ସବୁଠି ପହଞ୍ଚତ୍ପାରୁନି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସ୍ମାର୍ଟସିଟିବାସୀଙ୍କୁ ସ୍ମାର୍ଟ ଜୀବନଶୈଳୀ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିମଳ ରକ୍ଷା ଉପରେ ଗୁରୁତ୍ୱ ଦେଉଛି। ସହରକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ସହ କୋଣ ଅନୁକୋଣରୁ ବର୍ଜ୍ୟ ପରିଚାଳନା ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ ହେଉଛି। ମାତ୍ର କିଛିଦିନର ବ୍ୟବଧାନ ପରେ ସେହି ଯୋଜନା ଆଉ କାର୍ଯ୍ୟକାରୀ ହେଉନାହିଁ। ଘରୁ ବାହାରୁଥିବା ଇ-ବର୍ଜ୍ୟର ପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା ହୋଇଥିଲା। ପ୍ରତି ଘରୁ ଓଦା-ଶୁଖିଲା ଅଳିଆ ପୃଥକ ଭାବେ ସଂଗ୍ରହ କରୁଥିବା ସଫେଇ କର୍ମୀ ପ୍ରତି ଶନିବାର ଇ-ବର୍ଜ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ ଜୁଲାଇ ୨୪ରେ ଏହି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଏହି ଅଭିଯାନ ମହାନଗର ନିଗମାଞ୍ଚଳର କିଛି ଓ୍ବାର୍ଡରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସବୁ ଓ୍ବାର୍ଡରେ ପହଞ୍ଚତ୍ପାରି ନାହିଁ। ବର୍ତ୍ତମାନ ଏହି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ନିଷ୍କ୍ରିୟ ହୋଇପଡ଼ିଛି। ଘରୁ ବାହାରୁଥିବା ଇ-ଖେଳଣା, ବ୍ୟାଟେରି ଚାଳିତ ଖେଳଣା, ଅନାବଶ୍ୟକ ବିଭିନ୍ନ ଇଲେକ୍ଟ୍ରିକାଲ ସାମଗ୍ରୀ, ଅବ୍ୟବହୃତ ମୋବାଇଲ୍‌, ଚାର୍ଜର, କମ୍ପ୍ୟୁଟର ଆଦି ସାମଗ୍ରୀ ଲୋକମାନେ ସାଧାରଣତଃ ନ ଫୋପାଡ଼ି ଘରେ ରଖିଥାନ୍ତି। ତେବେ ଏହି ଅଭିଯାନ ଦ୍ୱାରା ସହରରୁ ବାହାରୁଥିବା ଏହି ବର୍ଜ୍ୟ ପରିଚାଳନା ସରଳ ହୋଇପାରିବ ବୋଲି ଆଶା କରାଯାଉଥିଲା। ତେବେ ଏହି ଅଭିଯାନ ଠିକ୍‌ ଭାବେ ସବୁ ଓ୍ବାର୍ଡରେ ପହଞ୍ଚତ୍ ନ ଥିବାରୁ ଏବେ ଶନିବାର ମଧ୍ୟ ଅନ୍ୟ ଦିନ ପରି କେବଳ ଓଦା-ଶୁଖିଲା ଆବର୍ଜନା ସଂଗ୍ରହ କରାଯାଉଛି। ରାଜଧାନୀବାସୀ ଏହି ସବୁ ଇ- ଆବର୍ଜନାକୁ ଶୁଖିଲା ବର୍ଜ୍ୟ ସହ ଦେଉଛନ୍ତି। ଫଳସ୍ବରୂପ ପୂର୍ବଭଳି ଆବର୍ଜନା ମଧ୍ୟରୁ ଇ-ଆବର୍ଜନା ପୃଥକ କରିବାରେ ଅଧିକ ସମ୍ବଳ ବିନିଯୋଗ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଇ-ବର୍ଜ୍ୟରେ ଅନେକ ରସାୟନ ରହୁଥିବାରୁ ଏହା ପରିବେଶ ପାଇଁ ଅନ୍ୟ ଆବର୍ଜନା ତୁଳନାରେ ଅଧିକ ହାନିକାରକ। ସେହିପରି ବେଶି ଦିନ ଘରେ ଅବ୍ୟବହୃତ ଇ-ବର୍ଜ୍ୟ ରହିବା ଦ୍ୱାରା ମଧ୍ୟ ଅନେକ ବିପଦର ଆଶଙ୍କା ରହିଥାଏ। ତେଣୁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସବୁ ମହଲରେ ସ୍ବାଗତ କରାଯିବା ସହ ଏହାଦ୍ୱାରା ରାଜଧାନୀବାସୀ ଉପକୃତ ହେବେ ବୋଲି ଆଶା କରାଯାଉଥିଲା। ପୋଷ୍ଟର ଲଗାଇ ଓ୍ବାର୍ଡ ଓ୍ବାର୍ଡ ବୁଲି ଯେପରି ସଚେତନ କରାଯାଉଥିଲା ସେଇ ଅନୁରୂପ ଯୋଜନା କାର୍ଯ୍ୟକାରୀ ନ ହେବା ପରେ ସହରବାସୀଙ୍କୁ ବିଏମ୍‌ସି ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ଇ-ବର୍ଜ୍ୟକୁ ଦେଇ ବିଭିନ୍ନ କଳାକୃତି ନିର୍ମାଣ କରି ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବା ପ୍ରସଙ୍ଗ ନେଇ ବିଏମ୍‌ସି ପକ୍ଷରୁ କୌଣସି ସୂଚନା ନାହିଁ। ଅନ୍ୟପଟେ ବିଏମ୍‌ସି ଡେପୁଟି କମିଶନର(ପରିମଳ) ଶୁଭେନ୍ଦୁ ସାହୁ ଶନିବାର ଇ-ବର୍ଜ୍ୟ ସଂଗ୍ରହ କରାଯାଉ ନ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରତି ଶନିବାର ବିଏମ୍‌ସି ପକ୍ଷରୁ ଇ-ବର୍ଜ୍ୟ ସଂଗ୍ରହ କରାଯାଉଛି। ବିଏମ୍‌ସିର ଗାଡ଼ି ସେଗୁଡିକୁ ସଂଗ୍ରହ କରି ନିକଟସ୍ଥ ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌ରେ ପକାଉଛି। ସେଠାରୁ ଟେଣ୍ଡର ପ୍ରକ୍ରିୟାରେ ସ୍ଥିରୀକୃତ ହୋଇଥିବା ପାର୍ଟି ବା ସ୍କ୍ରାପ୍‌ ସଂସ୍ଥା ସେଗୁଡିକୁ ସଂଗ୍ରହ କରି ନେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri