ଅର୍ଚ୍ଚନାଙ୍କୁ ଗିରଫ ଦର୍ଶାଇ ପୁଣି ରିମାଣ୍ଡରେ ଆଣିଲା ଇଡି

ଭୁବନେଶ୍ୱର, ୧୪।୧୨ (ବ୍ୟୁରୋ): ହନିଟ୍ରାପ୍‌ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ ଅଭିଯୋଗରେ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ପୁଣିଥରେ ଗିରଫ ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ଆବଶ୍ୟକ ପ୍ରମାଣ ପାଇବା ପରେ ମଙ୍ଗଳବାର ଅର୍ଚ୍ଚନାଙ୍କୁ ଗିରଫ କରିଛି। ଏଥିସହ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ମଙ୍ଗଳବାର ଇଡି ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌ଏ)ରେ ହାଜର କରିଥିଲା। ସେପଟେ ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ହେଲେ ଗଣମାଧ୍ୟମର ପ୍ରଶ୍ନରେ ନାଗ-ଚାନ୍ଦ ଦମ୍ପତି ଚୁପ୍‌ ରହିଥିଲେ। ଅନ୍ୟପଟେ ଅର୍ଚ୍ଚନାଙ୍କୁ ୭ ଦିନ ଓ ଜଗବନ୍ଧୁଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଜଗବନ୍ଧୁଙ୍କୁ ୯ଦିନ ଓ ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଏହାପରେ ଇଡି ଅର୍ଚ୍ଚନାଙ୍କୁ କୋର୍ଟରୁ ସିଧାସଳଖ ରିମାଣ୍ଡରେ ଆଣି ଜେରା ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଜଗବନ୍ଧୁ ଜେଲକୁ ଫେରିଯାଇଥିବାବେଳେ ବୁଧବାରଠାରୁ ରିମାଣ୍ଡରେ ଆଣି ମୁହଁାମୁହିଁ ଜେରା କରିବାକୁ ଯୋଜନା କରିଛି। ଗତ ନଭେମ୍ବର ୬ରେ ଅର୍ଚ୍ଚନାଙ୍କୁ ଜେଲରୁ କୋର୍ଟକୁ ନେବା ସମୟରେ ଓ ପ୍ରଥମ ୭ଦିନିଆ ରିମାଣ୍ଡରେ ଇଡି କାର୍ଯ୍ୟାଳୟକୁ ଅଣାଯିବାବେଳେ ସେ ବିସ୍ଫୋରକ ବୟାନ ଦେଇଥିଲେ। ‘ମୁଁ ମୁହଁ ଖୋଲିଲେ ରାଜ୍ୟ ଦୋହଲିଯିବ। ଇଡିକୁ ଅପେକ୍ଷା କରିଥିଲି, ଏବେ ମୁହଁ ଖୋଲିବାକୁ ସୁଯୋଗ ମିଳିବ। ମୋତେ ୩୦ ମିନିଟ୍‌ ଦିଆଯାଉ। ନେତା, ମନ୍ତ୍ରୀ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି ସବୁ ପ୍ରମାଣ ଦେଖାଇଦେବି।’ ଏହି ବୟାନ ପରେ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ସାମ୍ରାଜ୍ୟରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ନାଁ ଅର୍ଚ୍ଚନା କହିବେ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କଠାରୁ ବିସ୍ଫୋରଣ କଲାଭଳି ସେଭଳି ଗୁମର କିମ୍ବା ନୂଆ ତଥ୍ୟ ଇଡି ଅଧିକାରୀମାନେ ପାଇପାରିନାହନ୍ତି। ତେଣୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୁହଁରୁ ସେମାନଙ୍କ କଳାସାମ୍ରାଜ୍ୟର ଗୁମର ନ ଖୋଲିଲେ ହନିଟ୍ରାପ୍‌ର ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ଇଡି ଚତୁର୍ମୁଖୀ ଜେରା କରିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଇଡିକୁ ଅର୍ଚ୍ଚନା ପୂର୍ଣ୍ଣ ସହଯୋଗ କରୁଥିବା ତାଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି। ଅନ୍ୟପଟେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଥ ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଜମି ବିକ୍ରି କରି ଝିଅକୁ ୫୦-୬୦ ଲକ୍ଷ ଟଙ୍କା ଦେଇଛି। ମୋ ସ୍ତ୍ରୀ ବି ଚାକିରି କରୁଛି। ଝିଅ ମଧ୍ୟ ବ୍ୟବସାୟ କରୁଥିଲା। ମୋ ଝିଅ ନିର୍ଦ୍ଦୋଷ। ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ପରିଜା ମୋ ଝିଅକୁ ଫସାଇଛନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?