ଅର୍ଚ୍ଚନାଙ୍କୁ ଗିରଫ ଦର୍ଶାଇ ପୁଣି ରିମାଣ୍ଡରେ ଆଣିଲା ଇଡି

ଭୁବନେଶ୍ୱର, ୧୪।୧୨ (ବ୍ୟୁରୋ): ହନିଟ୍ରାପ୍‌ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ ଅଭିଯୋଗରେ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ପୁଣିଥରେ ଗିରଫ ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ଆବଶ୍ୟକ ପ୍ରମାଣ ପାଇବା ପରେ ମଙ୍ଗଳବାର ଅର୍ଚ୍ଚନାଙ୍କୁ ଗିରଫ କରିଛି। ଏଥିସହ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ମଙ୍ଗଳବାର ଇଡି ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌ଏ)ରେ ହାଜର କରିଥିଲା। ସେପଟେ ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ହେଲେ ଗଣମାଧ୍ୟମର ପ୍ରଶ୍ନରେ ନାଗ-ଚାନ୍ଦ ଦମ୍ପତି ଚୁପ୍‌ ରହିଥିଲେ। ଅନ୍ୟପଟେ ଅର୍ଚ୍ଚନାଙ୍କୁ ୭ ଦିନ ଓ ଜଗବନ୍ଧୁଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଜଗବନ୍ଧୁଙ୍କୁ ୯ଦିନ ଓ ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଏହାପରେ ଇଡି ଅର୍ଚ୍ଚନାଙ୍କୁ କୋର୍ଟରୁ ସିଧାସଳଖ ରିମାଣ୍ଡରେ ଆଣି ଜେରା ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଜଗବନ୍ଧୁ ଜେଲକୁ ଫେରିଯାଇଥିବାବେଳେ ବୁଧବାରଠାରୁ ରିମାଣ୍ଡରେ ଆଣି ମୁହଁାମୁହିଁ ଜେରା କରିବାକୁ ଯୋଜନା କରିଛି। ଗତ ନଭେମ୍ବର ୬ରେ ଅର୍ଚ୍ଚନାଙ୍କୁ ଜେଲରୁ କୋର୍ଟକୁ ନେବା ସମୟରେ ଓ ପ୍ରଥମ ୭ଦିନିଆ ରିମାଣ୍ଡରେ ଇଡି କାର୍ଯ୍ୟାଳୟକୁ ଅଣାଯିବାବେଳେ ସେ ବିସ୍ଫୋରକ ବୟାନ ଦେଇଥିଲେ। ‘ମୁଁ ମୁହଁ ଖୋଲିଲେ ରାଜ୍ୟ ଦୋହଲିଯିବ। ଇଡିକୁ ଅପେକ୍ଷା କରିଥିଲି, ଏବେ ମୁହଁ ଖୋଲିବାକୁ ସୁଯୋଗ ମିଳିବ। ମୋତେ ୩୦ ମିନିଟ୍‌ ଦିଆଯାଉ। ନେତା, ମନ୍ତ୍ରୀ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି ସବୁ ପ୍ରମାଣ ଦେଖାଇଦେବି।’ ଏହି ବୟାନ ପରେ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ସାମ୍ରାଜ୍ୟରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ନାଁ ଅର୍ଚ୍ଚନା କହିବେ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କଠାରୁ ବିସ୍ଫୋରଣ କଲାଭଳି ସେଭଳି ଗୁମର କିମ୍ବା ନୂଆ ତଥ୍ୟ ଇଡି ଅଧିକାରୀମାନେ ପାଇପାରିନାହନ୍ତି। ତେଣୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୁହଁରୁ ସେମାନଙ୍କ କଳାସାମ୍ରାଜ୍ୟର ଗୁମର ନ ଖୋଲିଲେ ହନିଟ୍ରାପ୍‌ର ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ଇଡି ଚତୁର୍ମୁଖୀ ଜେରା କରିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଇଡିକୁ ଅର୍ଚ୍ଚନା ପୂର୍ଣ୍ଣ ସହଯୋଗ କରୁଥିବା ତାଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି। ଅନ୍ୟପଟେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଥ ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଜମି ବିକ୍ରି କରି ଝିଅକୁ ୫୦-୬୦ ଲକ୍ଷ ଟଙ୍କା ଦେଇଛି। ମୋ ସ୍ତ୍ରୀ ବି ଚାକିରି କରୁଛି। ଝିଅ ମଧ୍ୟ ବ୍ୟବସାୟ କରୁଥିଲା। ମୋ ଝିଅ ନିର୍ଦ୍ଦୋଷ। ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ପରିଜା ମୋ ଝିଅକୁ ଫସାଇଛନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକିର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଭାଜପା ଏଥିରେ ୮ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri