ମାଷ୍ଟରମାଇଣ୍ଡ ବିଟଲ ଗିରଫ

ବ୍ରହ୍ମପୁର ଅଫିସ,୮।୫: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାଳୁଆଣି ମନ୍ଦିର ସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଠାକୁରଙ୍କ ମୂର୍ତ୍ତି ସହ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡି ଫେରାର ଥିଲା। ପୋଲିସ ତାଙ୍କୁ ଶନିବାର ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପ୍ରହଲ୍ଲାଦନଗରର ବିଟଲ ଓରଫ କାହ୍ନା ପାତ୍ର(୨୩)। ମାମଲା ନଂ.୯୩ /୨୨ ରେ ଅଭିଯୁକ୍ତଙ୍କୁ ଶନିବାର ପୋଲିସ କୋର୍ଟ ଚାଲାଣ କରିଛି। ପୂର୍ବରୁ ଏହି ମାମଲାରେ ପୋଲିସ ଆଇନାବନ୍ଧ ସାହିର ପପୁ ସେଠୀ(୨୬) ଓ ଜିତୁ ଗୌଡ଼(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିସିଟିଭି ଫୁଟେଜରୁ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ବୋଲି କହିଛି। ଚୋରି ହୋଇଥିବା ରୁପା ମୂର୍ତ୍ତି ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ପୁରୁଣା ବ୍ରହ୍ମପୁର ମାଳୁଆଣି ମନ୍ଦିର ନିକଟରେ ରହୁଥିବା କେ. ନିର୍ମଳ ଆଚାରୀ ଗତ ଏପ୍ରିଲ ୨୯ରେ ଘର ତାଲା ବନ୍ଦ କରି ଏକ ଭୋଜିରେ ଯୋଗ ଦେବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ନିର୍ମଳଙ୍କ ଘରେ ପଶିଥିଲେ। ଘରେ ଥିବା ପିତ୍ତଳର ୨ଟି ହାତୀ ମୂର୍ତ୍ତି, ଗୋଟିଏ ଲକ୍ଷ୍ମୀ ମୂର୍ତ୍ତି ସହ କିଛି ପିତ୍ତଳ ସାମଗ୍ରୀ ସମେତ ୬ ହଜାର ଟଙ୍କା ଚୋରି କରିଥିଲେ। ଏ ନେଇ ନିର୍ମଳ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ ୯୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି
ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ଫସର ଫାଟିଲା ପୂଜକ କନ୍ଧ ଶତପଥୀଙ୍କ ଘର ଭାଙ୍ଗିବା ପ୍ରୟାସ, ନିରାଶ ହୋଇ ଫେରିଲା ପ୍ରଶାସନ

ଗଞ୍ଜାମ,୧୦।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକରେ ଦୀର୍ଘ ୭୦ ବର୍ଷ ହେବ ରହି ଆସୁଛନ୍ତି ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର…

ବଢ଼ୁଛି ସାପ ଆତଙ୍କ: ସାପ-ନେଉଳ ଏମିତି ଲଢେଇ, VIDEO ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ)-କିଛି ଦିନ ବ୍ୟବଧାନକୁ ଥରେ ଭଞ୍ଜନଗର ଅଞ୍ଚଳରେ ବର୍ଷା ହେଉଛି। ଏହାର ପ୍ରଭାବରେ ନଦୀ, ନାଳ, ଗର୍ତ୍ତ ଗୁଡ଼ିକରେ ପାଣି ଭର୍ତ୍ତି ହେଉଛି। ଫଳରେ ସାପ…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପ୍ରତିବର୍ଷ ଜଣ୍ଡିସ ବ୍ୟାପୁଛି: ନିୟମିତ ଯାଞ୍ଚ ହେଉନାହିଁ ପାଣି ପାଇପ ଲାଇନ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ରାଜ୍ୟର ସମସ୍ତ ଘରକୁ ସରକାର ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଲକ୍ଷ୍ୟକୁ ରଖି ରାଜ୍ୟରେ ଅନେକ ବଡ ବଡ…

ଗୁହାଳ ଭିତରକୁ ଟାଣିନେଇ ବିବାହିତା ମହିଳାଙ୍କୁ ବଳାତ୍କାର କଲେ ଯୁବକ, ତା’ପରେ…

ହିଞ୍ଜିଳିକାଟୁ, ୧୦।୬( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ଗାଈ ଗୁହାଳକୁ ଟାଣି ନେଇ ବଳତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri