ପ୍ରଚାରରେ କମ୍ପୁଛି ପୌରାଞ୍ଚଳ

ଢେଙ୍କାନାଳ ଅଫିସ, ୨୧।୩: ଢେଙ୍କାନାଳ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପୁଛି ମଇଦାନ। ବିଜେଡି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ରବିବାର ସକାଳେ ପର୍ଯ୍ୟାୟକ୍ରମେ ୮ନଂ., ୧୩ନଂ., ୧୪ନଂ. ଏବଂ ଅପରାହ୍ନରେ ୧୧ନଂ., ୧୨ନଂ. ଏବଂ ୧୫ନଂ. ଓ୍ବାର୍ଡରେ ମାରାଥନ୍‌ ପ୍ରଚାର କରାଯାଇଛି। ବିଜେଡି ନେତୃବୃନ୍ଦ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
୮ନଂ. ୱାର୍ଡ ଗଜମରାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବାଞ୍ଛକୁସୁମ, ମହିଷାପାଟ ଅଞ୍ଚଳ ପରିକ୍ରମା କରିଥିଲା। ନଗରପାଳ ପ୍ରାର୍ଥତ୍ନୀ ଅନିମା ନାୟକ, କାଉନ୍‌ସିଲର ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତଙ୍କ ପାଇଁ ବିଧାୟକ, ଏମ୍‌ପି ମହେଶ ସାହୁ, ସାମାଜିକ କର୍ମୀ ଗଙ୍ଗାଧର ସାମଲ, ଦୀପକ ମିଶ୍ର, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ। ସେହିପରି ୧୩ନଂ. ଓ୍ବାର୍ଡ କାଉନ୍‌ସିଲର ପ୍ରାର୍ଥୀ ସାଗିର ମହମ୍ମଦ, ୧୪ନଂ. ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ରୁଦ୍ରାନ୍ତ ଦଳେଇଙ୍କ ଲାଗି ଦଳୀୟ କର୍ମକର୍ତ୍ତାମାନେ ପ୍ରଚାର କରିଥିଲେ। ଶୋଭାଯାତ୍ରାରେ ଘୋଡ଼ା, ଶଙ୍ଖୁଆ ନୃତ୍ୟଦଳ ସାମିଲ ହୋଇଥିଲେ। ସେହିପରି ଅପରାହ୍ନରେ ୧୧ନଂ., ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ରତ୍ନପ୍ରଭା ସାହୁ, ୧୨ନଂ. ଓ୍ବାର୍ଡର କାଉନ୍‌ସିଲର ପ୍ରାର୍ଥୀ ଶୁଭଲକ୍ଷ୍ମୀ ସାହୁ ଏବଂ ୧୫ନଂ. ଓ୍ବାର୍ଡର କାଉନ୍‌ସିଲର ପ୍ରାର୍ଥୀ ବିମଳ ନାୟକଙ୍କୁ ଜିତାଇବା ପାଇଁ ବିଧାୟକ ଭୋଟରଙ୍କୁ ନିବେଦନ କରିଥିଲେ। ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲା ସାଧାରଣ ସମ୍ପାଦିକା ତିଳୋତ୍ତମା ଚୌଧୁରୀ, ରଞ୍ଜନ ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri