ଆଇପିଏଲ୍‌ରେ ୧୫୦ ଉଇକେଟ୍‌ ନେଲେ ଧୋନୀଙ୍କ ଦଳର ଏହି ଷ୍ଟାର୍‌ ଖେଳାଳି

ଆବୁଧାବି, ୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ୨୧ତମ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ରାହୁଲ ତ୍ରିପାଠୀ (୮୧ ରନ)ଙ୍କ ଅର୍ଦ୍ଧଶତକ ବଳରେ ୧୬୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ୧୫୭/୫ ସ୍କୋରରେ ଅଟକି ଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ପରାସ୍ତ ହୋଇଥିଲେ ମଧ୍ୟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲ୍‌ରେ ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ବ୍ରାଭୋ ଏହି ମ୍ୟାଚ୍‌ରେ ୩ ଉଇକେଟ୍‌ ନେଇଥିଲେ। ଏଥିସହ ଆଇପିଏଲ୍‌ରେ ତାଙ୍କ ମୋଟ୍‌ ଉଇକେଟ୍‌ ସଂଖ୍ୟା ୧୫୦ ଛୁଇଁଛି। କୋଲକାତାର ଶିଭମ ମାଭିଙ୍କୁ ଆଉଟ୍‌ କରି ସେ ଆଇପିଏଲ୍‌ରେ ନିଜର ଦେଢ଼ଶହ ଉଇକେଟ୍‌ ପୂରଣ କରିଥିଲେ। ଏହି ସଫଳତା ପାଇବାରେ ସେ ଲିଗ୍‌ର ୫ମ ବୋଲର ହୋଇଛନ୍ତି। ବ୍ରାଭୋଙ୍କ ପୂର୍ବରୁ ଲସିଥ୍‌ ମାଲିଙ୍ଗା (୧୭୦ ଉଇକେଟ୍‌), ଅମିତ୍‌ ମିଶ୍ରା (୧୬୦), ପିୟୂଷ ଚାଓ୍ବଲା (୧୫୬) ଓ ହରଭଜନ ସିଂ (୧୫୦) ଏହି କ୍ଲବରେ ସାମିଲ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ବିଦା ଲି

ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ତଥା ଚାଇନା ମହିଳା ବ୍ୟାଡ୍‌ମିଣ୍ଟନ ତାରକା ଲି ଜୁଇରୁଇ ମାତ୍ର ୨୮ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ସଫଳତାର ଶୀର୍ଷକୁ...

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫...

ମୁଁ ଏବେଯାଏ ବିଶ୍ୱାସ କରିପାରୁନାହିଁ: ମେସି

ଦୋହା,୧୯।୧୨: ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ରବିବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଆର୍ଜେଣ୍ଟିନା...

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ...

ପିକେଏଲ: ଆଟ୍ରାଚାଲିଙ୍କୁ ୟୁ ମୁମ୍ବା ନେତୃତ୍ୱ

ମୁମ୍ବାଇ,୧୭।୭(ପିଟି)- ଆସନ୍ତା ୨୦ ତାରିଖରୁ ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ (ପିକେଏଲ)ର ୭ମ ସଂସ୍କରଣ। ଏଥିଲାଗି ୟୁ ମୁମ୍ବା ଫ୍ରାଞ୍ଚାଇଜ ବୁଧବାର...

ଆଜି ଦ୍ୱିତୀୟ ଦିନିକିଆ: ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ପ୍ଲେୟାର

ରାଞ୍ଚି,୯।୧୦: ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ରାଞ୍ଚିରେ ଖେଳାଯିବ। ଶିଖର ଧାଓ୍ବନ...

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ୨ ପାକିସ୍ତାନ କ୍ରିକେଟର୍‌; ବିବାହ ପାଇଁ…

ନୂଆଦିଲ୍ଲୀ,୨୨।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ସମସ୍ତ କ୍ରିକେଟ ପ୍ରଶଂସକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ପାଇଁ...

ମାନିଲା ଅଷ୍ଟ୍ରେଲିଆ! ଭାରତୀୟ ଦଳର ଏହି ରଣନୀତି ଯୋଗୁ ଅଡୁଆରେ ସ୍ମିଥ୍‌-ମାର୍ନସ

ମେଲବୋର୍ନ,୩୧।୧୨: ଆଡିଲେଡ୍‌ରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ମେଲବୋର୍ନରେ ଜିତି ପ୍ରତିଶୋଧ ନେଇଛି ଭାରତୀୟ ଟିମ୍‌। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ...

Advertisement
Archives

Model This Week