ସ୍କୁଟି ଡିକିରୁ ୧୫ ଲକ୍ଷ ଜବତ

ବ୍ରହ୍ମପୁର ଅଫିସ,୨୧।୩: ବ୍ରହ୍ମପୁର ବଡବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସିନ୍ଦୁରଡ଼ାଙ୍ଗ ଗ୍ରାମର ସୁଦୀପ ପାଇକ ଓ ମୋହନା ଥାନା ଅନ୍ତର୍ଗତ କେସରିଆଗୁଡାର କୈଳାସ ବୀର। ମାମଲା ନଂ. ୫୫/୨୨ରେ ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ ମନୋଜ ପଣ୍ଡା ସ୍କୁଟି ଛାଡ଼ି ଫେରାର ହୋଇଯାଇଛନ୍ତି। ମନୋଜ ଉଭୟ ଗୁଜରାଟ ଓ ଅହମଦାବାଦ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲେ। ଅନ୍ୟପଟେ ମନୋଜଙ୍କ ସ୍କୁଟି ଡିକିରେ ଥିବା ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବଡବଜାର ଥାନା ପୋଲିସ ଶ୍ରୀରାମନଗର ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିଲା। ପୋଲିସକୁ ଦେଖି ଦୁଇ ଯୁବକ ଗାଡି ବୁଲାଇ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ପୋଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ କାବୁ କରି ଗଞ୍ଜେଇ ଜବତ କରିଥିଲା। ସେମାନଙ୍କ ବୟାନକୁ ଆଧାର କରି ମାଷ୍ଟରମାଇଣ୍ଡ ମନୋଜଙ୍କ ମୋବାଇଲ ଟ୍ରାକିଂ କରିଥିଲା। ସେ ଏମକେସିଜି ମେଡିକାଲ ଖେଳପଡ଼ିିଆ ରାସ୍ତରେ ଥିବା ଜଣାପଡ଼ିଥିଲା। ପୋଲିସକୁ ନିକଟରୁ ଦେଖି ମନୋଜ ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସେବା କରୁଛନ୍ତି ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୧୯ା୮(ଡି.ଏନ୍‌.ଏ.): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା, ରୋଗୀ ସେବାରେ ସୁଧାର ଆଣିବା...

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ଶିଶୁର ବିକାଶରେ ହିଁ ଦେଶର ବିକାଶ ସମ୍ଭବ

ଫୁଲବାଣୀ ଅଫିସ, ୧୩ା୫-କନ୍ଧମାଳ ଜିଲା ବନ୍ଧଗଡଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର...

ମକର ସଂକ୍ରାନ୍ତି: ମା’ ତାରା ତାରିଣୀ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ...

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର...

ଡଙ୍ଗା ଯୋଗେ ଚାଲିଛି ମଦ କାରବାର, ୬ ଗିରଫ

ଛତ୍ରପୁର,୧୪ା୫(ଡି.ଏନ୍‌.ଏ.): ଚିଲିକାରେ ଡଙ୍ଗା ଯୋଗେ ହେଉଥିବା ଚୋରା ମଦ କାରବାରକୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଲିସ ଠାବ କରିଛି। ଚିଲିକାର ରମ୍ଭା ଫେରି ଘାଟରେ...

ମୋହନାରେ ଜିତିଲା କଂଗ୍ରେସ

ମୋହନା,୨୪।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି...

ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପଢୁଛନ୍ତିି ପିଲା

ହାତୀଓଟ,୨୭ା୬-କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ସ୍କୁଲ ଗୁଡିକରେ କିପରି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅଧିକ ହେବ ସେ ନେଇ ବିଭିନ୍ନ ଯୋଜନା କରିଛନ୍ତି । ଗଁ।...

Advertisement
Archives

Model This Week