ଉଚ୍ଛେଦ, ବାର୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ ସିଲ୍‌

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜଧାନୀରେ ଜବରଦଖଲ ଉଚ୍ଛେଦ ସହିତ ପରିମଳ ବ୍ୟବସ୍ଥା ନେଇ ଯାଞ୍ଚ ଓ ପଦକ୍ଷେପକୁ ଜୋରଦାର କରାଯାଉଛି। ଦୋକାନ ହେଉ କି ହୋଟେଲ, ସ୍ବଚ୍ଛତା ନିୟମ ନ ମାନିଲେ ବିଡିଏ ପକ୍ଷରୁ ଜରିମାନା ଆଦାୟ ସହ ଦୋକାନଗୁଡିକୁ ସିଲ୍‌ କରାଯାଉଛି। ମଙ୍ଗଳବାର ଭିଏସ୍‌ଏସ୍‌ ନଗରସ୍ଥିତ ରୟାଲ ବାର୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟକୁ ସିଲ୍‌ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରୁ ଉଚ୍ଛେଦ ସହ ୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଛି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌।
ସ୍କ୍ବାଡ୍‌ ସକାଳ ୮ଟାରୁ ଡମଣା, ଶୈଳଶ୍ରୀବିହାର, କିଟ୍‌ ରୋଡ, ଇନ୍‌ଫୋସିଟି ରୋଡ୍‌ରେ ଥିବା ଷ୍ଟ୍ରିଟ୍‌ ଭେଣ୍ଡରକୁ ହଟାଇଛି। ଏଥିରେ ୫, ୬, ୭ ଓ ୮ ନଂ. ସ୍କ୍ବାଡ୍‌ ସାମିଲ ହୋଇଥିଲେ। ପରେ ଏହି ସ୍କ୍ବାଡ୍‌ ଭିଏସଏସ ନଗରସ୍ଥିତ ରୟାଲ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ପରିମଳଜନିତ ସମସ୍ୟା ଥିବାବେଳେ ତାହା ସରକାରୀ ଜମିକୁ ଜବରଦଖଲ କରିଥିବା ଦେଖିବାକୁ ପାଇଥିଲା। ଫଳରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଏହାକୁ ସିଲ୍‌ କରିଥିଲା।
ସେହିଭଳି ଅନ୍ୟ ୪ଟି ସ୍କ୍ବାଡ୍‌ ନଂ. ୯, ୧୦, ୧୧ ଓ ୧୨ ବିଗ୍‌ବଜାର ଛକରୁ ଉନ୍ନତି ଭବନ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରିଥିଲା। ଏଥିରେ ୧୩ଟି ଫାଷ୍ଟଫୁଡ୍‌ ବକ୍ସ, ୯ଟି ଫଳ ଦୋକାନ, ୧୧ଟି ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଥିଲା। ଏହାସହ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ପରେ କଳ୍ପନା ଛକରେ ଥିବା ୨ଟି ତାରିଣୀ ମନ୍ଦିର ଓ ୫ଟି କ୍ୟାବିନ ଭଙ୍ଗା ଯାଇଥିଲା। ସ୍କ୍ବାଡ୍‌ ନଂ. ୧୩, ୧୪, ୧୫ ଓ ୧୬ ରେଣ୍ଟାଲ କଲୋନୀ, ସିଆର୍‌ପି ଛକ, ପୋଖରୀପୁଟ ଏବଂ ପଟାସ ଛକଠାରୁ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରିଥିବାବେଳେ ଏଥିରେ ୭ଟି ଟିଫିନ ଷ୍ଟଲ, ୩ଟି ଦୋକାନ, ୩ଟି ଅସ୍ଥାୟୀ ପଇଡ ଦୋକାନ, ୪ଟି ପରିବା ଦୋକାନ ଏବଂ ୨ଟି ଫଳ ଦୋକାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri