ବିରିକଲାବାସୀଙ୍କୁ ଧୂଳିଧୂଆଁ, ଝାଡ଼ଖଣ୍ଡବାସିନ୍ଦାଙ୍କୁ ଚାକିରି

ଯୋଡ଼ା,୧୩ା୩(ଡି.ଏନ.ଏ): ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ (ଟିଏସ୍‌ଏଲ୍‌ପିଏଲ୍‌)ରେ ଡିପ୍ଲୋମା ଟ୍ରେନି ଇଞ୍ଜିନିୟର ଭାବେ ଯୋଗ ଦେବା ଲାଗି କମ୍ପାନୀ ପକ୍ଷରୁ ଅନ୍‌ଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିରିକଲା ଖଣି ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ବିଲେଇପଦାଠାରେ ଏହାର କାରଖାନା ଥିଲେ ମଧ୍ୟ ବିଜ୍ଞପ୍ତିରେ ପ୍ରକାଶିତ ସୂଚନାକୁ ଦେଖିଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଟ୍ରେନିଂ ପାଇଁ ଝାଡ଼ଖଣ୍ଡକୁ ସ୍ଥାନ ଭାବେ ଦର୍ଶାଯିବା ସହ ଡୋମିସାଇଲ ଭାବେ ଝାଡ଼ଖଣ୍ଡବାସିନ୍ଦା ଆବେଦନ କରିପାରିବେ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ତେବେ ତାଲିମ ଶେଷ ହେବା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଟିଏସ୍‌ଏଲ୍‌ପିଏଲ୍‌ର ଯେକୌଣସି ସ୍ଥାନରେ ନିଯୁକ୍ତି ପାଇବେ ବୋଲି ଏଥିରେ ଉଲ୍ଲେଖ ରହିଥିବାରୁ ବିରିକଲା ଅଧିବାସୀମାନେ କମ୍ପାନୀର ଏଭଳି କାର୍ଯ୍ୟକୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଓଡ଼ିଶାରୁ କଞ୍ଚାମାଲ ନେଇ କମ୍ପାନୀର ୮୦ ପ୍ରତିଶତ କାର୍ଯ୍ୟ ଏହିଠାରେ ହେଉଥିବା ବେଳେ ଝାଡ଼ଖଣ୍ଡକୁ ଅଗ୍ରାଧିକାର ଦିଆଯିବା ଯୋଗୁ ଖଣି ପ୍ରଭାବିତ ଅଞ୍ଚଳବାସୀ ଉପେକ୍ଷିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଖଣି ଓ କାରଖାନା ଯୋଗୁ ଓଡ଼ିଶାବାସୀ ଧୂଳିଧୂଆଁ ପାଉଥିବା ବେଳେ ଝାଡ଼ଖଣ୍ଡବାସୀଙ୍କୁ ଚାକିରି ଯଚାଯିବାକୁ ଅନେକେ ବିରୋଧ କରିଛନ୍ତି। କେବଳ ଝାଡ଼ଖଣ୍ଡ ଅଧିବାସୀଙ୍କୁ ସୁଯୋଗ ମିଳିଥିବାରୁ ବିରିକଲା ପଞ୍ଚାୟତ ସମିତି ସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ ଓ ଅଁସେଇକଳା ପୂର୍ବତନ ସରପଞ୍ଚ ଦିଲୀପ ନାଏକ କମ୍ପାନୀ ଅଞ୍ଚଳବାସୀଙ୍କ ପ୍ରତି ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୧ ମାର୍ଚ୍ଚ ୨୦୨୩ରେ ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଂ ୨୦୨୨-୨୩ ବ୍ୟାଚ ପାଇଁ ଟିଏସ୍‌ଏଲ୍‌ପିଏଲ୍‌ ଚିଠି ସଂଖ୍ୟା ୧.୩/ଏଚ୍‌ ଆର୍‌ ଏମ୍‌/୦୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିପାଇଁ କେବଳ ଝାଡ଼ଖଣ୍ଡବାସୀ ହିଁ ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି। ଅତୀତରେ ଏହି କମ୍ପାନୀ ଟାଟା ସ୍ପଞ୍ଜ ଲିମିଟେଡ୍‌ ନାମରେ ନାମିତ ଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ କରାଯାଇଥିଲା। ନୀଳାଚଳ ଇସ୍ପାତ୍‌ ନିଗମ ଲିମିଟେଡ୍‌କୁ ଟାଟା ସମୂହ କିଣିବା ପରେ ଏହାକୁ ମଧ୍ୟ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ନାମରେ ନାମିତ କରି ଖଣି ଓ କାରଖାନାକୁ ହାତେଇଛି। ଝାଡ଼ଖଣ୍ଡର ଆଦିତ୍ୟପୁରଠାରେ ଗୋଟିଏ କାରଖାନା ଟିଏସ୍‌ଏଲ୍‌ପିଏଲ୍‌ ନାମରେ ଚାଲିଛି। କମ୍ପାନୀ ଓଡ଼ିଶାର ଲୁହାପଥରକୁ ବ୍ୟବହାର କରିବା ସହ ଶିଳ୍ପ କାରଖାନା ଏଠାରେ ଗଢ଼ି ରାଜ୍ୟବାସୀଙ୍କୁ ଅଣଦେଖା କରୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି କୋଲକାତାକୁ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ଉଦ୍ୟମକୁ ଓଡ଼ିଶା ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ) ଦେଇ ନ ଥିଲା, ଯାହାଫଳରେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ହିଁ ରହିଯାଇଥିଲା। ଏହାକୁ ନେଇ କମ୍ପାନୀ ଓଡ଼ିଶାର ଯୁବବର୍ଗଙ୍କୁ ଅଣଦେଖା କରୁଛି ବୋଲି କୁହାଯାଉଛି। ଏହି ବିଜ୍ଞପ୍ତିରେ ଓଡ଼ିଶା କଥା କୁହାଯାଇ ନ ଥିଲେ ମଧ୍ୟ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ହେବେ ବୋଲିି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଟିଏସ୍‌ଏଲ୍‌ପିଏଲ୍‌ କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆର୍‌. ସୋମନାଥଙ୍କୁ ପଚାରିବାରୁ ସେ ଝାଡ଼ଖଣ୍ଡରେ ଅଛନ୍ତି। ବିଲେଇପଦା ପହଞ୍ଚତ୍ଲେ ଏ ବାବଦରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri