E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର ଏଭଳି ନିଆଁ ଜଳିବ, ତାହାର ଅନ୍ଦାଜ ବୋଧହୁଏ ସରକାରଙ୍କର ନ ଥିଲା। ଏହି ସମୟରେ E-20 ଦେଶର ସବୁଠାରୁ ଟ୍ରେଣ୍ଡିଂ ଟପିକ୍ ପାଲଟିଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆସୁଛି ଏବଂ ଏହି ସମସ୍ତ ବିବାଦ ଭିତରେ ବିରୋଧୀ ଦଳ ନିଜର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ, ସରକାର ସ୍ୱୀକାର କରିଛନ୍ତି ଯେ E-20 ଇନ୍ଧନ ଯୋଗୁଁ ଗାଡ଼ିର ମାଇଲେଜ୍‌ ୩ ରୁ ୫ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ, କିନ୍ତୁ ରାସ୍ତାରେ ପୁରୁଣା ଗାଡ଼ି ଚଲାଉଥିବା ଲୋକମାନେ ୨୦ ରୁ ୩୦ ପ୍ରତିଶତ ମାଇଲେଜ୍‌ କମୁଥିବା ଦାବି କରୁଛନ୍ତି।

ଲୋକମାନେ ସରକାରଙ୍କୁ ଏହା ମଧ୍ୟ ପଚାରୁଛନ୍ତି ଯେ, ଦେଶର କୋଟି କୋଟି ପୁରୁଣା ଗାଡ଼ି ଉପରେ E-20 ର ପ୍ରଭାବ ଜାଣିବା ପାଇଁ କଣ କୌଣସି ସ୍ୱାଧୀନ ଏବଂ ଦୀର୍ଘକାଳୀନ ଯାଞ୍ଚ କରାଯାଇଛି? ଏବଂ ଯଦି ଏଭଳି କିଛି ହୋଇଛି, ତେବେ ସେହି ତଥ୍ୟ (ଡାଟା) ଜନସାଧାରଣଙ୍କ ସହ କାହିଁକି ସେୟାର କରାଯାଇ ନାହିଁ? ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି ଯେ, ଯଦି E-20 ଯୋଗୁଁ ଗାଡ଼ିର ଇଞ୍ଜିନ କିମ୍ବା ଫ୍ୟୁଏଲ୍ ସିଷ୍ଟମ୍ ଖରାପ ହୁଏ, ତେବେ ତାର ଖର୍ଚ୍ଚ ଏବଂ ଦାୟିତ୍ୱ କିଏ ନେବ? ସରକାର, ତୈଳ କମ୍ପାନୀ ନା ସେହି ସାଧାରଣ ଜନତା, ଯିଏ ଏବେ ଅଭିଯୋଗ କରୁଛନ୍ତି?

ଏକ ସାକ୍ଷାତକାର ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ସ୍ୱୀକାର କରିଛନ୍ତି ଯେ E-20 ଯୋଗୁଁ ଗାଡ଼ିର ମାଇଲେଜ୍‌ କମିପାରେ। ସେ କହିଛନ୍ତି ଯେ ଏଥାନଲ୍‌ର କ୍ୟାଲୋରିଫିକ୍ ଭାଲ୍ୟୁ ଅର୍ଥାତ୍ ଶକ୍ତି କ୍ଷମତା ପେଟ୍ରୋଲ୍ ତୁଳନାରେ କମ୍, ସେଥିପାଇଁ E-20 ପେଟ୍ରୋଲ୍‌ରେ ମାଇଲେଜ୍‌ ସାମାନ୍ୟ କମିବା ସମ୍ଭବ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି ଯେ, ମାଇଲେଜ୍‌ର ପାର୍ଥକ୍ୟ ଗାଡ଼ି ଚଲାଇବା ଶୈଳୀ ଏବଂ ସ୍ଥାନ ଉପରେ ମଧ୍ୟ ନିର୍ଭର କରେ। କିନ୍ତୁ ଗଡ଼କରୀ ଆଉ ଏକ କଥା ସ୍ପଷ୍ଟ କରିଛନ୍ତି ଯେ– E-20 ଯୋଗୁଁ ଗାଡ଼ିର ଇଞ୍ଜିନରେ କୌଣସି ଖରାପ ପ୍ରଭାବ ପଡ଼େନାହିଁ ଏବଂ ସେ ଦାବି କରିଛନ୍ତି ଯେ ଏଥାନଲ୍ ଉପରେ ଏକ ଭୁଲ୍ ନାରେଟିଭ୍ (ଭ୍ରମାତ୍ମକ ପ୍ରଚାର) ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି।

ଏବେ ସରକାର ମାଇଲେଜ୍ କମିବା କଥା ସ୍ୱୀକାର କରିବା ପରେ ଲୋକମାନେ ପ୍ରଶ୍ନ କରୁଛନ୍ତି – ସେମାନେ ଏଥାନଲ୍ ମିଶ୍ରିତ ପେଟ୍ରୋଲ୍ ପାଇଁ ପୂରା ପଇସା କାହିଁକି ଦେବେ? E-20 କୁ ନେଇ ଏହିସବୁ ପ୍ରଶ୍ନ ଉଠୁଛି:

  • ଲୋକଙ୍କୁ ୧୦୦% ଶୁଦ୍ଧ ପେଟ୍ରୋଲ୍ ଏବଂ E-20 ମଧ୍ୟରୁ ଗୋଟିଏକୁ ବାଛିବାର ବିକଳ୍ପ କାହିଁକି ମିଳିଲା ନାହିଁ?

  • E-20 ଇନ୍ଧନର ବ୍ୟବହାର ସାଧାରଣ ଲୋକଙ୍କ ଉପରେ ଜବରଦସ୍ତି ଲଦି ଦିଆଯାଇଛି କି?

  • ଏଥାନଲ୍ ମିଶାଇବା ପରେ ମଧ୍ୟ ପେଟ୍ରୋଲ୍ ଦର କାହିଁକି କମୁନାହିଁ?

  • E-20 ଇନ୍ଧନ ଆସିବା ପରେ କଣ ମିଶ୍ରଣକାରୀ (ଅପମିଶ୍ରଣ କରୁଥିବା ଲୋକ)ଙ୍କର ଲାଭ ହେଉଛି?

  • E-20 ଯୋଗୁଁ ପୁରୁଣା ଗାଡ଼ିର ପାର୍ଟସ୍ ଖରାପ ହେଲେ ତାର ଖର୍ଚ୍ଚ କିଏ ବହନ କରିବ?

  • E-20 ଯୋଗୁଁ ମାଇଲେଜ୍ କମିବା ସାଧାରଣ ଲୋକଙ୍କ ପକେଟ୍ ଉପରେ ଚଡ଼କ ନୁହେଁ କି?

  • ସରକାର ମାଇଲେଜ୍‌ ହ୍ରାସ ମାତ୍ର ୩-୫% କହୁଛନ୍ତି, କିନ୍ତୁ ରାସ୍ତାରେ ପୁରୁଣା ଗାଡ଼ି ଚାଳକମାନେ ୨୦ ରୁ ୩୦% ମାଇଲେଜ୍ କମୁଥିବା ଅଭିଯୋଗ କରୁଛନ୍ତି, ଏହି ପାର୍ଥକ୍ୟ କେଉଁଠୁ ଆସୁଛି ଏବଂ କାହାର ତଥ୍ୟ ସଠିକ୍?

ତେବେ ଲୋକଙ୍କ ଏହି ଆଶଙ୍କା ଭିତରେ ଏଭଳି ଏକ ଖବର ଆସିଛି, ଯାହାକୁ ସରକାରଙ୍କ ବିରୋଧୀମାନେ ତାଙ୍କର ‘ୟୁ-ଟର୍ଣ୍ଣ’ (ନିଷ୍ପତ୍ତି ବଦଳାଇବା) ବୋଲି କହୁଛନ୍ତି। ସୂତ୍ର ଅନୁସାରେ, ସରକାର ଏବେ ଏକ ବିକଳ୍ପ ଉପରେ ବିଚାର କରୁଛନ୍ତି, ଯାହାକୁ ଲୋକମାନେ ଦାବି କରୁଥିଲେ:

  • ପେଟ୍ରୋଲ ପମ୍ପରେ ଆପଣଙ୍କୁ ଏବେ ଇନ୍ଧନର ବିକଳ୍ପ ମିଳିପାରେ।

  • ସରକାର ଏଭଳି ଏକ ଫର୍ମୁଲା ଉପରେ ବିଚାର କରୁଛନ୍ତି, ଯାହା ପରେ ଲୋକେ ଗାଡ଼ିରେ ନିଜ ଇଚ୍ଛା ମୁତାବକ ପେଟ୍ରୋଲ୍ ପକାଇପାରିବେ।

  • ଦାବି କରାଯାଉଛି ଯେ ସରକାର ଏବେ ପେଟ୍ରୋଲ ପମ୍ପରେ ସାଧାରଣ (ନର୍ମାଲ) ପେଟ୍ରୋଲର ବିକଳ୍ପ ଦେବାକୁ ଚେଷ୍ଟା କରୁଛନ୍ତି।

ଅବଶ୍ୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୂଲ୍ୟ, ମେସିନ ଏବଂ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ପୂର୍ବରୁ E-20 ଇନ୍ଧନ ଲାଗୁ କରିବା ସମୟରେ ମଧ୍ୟ ସାଧାରଣ ପେଟ୍ରୋଲର ବିକଳ୍ପ ରଖିବାକୁ ଆଲୋଚନା ହୋଇଥିଲା, କିନ୍ତୁ ସେତେବେଳେ ତୈଳ କମ୍ପାନୀଗୁଡ଼ିକ ଏଥିପାଇଁ ପ୍ରସ୍ତୁତ ନଥିଲେ। ହେଲେ ଲୋକଙ୍କ ବିରୋଧକୁ ଦେଖି ଏବେ ଏହା ଉପରେ ପୁଣି ବିଚାର କରାଯାଇପାରେ।

E-20 କୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକ ଉପରେ ସରକାରଙ୍କ ପକ୍ଷରୁ କିଛି ଜବାବ ଆସିଛି:

  • ପ୍ରଶ୍ନ: କଣ E-20 ଇନ୍ଧନ ଯୋଗୁଁ ଗାଡ଼ିର ମାଇଲେଜ୍‌ କମିଥାଏ?

    ଉତ୍ତର: ସରକାର ସ୍ୱୀକାର କରିଛନ୍ତି ଯେ ମାଇଲେଜ୍ ୩% ରୁ ୫% ପର୍ଯ୍ୟନ୍ତ କମିପାରେ, କିନ୍ତୁ ତାଙ୍କର ଯୁକ୍ତି ହେଉଛି– ଏହା ବଦଳରେ ମିଳୁଥିବା ଫାଇଦା କ୍ଷତି ଅପେକ୍ଷା ଅଧିକ। E-20 ଇନ୍ଧନ ଦ୍ୱାରା ଇଞ୍ଜିନର କାର୍ଯ୍ୟଦକ୍ଷତା (ପରଫରମାନ୍ସ) ଭଲ ହୁଏ, ପିକଅପ୍ ବଢ଼େ ଏବଂ ପ୍ରଦୂଷଣ କମ୍ ହୋଇଥାଏ।

  • ପ୍ରଶ୍ନ: କଣ ଏଥାନଲ୍ ଇନ୍ଧନ ତରବରିଆ ଭାବେ ଏବଂ ବିନା ପ୍ରସ୍ତୁତିରେ ଅଣାଯାଇଛି?

    ଉତ୍ତର: ସରକାରଙ୍କ ଜବାବ ହେଉଛି– ନା, ଏହା ଏକ ସୁଚିନ୍ତିତ ଏବଂ ଦୀର୍ଘ ପ୍ରକ୍ରିୟା ପରେ ଲାଗୁ କରାଯାଇଛି। ଏହା ଉପରେ ବର୍ଷ ବର୍ଷ ଧରି ବୈଜ୍ଞାନିକ ଯାଞ୍ଚ ଏବଂ ଅନେକ ପର୍ଯ୍ୟାୟର ପରୀକ୍ଷଣ କରାଯାଇଛି। କାର୍ ଏବଂ ବାଇକ୍ ତିଆରି କରୁଥିବା କମ୍ପାନୀଗୁଡ଼ିକ ସହ ଦୀର୍ଘ ଆଲୋଚନା କରାଯିବା ପରେ ପେଟ୍ରୋଲରେ ଏଥାନଲ୍ ମିଶାଇବା କାମ ପର୍ଯ୍ୟାୟକ୍ରମେ କରାଯାଇଛି।

  • ପ୍ରଶ୍ନ: କଣ E-20 ଇନ୍ଧନ ଯୋଗୁଁ ଗାଡ଼ିଗୁଡ଼ିକ ଖରାପ ହେଉଛି?

    ଉତ୍ତର: ଏହା ଉପରେ ସରକାରଙ୍କ ଉତ୍ତର ହେଉଛି– ନା, E-20 ଇନ୍ଧନକୁ ନେଇ କେବଳ ଗୁଜବ ସୃଷ୍ଟି କରାଯାଉଛି। ସରକାର ଯୁକ୍ତି ବାଢ଼ିଛନ୍ତି ଯେ ମାରୁତି ସୁଜୁକି ଏବଂ ହିରୋ ମୋଟୋକର୍ପ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ କୋଟି କୋଟି ଗାଡ଼ିର ସର୍ଭିସିଂ କରିଛନ୍ତି, କିନ୍ତୁ କେହି ବି E-20 ଯୋଗୁଁ ଗାଡ଼ିରେ କଳଙ୍କି ଲାଗିବା କିମ୍ବା ଖରାପ ହେବାର ଅଭିଯୋଗ କରିନାହାନ୍ତି।

ସରକାରଙ୍କ ସାମ୍ନାକୁ ଏଭଳି ପରିସ୍ଥିତି କାହିଁକି ଆସିଲା ଏବଂ E-20 ସହ ସାଧାରଣ ପେଟ୍ରୋଲର ବିକଳ୍ପ ଦେବାକୁ ଆଲୋଚନା କାହିଁକି ଆରମ୍ଭ ହେଲା? ଏହାର ମୁଖ୍ୟ କାରଣ ହେଉଛି E-20 ର ତୀବ୍ର ବିରୋଧ।

  • E-20 ବିରୋଧରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

  • ଦାବି ହେଉଛି ଯେ– E-20 ଇନ୍ଧନ ଯୋଗୁଁ ଗାଡ଼ିର ମାଇଲେଜ୍ କମିଯାଉଛି।

  • ଏହି ଇନ୍ଧନ କାରଣରୁ ଗାଡ଼ି ଖରାପ ହେଉଥିବା ମଧ୍ୟ ଦାବି କରାଯାଉଛି।

  • ପୁରୁଣା ଗାଡ଼ିଗୁଡ଼ିକରେ E-20 ର ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ଏବେ ବି ଦ୍ୱନ୍ଦ୍ୱ ରହିଛି।

  • ଲୋକଙ୍କର ମୁଖ୍ୟ ଦାବି ହେଉଛି ଯେ ସେମାନଙ୍କୁ ନିଜ ପସନ୍ଦର ପେଟ୍ରୋଲ ବାଛିବାର ଅପ୍ସନ ମିଳିବା ଉଚିତ।

ଯଦି ଉଭୟ ପ୍ରକାରର ପେଟ୍ରୋଲ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଏ, ତେବେ ସବୁଠାରୁ ବଡ଼ ଆହ୍ୱାନ ହେବ ସେଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବା। ଏହାସହ ପେଟ୍ରୋଲ ପମ୍ପରେ ଅଲଗା ଇନ୍ଧନ ପାଇଁ ଅତିରିକ୍ତ ଡିସପେନସର (ମେସିନ) ର ଆବଶ୍ୟକତା ପଡ଼ିବ। କିନ୍ତୁ ସାଧାରଣ ଲୋକଙ୍କ ଯୁକ୍ତି ହେଉଛି, ସରକାର ଯାହା ବି କରନ୍ତୁ, ପେଟ୍ରୋଲ ପମ୍ପରେ ସାଧାରଣ ପେଟ୍ରୋଲର ବିକଳ୍ପ ନିଶ୍ଚିତ ଭାବେ ରହିବା ଉଚିତ। କିଛି ଗାଡ଼ି ଚାଳକଙ୍କ କହିବା କଥା ଯେ ଏହାଦ୍ୱାରା ମାଇଲେଜ୍‌ରେ ସାମାନ୍ୟ କମି ଅନୁଭବ ହେଉଛି। ଏହିସବୁ ବିଷୟକୁ ଗମ୍ଭୀରତାର ସହ ନେଇ ସରକାର ଏବେ ସମସ୍ତ ପକ୍ଷଙ୍କଠାରୁ ମତାମତ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?