Posted inଗଜପତି

ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ

ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ବି.ଆର୍‌. ଷଢଙ୍ଗୀ ଯୋଗ ଦେଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଯୋଡି ହୋଇଥିଲେ। ଜିଲା ଦୈରାଜଜ ସତ୍ୟପୀର ମିଶ୍ର, ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ନିରୀକ୍ଷଣ ତଥା ମାଷ୍ଟର ଟ୍ରେନର) ପ୍ରଭାକର ଗଣ୍ଠିଆ, ଗଜପତି ଜିଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ତଥା ମାଷ୍ଟର ଟ୍ରେନର ଚିନ୍ମୟ ମିଶ୍ର, ପାରଳାଖେମୁଣ୍ଡି ବାର ଆସୋସିଏଶନର ସଭାପତି ରାମନାଥ ମିଶ୍ର, ସମ୍ପାଦକ ଏମ.ପୃଥିବୀରାଜ ପ୍ରମୁଖ ଉପସ୍ଥିତ ଥିଲେ । ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ଜଣେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେ କୌଣସି ସମୟରେ ମାମଲା ଦାଖଲ କରିବା, ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ୍‌ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହେବ। ଅପଲୋଡ ହୋଇଥିବା ଆଦେଶ ତଥା ବିଚାରଗୁଡିକ ସ୍ବୟଂଚାଳିତ ଭାବରେ ଆଇନଜୀବୀମାନଙ୍କୁ ସୂଚିତ କରାଯିବ। ଡାଟା ଏଣ୍ଟ୍ରି ତ୍ରୁଟିକୁ କମାଇବା ପାଇଁ ପ୍ରାବଧାନ ଦିଆଯାଇଥିବା ବେଳେ ତଥ୍ୟଗୁଡିକ ସ୍ବଚ୍ଛ ଏବଂ ଦ୍ରୁତ ଭାବେ କିପରି ପହଞ୍ଚିପାରିବ ସେନେଇ ମୁଖ୍ୟ ବିଚାରପତି ବିସ୍ତୃତ ଭାବେ କହିଥିଲେ । ଏ ସମ୍ବନ୍ଧୀୟ ସହାୟତା ପାଇଁ ଇ-ଫାଇଲିଂ ଷ୍ଟେସନ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଦେଇ ଗତିକରୁଛି ଜିଲା ମୁଖ୍ୟ ଚିକିତ୍ସାଳୟ

ପାରଳାଖେମୁଣ୍ଡି,୨୮ା୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ସ୍ଥାଣୁ ପାଲଟିଛି। ରୋଗୀଙ୍କୁ ଠିକ୍‌ ଭାବେ ସେବା ମିଳୁନି କି ନିରାମୟ...

ଡହ ଡହ ଖରାରେ ଚାଉଳ, ଭତ୍ତା ବଣ୍ଟନ

ଆର.ଉଦୟଗିରି,୧।୫: ଗତ କିଛି ଦିନ ହେଲା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମପ୍ରବାହ ଜାରି ରହିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଛାଇରେ ରହିବାକୁ କହିବା...

ମଣ୍ଡିରେ ଉପାସ ରହିବେନି ଚାଷୀ

ପାରଳାଖେମୁଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଜପତି ଜିଲାରେ ମଣ୍ଡିକୁ ଧାନବିକ୍ରି କରିବାକୁ ଆସୁଥିବା ଚାଷୀମାନେ ଆଉ ଉପାସ ରହିବେନି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।...

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଜବାହର ନବୋଦୟ ବିଦ୍ୟାଳୟରେ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।...

ଅବ୍ୟବସ୍ଥାରେ ଚାଲିଛି ଜିଲା ମୁଖ୍ୟ ଚିକିତ୍ସାଳୟ

ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ପାରଳାଖେମୁଣ୍ଡି,୧୮।୪(ଡି.ଏନ୍‌.ଏ.) ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଦୁରବସ୍ଥାରେ ଚାଲିଛି । ଡାକ୍ତର ଅଭାବ ଆଗରୁ ଚାଲିଆସିଛି ହେଲେ ଏବେ...

ମୋହନା ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଆର୍‌.ଉଦୟଗିରି,୨୪।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଅଭିନନ୍ଦନ

ପାରଳାଖେମୁଣ୍ଡି,୯ା୨(ଡି.ଏନ୍‌.ଏ.):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିର ଯୁକ୍ତ ୨(କଳା) ପ୍ରଥମ ବର୍ଷର ଛାତ୍ର ଅଭିନନ୍ଦନ ଡି.ଲାଲ୍‌କୁମାର ୮ସେକେଣ୍ଡରେ ୨୮ ରାଜ୍ୟର ନାମ କହି ଇଣ୍ଡିଆ ବୁକ୍‌...

ହୋମ୍‌ଗାର୍ଡଙ୍କ ବର୍ବରତା: ନିଶାର୍ଦ୍ଧରେ ଥାନା ଘେରିଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୨୯ା୬(ଡି.ଏନ୍‌.ଏ.): ପୋଲିସ ହୋମ୍‌ଗାର୍ଡଙ୍କ ବର୍ବରତାର ପ୍ରତିବାଦରେ ମଙ୍ଗଳବାର ବିଳମ୍ବିତ ରାତିରେ ପାର୍ସମ୍ବା ଗ୍ରାମର ଗ୍ରାମବାସୀ ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କରିଛନ୍ତି। ହୋମଗାର୍ଡ ଲକ୍ଷ୍ମଣ ଶବରଙ୍କ...

Advertisement
Archives

Model This Week