Advertisement

ଧୂଳିମୟ ଭିଆଇପି ରୋଡ୍‌

ଆନନ୍ଦପୁର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ୧୩ ନଂ. ଓ ୧୪ ନଂ. ଓ୍ବାର୍ଡକୁ ସଂଲଗ୍ନ ଭିଆଇପି ରୋଡ୍‌ ଧୂଳିମୟ ହୋଇପଡ଼ିଛି। ଯାନବାହନ ଯାତାୟାତ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଭାରିଯାନ ଯାତାୟାତ ସମୟରେ ସମ୍ପୃକ୍ତ ରାସ୍ତାଟିରେ ଧୂଳି ଓ ଧୂଆଁରେ ସାଧାରଣ ଲୋକ ଅତିଷ୍ଠ ହେଉଛନ୍ତି।
ସୂଚନାଯୋଗ୍ୟ, ବୈତରଣୀ ନଦୀବନ୍ଧ ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ଚାଲିଛି। କାମରେ ନିୟୋଜିତ ହାଇଓ୍ବା ଚକାରେ ବର୍ଷା ସମୟରେ କାଦୁଆ ଆସି ରୋଡରେ ପଡ଼ିଥିଲା। ଏବେ ପାଗ ଶୁଖିଲା ରହିଥିବାରୁ ରାସ୍ତାରେ ଲାଗି ରହିଥିବା କାଦୁଆ ସବୁ ଧୂଳିରେ ପରିଣତ ହୋଇଛି। ଘଟଣା ଦିଗରେ ଦୃଷ୍ଟି ଦେଇ ପୌର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ସେହିଭଳି ଦୁଇ ଦିନ ହେଲା ଶାଲପଡ଼ା ବାଇପାସ୍‌ରୁ ଡାକ୍ତରଖାନା ଅଭିମୁଖେ ଆସିଥିବା ସର୍ଭିସ୍‌ ରୋଡ ପାର୍ଶ୍ୱରେ ପାଣି ପାଇପ୍‌ ବିଛା କାର୍ଯ୍ୟ ଚାଲୁଥିବାରୁ ରୋଡ୍‌ଗୁଡ଼ିକ କାଦୁଅରେ ପରିଣତ ହୋଇଛି। ଠିକା ସଂସ୍ଥାଗୁଡ଼ିକର ବେପରୁଆ ମନୋଭାବ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଘଟଣା ଦିଗରେ ପ୍ରଶାସନିକ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସମାଜସେବୀ ବୁଲୁ ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ ବାପାଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ ପୁଅବୋହୂ

କୋରାପୁଟ,୬।୮(ସ୍ବ.ପ୍ର.): ନାନାଦି ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ପିଲାମାନଙ୍କୁ ଛୋଟରୁ ବଡ଼ କରିଥାନ୍ତି ମାତାପିତା। ହେଲେ ସେମାନେ ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡା ହୋଇପଡ଼ନ୍ତି।...

୨ବର୍ଷର ପୁଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମହିଳା

ରୂପ୍‌ସା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍‌ ଅଧୀନ ରୂପ୍‌ସା-ବସ୍ତା ଷ୍ଟେଶନ ମଝି ନୂଆଗାଁ ରେଳଷ୍ଟେଶନ ନିକଟରେ ଶନିବାର ଜଣେ ମହିଳା ୨ବର୍ଷର ଶିଶୁପୁତ୍ରକୁ...

ପେଟ୍ରୋଲ ପମ୍ପରେ ଲାଗିଲା ମନି, ବାଇକ୍‌ ସାନିଟାଇଜର ମେଶିନ

କୋକସରା, ୧୫।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ମୋଟେର ପେଟ୍ରୋଲ ପମ୍ପରେ ମନି ସାନିଟାଇଜର ଓ ବାଇକ୍‌ ସାନିଟାଇଜର ମେଶିନ ଲାଗିଛି। କରୋନା ସଂକ୍ରମଣ...

ଟ୍ୟାପ୍‌ ପାଣି ପିଇ ମାନ ପରଖିଲେ ମନ୍ତ୍ରୀ

ପୁରୀ ଅଫିସ,୧।୮: ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଶନିବାର ପୁରୀରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ...

ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି

ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...

ଶଙ୍ଖାମେଦୀକୁ ଗିଳିଲାଣି ପଶ୍ଚିମବଙ୍ଗ:  ନାଁ ବଦଳାଇ କରୁଛି ନିର୍ବାଚନ

ଭୋଗରାଇ,୨୪।୩(ପ୍ରଦୀପ ଦାସ)- ଓଡ଼ିଶା ସୀମାନ୍ତ ଗାଁ କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପଶ୍ଚିବମଙ୍ଗ ବାଲେଶ୍ୱର ଜିଲା...

କୋଟିଏ ଟଙ୍କା ଠକିନେଇ ବନ୍ଧା ହେଲେ ଦମ୍ପତି

ଆନନ୍ଦପୁର,୧୧।୪(ସ୍ବ.ପ୍ର.): କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଆନନ୍ଦପୁର ପୌରପରିଷଦ ୧୩ ନମ୍ବର ଓ୍ବାର୍ଡରୁ ପୋଲିସ ଦମ୍ପତିଙ୍କୁ ସୋମବାର...

ଟିକା ପଞ୍ଜୀକରଣ ପାଇଁ ଫେକ୍‌ ଲିଙ୍କ୍‌

ଦତ୍ତାତ୍ରେୟ ନାୟକ ପୁରୀ ଅଫିସ, ୨୦ା୭: ରାଜ୍ୟରେ ସମ୍ପ୍ରତି ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି। ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଆଗ୍ରହ...

Advertisement
Archives

Model This Week