ପାଣି ନ ପଡ଼ିଲେ ଧୂଳି, ପାଣି ପଡ଼ିଲେ ଦୁର୍ଘଟଣା

ଯୋଡା,୧୭।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଦେଇ ରାଜ୍ୟ ରାଜପଥ ନଂ.୨ରେ ନିର୍ମାଣାଧୀନ ଫ୍ଲାଏ ଓଭର କାର୍ଯ୍ୟ ଚାଲିଛି। ତେବେ ସହରରେ ଥିବା ସର୍ଭିସ ରୋଡ୍‌ଗୁଡ଼ିକ ଠିକ୍‌ ଭାବେ ନିର୍ମାଣ ହେଉ ନ ଥିବା ଏବଂ ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ତେଣେ ଆଂଶିକ ନିର୍ମାଣାଧୀନ ରାସ୍ତାରେ ପିଚୁ ନ ପକାଯାଇ ମାଟି ପକାଯାଉଥିବାରୁ ଧୂଳି ଉଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ଏପରି ସମସ୍ୟା ହୋଇଛି ଯେ,ଧୂଳି ଧୂଅଁାରେ ସମ୍ମୁଖ ଗାଡ଼ି ଦେଖା ଯାଉନାହିଁ ବୋଲି ଏମ ଡି ଜସିମ, ଧ୍ରୁବ ଆପଟ୍ଟ, ଦୈତାରି ମହାନ୍ତ ପ୍ରମୁଖ ବାଇକ୍‌ ଆରୋହୀ କହିଛନ୍ତି। ତେଣେ ଧୂଳି ଉଡ଼ିବା ପ୍ରତିବାଦରେ ବସ୍ତି ବାସିନ୍ଦାମାନେ ରାସ୍ତା ବନ୍ଦ କଲେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାସ୍ତାରେ ଜଳ ସିଞ୍ଚନ କରାଯାଉଛି। ଏହାଦ୍ବାରା ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପଚପଚ ହୋଇ ଯାତାୟାତ ଅନୁପୋଯୋଗୀ ହୋଇ ପଡ଼ୁଛି। ରାସ୍ତା ନିର୍ମାଣରେ ବିଳମ୍ବ ହେତୁ ମହାବୀର ଛକଠାରୁ ସରକାରୀ ଡାକ୍ତରଖନା ପର୍ଯ୍ୟନ୍ତ ରାସ୍ତାଟି ଏହିପରି ଅବସ୍ଥା ହେଉଛି । ଏ ସମ୍ପର୍କରେ ରାସ୍ତା ନିର୍ମାଣକାରୀ ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡାଙ୍କୁ ପଚାରିବାରୁ ଉଭୟ ଫ୍ଲାଏ ଓଭର ଓ ସର୍ଭିସ ରୋଡ୍‌କୁ ସେପ୍ଟେମ୍ବର ମାସ ୩୦ ସୁଦ୍ଧା ଶେଷ କରାଯିବାର ସମୟ ଅବଧି ଥିଲା। ମାତ୍ର କେତେକ ସମସ୍ୟା ହେତୁ ତାହା ପ୍ରାୟ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଲାଗିଯିବ। ସରକାରୀ ଡାକ୍ତରଖାନା ନିକଟରେ ଜଣେ ବ୍ୟକ୍ତିଙ୍କ ବିଲ୍ଡିଂରୁ ଅନବରତ ପାଣି ନିଷ୍କାସନ ହୋଇ ରାସ୍ତାରେ ପଡୁଛି। ଯାହାଦାରା ଉକ୍ତ ନିର୍ଦ୍ଦିିଷ୍ଟ ସ୍ଥାନରେ ହିଁ ରାସ୍ତା ପିଚ୍ଛିଳ ହୋଇ ବାଇକ୍‌ ଆରୋହୀମାନେ ପଡ଼ୁଥିବା କହିଛନ୍ତି। ଏ ନେଇ ସଂସ୍ଥା ପକ୍ଷରୁ ଯୋଡ଼ା ପୌରପାଳିକା ଅଧ୍ୟକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri