଲ’ କମିଶନ ଏହାର ସମର୍ଥନରେ ରିପୋର୍ଟ ଦେଇଥିଲେ।

୨୦୧୪ରେ ପ୍ରତିଶ୍ରୁତି ଦେଇଥିଲା ଭାଜପା

୨୦୧୪ ସାଧାରଣ ନିର୍ବାଚନ ବେଳେ ଭାଜପା ନିଜ ଇସ୍ତାହାରରେ ଏକକ ନିର୍ବାଚନ କରାଇବା ନେଇ ଏକ ପଦ୍ଧତି ବିକଶିତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଇସ୍ତାହାର ପୃଷ୍ଠା ୧୪ରେ ଦଳ ଉଲ୍ଲେଖ କରିଥିଲା, ଭାଜପା ନିର୍ବାଚନୀ ସଂସ୍କାର ଆରମ୍ଭ କରିବା ପ୍ରତିଶ୍ରୁତିବଦ୍ଧ। ଭାଜପା ଅନ୍ୟ ପକ୍ଷମାନଙ୍କ ସହ ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ କରି ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଇବା ଉପରେ ପଦକ୍ଷେପ ନେବ। ଏହାଦ୍ୱାରା ଉଭୟ ରାଜନୈତିକ ଦଳଗୁଡ଼ିକର ଓ ସରକାରଙ୍କ ନିର୍ବାଚନୀ ଖର୍ଚ୍ଚ ହ୍ରାସ ପାଇବ। ଏଥିସହ ରାଜ୍ୟ ସରକାରଗୁଡ଼ିକର ସ୍ଥିରତା ସୁନିଶ୍ଚିତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri