ଉଚ୍ଛେଦ ବେଳେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌, ବ୍ୟବସାୟୀ ହାତାହାତି

ବ୍ରହ୍ମପୁର ଅଫିସ୍‌,୮।୫: ବ୍ରହ୍ମପୁର ସହରରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରର ମୁଖ୍ୟ ଛକଠାରୁ ଆରମ୍ଭ କରି ଡାକ୍ତରଖାନା ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଉଠା ଦୋକାନୀମାନେ ମନମୁଖୀ ଭାବେ ବ୍ୟବସାୟ କରୁଛନ୍ତି। ଫଳରେ ରାସ୍ତାରେ ଯାତାୟାତରେ ସମସ୍ୟା ସାଙ୍ଗକୁ ଟ୍ରାଫିକ ଜାମ୍‌ ହେଉଛି। ଏହାକୁ ଏଡାଇବା ପାଇଁ ଗତ କିଛି ଦିନ ତଳେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ସମେତ ବଡ ବଜାର, ଗିରି ମାର୍କେଟ, ଗେଟ୍‌ ବଜାର ଭଳି ମୁଖ୍ୟ ଛକରେ ବସି ରହିଥିବା ବହୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଥିଲା। ତେବେ ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପରେ ମଧ୍ୟ ବ୍ୟବସାୟୀମାନେ ପୁଣି ଥରେ ରାସ୍ତା ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଶନିବାର ବ୍ରହ୍ମପୁର ବଡ ଡାକ୍ତରଖାନା ପରିସର ବାହାରେ ଉଠା ଦୋକାନୀମାନେ ରାସ୍ତା କବଜା କରୁଥିବା ନେଇ ବାରମ୍ବାର ଅଭିଯୋଗ ପରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଉଚ୍ଛେଦ ସମୟରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଓ ବ୍ୟବସାୟୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ପୂର୍ବରୁ ବଡ ଡାକ୍ତରଖାନା ପରିସର ବାହାରେ ବସୁଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସହ ବ୍ୟବସାୟ ନ କରିବା ପାଇଁ ତାଗିଦ କରାଯାଇଥିଲା। କିନ୍ତୁ ଉଠା ଦୋକାନୀମାନେ ପୁଣି ବ୍ୟବସାୟ ଆରମ୍ଭ କରିଥିଲେ। ଫଳରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ପକ୍ଷରୁ ସେଠାରେ ବସିଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ଜଣେ ମହିଳା ବ୍ୟବସାୟୀ ଓ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ସହ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ପୋଲିସ ପ୍ରଶାସନ ଓ ଟିମ୍‌ ସହାୟତାରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା। ଉଚ୍ଛେଦ ସମୟରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର: ଉଦ୍‌ଘାଟନ କଲେ ଜିଲାପାଳ

ଛତ୍ରପୁର,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସ୍ମୃତି କମିଟି ପକ୍ଷରୁ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଓଡ଼ିଶା ହକି ଦଳର ମ୍ୟାନେଜର ତଥା...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ ଜଣ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଶେରଗଡ଼,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ...

ତୃତୀୟ ବିବାହ କରି ଜେଲ ଗଲେ ସ୍ବାମୀ

ବୁଗୁଡ଼ା,୨୪ା୨(ଡି.ଏନ.ଏ.): ତୃତୀୟ ବିବାହ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଜଣଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ବୁଗୁଡ଼ା ଥାନା ଜାମପଲ୍ଲୀ ଗାଁର ସନ୍ତୋଷ କୁମାର ସେନାପତି...

କାଳି ମନ୍ଦିରରେ ତାଲା ଭାଙ୍ଗି ଲୁଟ୍‌: ମା’ଙ୍କ ଟଙ୍କା,ସୁନା, ରୁପା ନେଇଗଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ

ପାଟପୁର,୧୯।୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଳାସପୁର କାଳୀ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସାରା ଅଞ୍ଚଳରେ ଲକ୍‌ଡାଉନ୍‌ ଚାଲିଥିବା ସମୟରେ...

ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି

ଗଞ୍ଜାମ,୬।୮(ଡି.ଏନ୍‌.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା...

ଗଞ୍ଜେଇ ଯାଞ୍ଚ ବେଳେ ୧୮ ଲକ୍ଷ ଜବତ ଘଟଣା : ଆୟକର ବିଭାଗର ଖୋଳତାଡ଼

ବ୍ରହ୍ମପୁର ଅଫିସ,୧୦ା୨: ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଦୁଇ ଦିନ ତଳେ ଲାଞ୍ଜିପଲ୍ଲୀ ବାଇପାସରେ କଟକ ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଗଞ୍ଜେଇ ଯାଞ୍ଚ...

ବେଡ୍‌ ପିଛା ୫୦ ଟଙ୍କା ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩ା୧୨- ପରୀକ୍ଷାଠାରୁ ଚିକିତ୍ସା, ଔଷଧଠାରୁ ଆରମ୍ଭ କରି ରକ୍ତ ପର୍ଯ୍ୟନ୍ତ ସବୁ ମାଗଣା । କିନ୍ତୁ ବେଡ୍‌ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି...

ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା

ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର...

Advertisement
Archives

Model This Week