ବିରିକଲାବାସୀଙ୍କୁ ଧୂଳିଧୂଆଁ, ଝାଡ଼ଖଣ୍ଡବାସିନ୍ଦାଙ୍କୁ ଚାକିରି

ଯୋଡ଼ା,୧୩ା୩(ଡି.ଏନ.ଏ): ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ (ଟିଏସ୍‌ଏଲ୍‌ପିଏଲ୍‌)ରେ ଡିପ୍ଲୋମା ଟ୍ରେନି ଇଞ୍ଜିନିୟର ଭାବେ ଯୋଗ ଦେବା ଲାଗି କମ୍ପାନୀ ପକ୍ଷରୁ ଅନ୍‌ଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିରିକଲା ଖଣି ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ବିଲେଇପଦାଠାରେ ଏହାର କାରଖାନା ଥିଲେ ମଧ୍ୟ ବିଜ୍ଞପ୍ତିରେ ପ୍ରକାଶିତ ସୂଚନାକୁ ଦେଖିଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଟ୍ରେନିଂ ପାଇଁ ଝାଡ଼ଖଣ୍ଡକୁ ସ୍ଥାନ ଭାବେ ଦର୍ଶାଯିବା ସହ ଡୋମିସାଇଲ ଭାବେ ଝାଡ଼ଖଣ୍ଡବାସିନ୍ଦା ଆବେଦନ କରିପାରିବେ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ତେବେ ତାଲିମ ଶେଷ ହେବା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଟିଏସ୍‌ଏଲ୍‌ପିଏଲ୍‌ର ଯେକୌଣସି ସ୍ଥାନରେ ନିଯୁକ୍ତି ପାଇବେ ବୋଲି ଏଥିରେ ଉଲ୍ଲେଖ ରହିଥିବାରୁ ବିରିକଲା ଅଧିବାସୀମାନେ କମ୍ପାନୀର ଏଭଳି କାର୍ଯ୍ୟକୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଓଡ଼ିଶାରୁ କଞ୍ଚାମାଲ ନେଇ କମ୍ପାନୀର ୮୦ ପ୍ରତିଶତ କାର୍ଯ୍ୟ ଏହିଠାରେ ହେଉଥିବା ବେଳେ ଝାଡ଼ଖଣ୍ଡକୁ ଅଗ୍ରାଧିକାର ଦିଆଯିବା ଯୋଗୁ ଖଣି ପ୍ରଭାବିତ ଅଞ୍ଚଳବାସୀ ଉପେକ୍ଷିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଖଣି ଓ କାରଖାନା ଯୋଗୁ ଓଡ଼ିଶାବାସୀ ଧୂଳିଧୂଆଁ ପାଉଥିବା ବେଳେ ଝାଡ଼ଖଣ୍ଡବାସୀଙ୍କୁ ଚାକିରି ଯଚାଯିବାକୁ ଅନେକେ ବିରୋଧ କରିଛନ୍ତି। କେବଳ ଝାଡ଼ଖଣ୍ଡ ଅଧିବାସୀଙ୍କୁ ସୁଯୋଗ ମିଳିଥିବାରୁ ବିରିକଲା ପଞ୍ଚାୟତ ସମିତି ସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ ଓ ଅଁସେଇକଳା ପୂର୍ବତନ ସରପଞ୍ଚ ଦିଲୀପ ନାଏକ କମ୍ପାନୀ ଅଞ୍ଚଳବାସୀଙ୍କ ପ୍ରତି ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୧ ମାର୍ଚ୍ଚ ୨୦୨୩ରେ ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଂ ୨୦୨୨-୨୩ ବ୍ୟାଚ ପାଇଁ ଟିଏସ୍‌ଏଲ୍‌ପିଏଲ୍‌ ଚିଠି ସଂଖ୍ୟା ୧.୩/ଏଚ୍‌ ଆର୍‌ ଏମ୍‌/୦୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିପାଇଁ କେବଳ ଝାଡ଼ଖଣ୍ଡବାସୀ ହିଁ ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି। ଅତୀତରେ ଏହି କମ୍ପାନୀ ଟାଟା ସ୍ପଞ୍ଜ ଲିମିଟେଡ୍‌ ନାମରେ ନାମିତ ଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ କରାଯାଇଥିଲା। ନୀଳାଚଳ ଇସ୍ପାତ୍‌ ନିଗମ ଲିମିଟେଡ୍‌କୁ ଟାଟା ସମୂହ କିଣିବା ପରେ ଏହାକୁ ମଧ୍ୟ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ନାମରେ ନାମିତ କରି ଖଣି ଓ କାରଖାନାକୁ ହାତେଇଛି। ଝାଡ଼ଖଣ୍ଡର ଆଦିତ୍ୟପୁରଠାରେ ଗୋଟିଏ କାରଖାନା ଟିଏସ୍‌ଏଲ୍‌ପିଏଲ୍‌ ନାମରେ ଚାଲିଛି। କମ୍ପାନୀ ଓଡ଼ିଶାର ଲୁହାପଥରକୁ ବ୍ୟବହାର କରିବା ସହ ଶିଳ୍ପ କାରଖାନା ଏଠାରେ ଗଢ଼ି ରାଜ୍ୟବାସୀଙ୍କୁ ଅଣଦେଖା କରୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି କୋଲକାତାକୁ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ଉଦ୍ୟମକୁ ଓଡ଼ିଶା ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ) ଦେଇ ନ ଥିଲା, ଯାହାଫଳରେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ହିଁ ରହିଯାଇଥିଲା। ଏହାକୁ ନେଇ କମ୍ପାନୀ ଓଡ଼ିଶାର ଯୁବବର୍ଗଙ୍କୁ ଅଣଦେଖା କରୁଛି ବୋଲି କୁହାଯାଉଛି। ଏହି ବିଜ୍ଞପ୍ତିରେ ଓଡ଼ିଶା କଥା କୁହାଯାଇ ନ ଥିଲେ ମଧ୍ୟ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ହେବେ ବୋଲିି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଟିଏସ୍‌ଏଲ୍‌ପିଏଲ୍‌ କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆର୍‌. ସୋମନାଥଙ୍କୁ ପଚାରିବାରୁ ସେ ଝାଡ଼ଖଣ୍ଡରେ ଅଛନ୍ତି। ବିଲେଇପଦା ପହଞ୍ଚତ୍ଲେ ଏ ବାବଦରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri